ଦେହରେ ଖଣ୍ଡା ସନ୍ତୁଳନ : ୩୦ଟି ଖଣ୍ଡା ସହ କରନ୍ତି ପ୍ରଦର୍ଶନ

Above Post Content

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ଏବେ ଆମେରିକାର ଜଣେ ବେଲି ଡ଼୍ୟାନ୍ସର ଗୋଟିଏ ମିନିଟ୍‌ରେ ନିଜର ଶରୀରରେ ୩୦ ଖଣ୍ଡା ସନ୍ତୁଳନ ରକ୍ଷା କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

Middle post content

ନୃତ୍ୟ କରି ଶରୀରରେ ରଖନ୍ତି ଖଣ୍ଡା

After 2nd paragraph post ads

ଆମେରିକାର ମିନେସୋଟା ଅନ୍ତର୍ଗତ ଏଡିନାରେ ରୁହନ୍ତି ଏରିନା । ସେ ବେଲି ଡ୍ୟାନ୍ସର ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା । ସେ ଏବେ ମାତ୍ର ଗୋଟିଏ ମିନିଟ୍ ସମୟ ଭିତରେ ନିଜ ଶରୀରରେ ସର୍ବାଧିକ ସଂଖ୍ୟକ ଖଣ୍ଡା ସନ୍ତୁଳନ କରି ରଖିବାର ଏକ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ୨୦୦୪ ମସିହାରେ ସେ ମଧ୍ୟ-ପ୍ରାଚୀୟ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ସେ ସମୟରୁ ହିଁ ଶରୀରରେ ଖଣ୍ଡା ସନ୍ତୁଳନ କରି ରଖିବା ଅଭ୍ୟାସ କରିଥିଲେ । ସେ ପ୍ରଥମେ ଗୋଟେ କି ଦୁଇଟି ଖଣ୍ଡା ରଖିବାର ପ୍ରୟାସ କଲା ବେଳେ ସେଗୁଡ଼ିକ ସାଧାରଣତଃ ମୁଣ୍ଡ ଉପରେ ରଖୁଥିଲେ । ମାତ୍ର ତାହା ବି କଷ୍ଟକର ଥିଲା, କାରଣ ଜଣେ ନୃତ୍ୟଶିଳ୍ପୀକୁ ନିଜର ଶରୀରର ଗତିବିଧି ସହ ନୃତ୍ୟକଳା ପ୍ରଦର୍ଶନ କରିବାକୁ ପଡ଼ିଥାଏ । ଅପରପକ୍ଷେ, ଦର୍ଶକମାନେ ଭାବନ୍ତି ଯେ ନୃତ୍ୟଶିଳ୍ପୀ ମୁଣ୍ଡରେ ଏକ ଚୁମ୍ବକ ରଖି ଖଣ୍ଡାଗୁଡ଼ିକୁ ଟାଣି ରଖି ପାରୁଛନ୍ତି । କିନ୍ତୁ ଅନେକ ସମୟରେ ନୃତ୍ୟ ପ୍ରଦର୍ଶନ ବେଳେ ତାଙ୍କ ମୁଣ୍ଡରୁ ଖଣ୍ଡା ଖସି ପଡ଼ିଥାଏ । ତେବେ ଖଣ୍ଡାଗୁଡ଼ିକୁ ଖସିବାକୁ ନ ଦେବା ଲାଗି ନିଜ ତ୍ୱଚାକୁ କିପରି ଶୁଷ୍କ ରଖିବା ସହ ମାଂସପେଶୀକୁ ଦୃଢ଼ ରଖିବାକୁ ହେବ, ସେହି କୌଶଳକୁ ସେ ଆୟତ୍ତ କରିଥିଲେ । ଶରୀରରେ ୩୦ଟି ଖଣ୍ଡା ସନ୍ତୁଳିତ କରି ରଖିବାକୁ ଲକ୍ଷ୍ୟ ରଖି ସେ ଅଭ୍ୟାସ ଜାରି ରଖିଥିଲେ । ଶେଷରେ ସେ ସେଥିରେ ସଫଳ ହୋଇଥିଲେ । ତେବେ ନିଜ ନିତମ୍ବ ଉପରେ ଖଣ୍ଡା ସନ୍ତୁଳିତ ରଖିବା ହିଁ ସବୁଠୁ କଷ୍ଟକର ଥିଲା ବୋଲି ଏରିନ୍ କହିଛନ୍ତି । ଅବଶ୍ୟ, ଖଣ୍ଡାଗୁଡ଼ିକ ଯୁଦ୍ଧ କରିବା ଖଣ୍ଡା ପରି ଧାରୁଆ ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି । ତଥାପି ଅଭ୍ୟାସ ବେଳେ ଖଣ୍ଡା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷତର ଅନେକ ଦାଗ ତାଙ୍କ ଦେହରେ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami