ସାଧାରଣ ଜନତାଙ୍କ ପାଇଁ ଏହି ଦିନ ଖୋଲିବ ରାମ ମନ୍ଦିର

Above Post Content

ଅଯୋଧ୍ୟା: ସୋମବାର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେଇଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲାଯିବ । ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି ଦେଶର ସାଧାରଣ ଜନତା କେବେ ତାଙ୍କ ପ୍ରିୟ ଶ୍ରୀ ରାମଙ୍କ ଦର୍ଶନ କରି ପାରିବେ? ଏଥିପାଇଁ ଦେୟ କ’ଣ ହେବ? ଏହା ବ୍ୟତୀତ ଆରତୀର ସମୟ କ’ଣ ହେବ? ଏମିତି ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ।

Middle post content

୨୩ରୁ ଦର୍ଶନ କରିପାରିବେ ରାମଲାଲାଙ୍କୁ

After 2nd paragraph post ads

ରାମ ମନ୍ଦିରର ପରିଚାଳନା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟଙ୍କ ହାତରେ ଅଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଗଠନ କରିଥିବା ଟ୍ରଷ୍ଟ ମଧ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିଛି । ଆସନ୍ତାକାଲି ଅର୍ଥାତ୍ ୨୩ ଜାନୁଆରୀରୁ ସାଧାରଣ ଭକ୍ତଙ୍କ ପାଇଁ ଏହି ମନ୍ଦିର ଖୋଲାଯିବ । ଅର୍ଥାତ୍ ଜାନୁୟାରୀ ୨୩ରୁ ଦେଶବାସୀ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ । ଟ୍ରଷ୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୨ରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କାରିବାକୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । କିନ୍ତୁ ପରଦିନ ସମସ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami