ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ମିଳିନି ପାରିଶ୍ରମିକ

Above Post Content

ଅଯୋଧ୍ୟା : ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ରାମଲଲାଙ୍କ ମୂର୍ତ୍ତିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ସେଥିଲାଗି ରାମଲଲାଙ୍କ ପ୍ରତି ଆକୃଷ୍ଟ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମୁଛି । ହେଲେ ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ଏବେ ଖୁବ୍ ଚର୍ଚ୍ଚାରେ । ଗତ କିଛି ମାସ ମଧ୍ୟରେ ସେ ଦିନରାତି କାମ କରି ରାମଲଲାଙ୍କ ସୁନ୍ଦର କମନୀୟ ରୂପକୁ ଆକାର ଦେଇଛନ୍ତି । ଏହି ମୂର୍ତ୍ତିକୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପସନ୍ଦ କରାଯାଉଛି ।

ବାକି ଅଛି ୧୨ ଲକ୍ଷ ଟଙ୍କା

After 2nd paragraph post ads
Middle post content

ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି । ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହେବା ପାଇଁ ୩ଟି ମୂର୍ତ୍ତିରୁ ଗୋଟିଏ ଚୟନ କରାଯାଇଥିଲା । ତେବେ ପ୍ରାଣ ପ୍ରତିଷ୍ଠା ହୋଇଥିବା ସେହି ସାବଲୀଳ ସୁନ୍ଦର କୃଷ୍ଣକାନ୍ତି ମୂର୍ତ୍ତିକୁ ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ତିଆରି କରିଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡବଡ ନେତା ଓ ସେଲିବ୍ରେଟିମାନେ ମଧ୍ୟ ତାଙ୍କ କାରୁକାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏବେ ଅରୁଣଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ଦୁଇ ବିଜେପି ବିଧାୟକ । ମୂର୍ତ୍ତି ନିର୍ମାଣ ପାଇଁ ଅରୁଣଙ୍କୁ ପାରିଶ୍ରମିକ ଦିଆଯାଇନାହିଁ । ତାଙ୍କର ଆଉ ୧୨ଲକ୍ଷ ଟଙ୍କା ବାକି ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ରାଜବଂଶର ରାଜାଙ୍କ ମୂର୍ତ୍ତି ଗଢିବା ପାରିଶ୍ରମିକ ମିଳିନି

ଏହି ପାରିଶ୍ରମିକ ତାଙ୍କୁ ରାମଲଲାଙ୍କ ମୂର୍ତ୍ତି ପାଇଁ ନୁହେଁ ବୋଡିଆର ରାଜବଂଶର ରାଜାଙ୍କ ମୂର୍ତ୍ତି ଗଢିବା ପାଇଁ ମହୀଶୂର ନଗର ନିଗମ ତାଙ୍କୁ ପାରଶ୍ରମିକ ମିଳିନାହିଁ । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଭାଜପା ବିଧାୟକ ବସନଗୌଡା ଓ ପାଟିଲ କହିଛନ୍ତି, ୨୦୧୬ରେ ଅରୁଣ, ଶ୍ରୀ ଜୟଚାମାରାଜେନ୍ଦ୍ର ବୋଡିଆରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ । ମୂର୍ତ୍ତି ନିର୍ମାଣର ୮ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ମହୀଶୂର ନଗର ନିଗମ କୌଣସି ପାରିଶ୍ରମିକ ଦେଇନାହିଁ । କେବଳ ଜଣେ ମୂର୍ତ୍ତିକାର ନୁହନ୍ତି ଏହା ଯଦୁବଂଶ ରାଜାଙ୍କର ମଧ୍ୟ ଅପମାନ ଅଟେ ବୋଲି ସେ କହିଛନ୍ତି । ଏନେଇ ମହୀଶୂର ନଗର ନିଗମକୁ ପଚରାଯିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି । ପ୍ରଥମେ ସେମାନେ ରେକର୍ଡ ଯାଞ୍ଚ କରିବେ ପରେ ବିଜେପି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବେନଗର ନିଗମ ସଫେଇ ଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami