ଅନଲାଇନ୍ ଠକେଇର ଶିକାର ହେଲେ ତୁରନ୍ତ ଏହି ୬ ନମ୍ବରକୁ କଲ କରନ୍ତୁ, ଫେରସ୍ତ ମିଳିଯିବ ଟଙ୍କା

Above Post Content

ଆଜିର ସମୟରେ ଅନଲାଇନ୍ ଦେଣନେଣ ସାମାନ୍ୟ କଥା ହୋଇଯାଇଛି । ୧୦ ଟଙ୍କାର ଚା’ଠାରୁ ୧୦ ଲକ୍ଷ ଟଙ୍କାର ରକମ ମଧ୍ୟ ଟ୍ରାନସଫର ହେଉଛି । କ୍ୟୁଆର କୋଡ୍ ଠାରୁ ଲିଙ୍କ୍ ଦ୍ୱାରା ଟଙ୍କା ଟ୍ରାନସଫର ହେଉଛିଡିଜିଟାଲ ଦୁନିଆ କାରଣରୁ ଆଉ ଟଙ୍କା ଦେବାକୁ ଶାରିରିକ ଭାବେ ଜଣକ ପାଖକୁ ଯିବାକୁ ପଡୁନାହିଁ କିମ୍ବା ବ୍ୟାଙ୍କକୁ ଦୌଡିବାକୁ ପଡୁନାହିଁ । କିନ୍ତୁ ଡିଜିଟାଲ ଦୁନିଆର ବି ରହିଛି ଭଲ ଓ ଖରାପ ଦିଗ । ଯେଉଁଠି ଅନଲାଇନ୍ ପେମେଣ୍ଟ୍ ଆପ୍, ବ୍ୟାଙ୍କିଂ ଅନେକ ସୁବିଧା ଆଣିଛି ସେଇଠି ବିପଦ ମଧ୍ୟ ଆଣିଛି । ସାଇବର ଦୁନିଆରେ ଏଭଳି ଅନେକ ଠକ ଘୁରିବୁଲୁଛନ୍ତି ଯେଉଁମାନଙ୍କ ନଜର ଆପଣଙ୍କ ଟଙ୍କା ଉପରେ ରହିଛି । ସେମାନେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି କରିବାର କୌଣସି ମୌକା ଛାଡନ୍ତି ନାହିଁ । ଆପଣ କିମ୍ବା ଆପଣଙ୍କ କେହି ପରିଚିତ ଏଭଳି ଠକେଇର ଶିକାର ହୋଇଥିବେ ନିଶ୍ଚିତ । ତେବେ ଯଦି ଆପଣ ମଧ୍ୟ ଏଭଳି ଠକେଇର ଶିକାର ହୁଅନ୍ତି ତେବେ କେମିତି ନିଜ ଝାଳବୁହା ଟଙ୍କା ଫେରି ପାଇବେ । ଆଜି ଆମେ ଆପଣଙ୍କୁ ଏମିତି ୬ ଟି ନମ୍ବର ବାବଦରେ କହିବୁ ଯେଉଁ ନମ୍ବରକୁ କଲ କରି ଆପଣ ତୁରନ୍ତ ନିଜ ଟଙ୍କା ଫେରି ପାଇବେ । ଆସନ୍ତୁ ଜାଣିବା ସେହି ୬ ଟି ନମ୍ବର ବାବଦରେ…

କେଉଁ ନମ୍ବରରେ ଅଭିଯୋଗ କରିବେ ?

After 2nd paragraph post ads

ଭାରତ ସରକାର ୧୫୫-୨୬୦ ହେଲପଲାଇନ୍ ଆରମ୍ଭ କରିଥିଲେ । ଏହି ହେଲପ୍ ଲାଇନରେ ସାଇବର ଫ୍ରଡ୍ ସମ୍ବନ୍ଧିତ ଯେକୌଣସି ଅଭିଯୋଗ କରାଯାଇପାରେ । ଏହି ନମ୍ବରକୁ କେନ୍ଦ୍ର ଗୃହ ବିଭାଗ ଅନଲାଇନ୍ ଠକେଇ ରୋକିବାକୁ ଆରମ୍ଭ କରିଥିଲେ । ଏହାକୁ ଆରବିଆଇ, ପେମେଣ୍ଡ୍ ବ୍ୟାଙ୍କର ଓ ଅନ୍ୟ ମୁଖ୍ୟ ବ୍ୟାଙ୍କଙ୍କ ସହଯୋଗରେ ଇଣ୍ଡିଆ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ଅପରେଟ୍ କରିଥାଏ ।

Middle post content

କେମିତି କରେ କାମ ?

୧୫୫-୨୬୦କୁ ଫୋନ୍ କରିବା ପରେ ମାମଲା ରାଜ୍ୟ ପୋଲିସ ପାଖକୁ ସ୍ଥାନାନ୍ତରିତ ହୋଇଥାଏ । ପୋଲିସ ଅପରେଟର ଫ୍ରଡ୍ ଟ୍ରାଞ୍ଜାକ୍ସନ ଡିଟେଲ ଓ ଅନ୍ୟ ବ୍ୟକ୍ତିଗତ ସୂଚନା ଏକାଠି କରିଥାଏ । ପୋଲିସ ‘ସିଟିଜନ ଫାଇନାନ୍ସିଆଲ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ’ ପାଖରେ ଟିକେଟର ଫର୍ମକୁ ପଂଜିକୃତ କରିଥାଏ । ସେହି ଟିକେଟକୁ ସ୍ଥାନୀୟ ବ୍ୟାଙ୍କ୍, ୱାଲେଟ୍ ସହିତ ସେୟାର କରାଯାଏ । ଏହା ପରେ ପୁରା ମାମଲା ପୀଡିତ ଓ ଠକର ବ୍ୟାଙ୍କ ମଧ୍ୟରେ ହୋଇଥାଏ ।

ଠକେଇର ଶିକାରଙ୍କ ମୋବାଇଲ ନମ୍ବରକୁ ଏସଏମଏସ ଦ୍ୱାରା ସ୍ୱୀକୃତି ନମ୍ବର (acknowledgement number) ଆସିଥାଏ । ଯେଉଁଥିରେ ଆପଣଙ୍କୁ ସମସ୍ତ ସୂଚନା ୨୪ ଘଣ୍ଟା ମଧ୍ୟରେ ଭରିବାକୁ ପଡିଥାଏ । ବ୍ୟାଙ୍କର ରିପୋର୍ଟିଂ ପୋର୍ଟାଲରେ ଆପଣଙ୍କ ଟିକେଟ୍ ଦୃଷ୍ଟିଗୋଚର ହୋଇଥାଏ । ଇଣ୍ଟରନାଲ ସିଷ୍ଟମରେ ଡିଟେଲର ଯାଂଚ୍ କରାଯାଇ ପାରେ । ଯଦି ଟଙ୍କା ଆରୋପି ଖାତାରେ ଥାଏ ତେବେ ବ୍ୟାଙ୍କ ତାକୁ ତୁରନ୍ତ ହୋଲ୍ଡ କରିଦିଏ । ଫଳରେ ସେ ଟଙ୍କା ଉଠାଇ ପାରେନାହିଁ । ଠକ ଯଦି କୌଣସି ଦ୍ୱିତୀୟ ବ୍ୟାଙ୍କର ଖାତାକୁ ଟଙ୍କା ଟ୍ରାନସଫର କରିଥାଏ ତେବେ ସେହି ବ୍ୟାଙ୍କ ପାଇଁ ମଧ୍ୟ ଟିକେଟ୍ ତିଆରି ହୋଇଥାଏ ଓ ସେହି ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ମଧ୍ୟ ହୋଲ୍ଡ କରାଯାଏ । ତେବେ ଏଥିପାଇଁ ଆପଣଙ୍କୁ ତୁରନ୍ତ ଅଭିଯୋଗ କରିବାକୁ ପଡିବ । ତେଣୁ ଏହି ନମ୍ବରକୁ ନିଜ ଫୋନରେ ସେଭ୍ କରି ରଖନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami