ଅଙ୍କିତା ହତ୍ୟାକାଣ୍ଡ : ଉତ୍ତରାଖଣ୍ଡରୁ ଦିଲ୍ଲୀ ସବୁଠି ବିରୋଧ, ରିସୋର୍ଟ ଭଙ୍ଗା ପଛରେ ଷଡ଼ଯନ୍ତ୍ର ?

Above Post Content

ଉତ୍ତରାଖଣ୍ଡର ଅଙ୍କିତା ହତ୍ୟାକାଣ୍ଡ ବିଜେପି ପାଇଁ ମୁଣ୍ଡବିନ୍ଧା ହେବାରେ ଲାଗିଛି । ରବିବାର ଦିନ ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ବିରୋଧ ଦେଖିବାକୁ ମିଳିଥିଲା । ଏହା ଭିତରେ ଅଙ୍କିତାଙ୍କ ପିତା ରିସୋର୍ଟ୍ ଭଙ୍ଗାର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତିରିସୋର୍ଟରେ ଥିବା ସାକ୍ଷ ପ୍ରମାଣ ନଷ୍ଟ କରିବାକୁ ଏହାକୁ ଭଙ୍ଗା ଯାଇଥିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଉତ୍ତରାଖଣ୍ଡର ରାସ୍ତା ଜାମ

After 2nd paragraph post ads

ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପାଇଁ ଅରାଜି ଥିବା ପରିବାର ରବିବାର ଦିନ ପ୍ରଶାସନ ସହିତ ଆଲୋଚନା ପରେ ଅନ୍ତିମ ସଂସ୍କାର ହୋଇଥିଲା । ତେବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଙ୍କିତାଙ୍କ ଗୃହନଗର ଶ୍ରୀନଗରରେ ବ୍ୟାପକ ବିରୋଧ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତା ଜାମ କରିଥିଲେ । ଏପରିକି ଜଣେ ମହିଳା ଅଙ୍କିତାଙ୍କ ମୃତଦେହ ନେଇ ଆସୁଥିବା ଆମ୍ବୁଲାନ୍ସ ଆଗରେ ଶୋଇ ପଡିଥିଲେ । ପୋଲିସ ତାଙ୍କ ହଟାଇବା ପରେ ମରଶରିର ଶ୍ମସାନକୁ ଯାଇଥିଲା । ଶ୍ମସାନରେ ମଧ୍ୟ ଲୋକ ବିକ୍ଷୋଭ କରିଥିଲେ । ଶେଷରେ ଅଙ୍କିତାଙ୍କ ପିତାଙ୍କୁ ଆଗକୁ ଆସି ଲୋକଙ୍କୁ ହଟିବା ପାଇଁ ଅନୁରୋଧ କରିବାକୁ ପଡ଼ିଥିଲା । ତାଙ୍କ ଅନୁରୋଧ ପରେ ଲୋକ ହଟିବା ଆରମ୍ଭ କରିଥିଲେ ।

ରିସୋର୍ଟରେ ପ୍ରମାଣ ଥିଲା, ତାକୁ ଭାଙ୍ଗିଲ କାହିଁକି ?

Middle post content

ଅଙ୍କିତାଙ୍କ ପିତା ରିସୋର୍ଟ ଭାଙ୍ଗିବା ପାଇଁ ପ୍ରଶାସନର ନିଷ୍ପତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ରିସୋର୍ଟରେ ପ୍ରମାଣ ଥିବା ବେଳେ ତାକୁ କିଏ ଭାଙ୍ଗିବାକୁ ଆଦେଶ ଦେଇଥିଲା ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଋଶିକେଶରେ ଅଙ୍କିତାଙ୍କ ପିତା ବିରେନ୍ଦ୍ର ଭଣ୍ଡାରୀ ଏକ ଖବରକାଗଜକୁ ସାକ୍ଷାତକାର ଦେଇ ଏହି ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ବିବେକ ଜୋଗଦଣ୍ଡେ କହିଛନ୍ତି ଯେ, ରିସୋର୍ଟ ଉପରେ ବୁଲଡୋଜର ଚଲାଇବାକୁ କିଏ ଆଦେଶ ଦେଇଥିଲା ତା’ର ତଦନ୍ତ ହେଉଛି । ଅର୍ଥାତ ଜିଲାପାଳ ମଧ୍ୟ ଜାଣି ନାହାନ୍ତି ଯେ ରିସୋର୍ଟ କିଏ ଭାଙ୍ଗିବାକୁ ଆଦେଶ ଦେଇଥିଲା ।

ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ବିଚାର

ଏହା ଭିତରେ ଫାଷ୍ଟ୍ ଟ୍ରାକ୍ କୋର୍ଟରେ ଅଭିଯୁକ୍ତଙ୍କ ବିଚାର କରିବା ପାଇଁ ଅଙ୍କିତାଙ୍କ ପରିବାରର ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅଙ୍କିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ପିତା ଓ ଭାଇ ବିଜେପିର ଛାମୁଆଁ ନେତା ଥିଲେ ଅବଶ୍ୟ ମାମଲା ସାମ୍ନାକୁ ଆସିବା ପରେ ଉଭୟଙ୍କୁ ଦଳ ବହିଷ୍କାର କରିଛି ।

ନିଖୋଜ ହେବା ପୂର୍ବରୁ ରୋଷେୟାଙ୍କ ସହିତ କଥା ହୋଇଥିଲେ ଅଙ୍କିତା

ଅଙ୍କିତା ନିଖୋଜ ହେବା ପୂର୍ବରୁ ରିସୋର୍ଟର ଜଣେ ରୋଷେୟାଙ୍କ ସହିତ ଶେଷଥର ପାଇଁ କଥା ହୋଇଥିଲେ । ସେପ୍ଟେମ୍ବର ୧୮ ତାରିଖ ଦିନ ଅଙ୍କିତା ରୋଷେୟାଙ୍କୁ ଫୋନ କରିଥିଲେ । ରୋଷେୟା ମନବୀର ସିଂହ ଚୌହାନ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଅଙ୍କିତା ମୋତ ଫେନ୍ କରି ତାଙ୍କ ବ୍ୟାଗ ଆଣିବାକୁ କହିଥିଲେ । ସେତେବେଳେ ସେ କାନ୍ଦୁଥିଲେ । ସେ ତାଙ୍କ ବ୍ୟାଗ୍ ରାସ୍ତାରେ ରଖିବାକୁ କହିଥିଲେ । କିନ୍ତୁ ଜଣେ ଷ୍ଟାଫ୍ ଯେତେବେଳେ ବ୍ୟାଗ୍ ନେଇ ବାହାରକୁ ଗଲେ ସେତେବଳେ ସେଠାରେ ଅଙ୍କିତା ନଥିଲେ ସୂଚନାଯୋଗ୍ୟ ଯେ, ଅଙ୍କିତାଙ୍କୁ ୧୮ ତାରିଖ ସନ୍ଧ୍ୟା ୩ଟାରେ ଶେଷଥର ପାଇଁ ରିସୋର୍ଟରେ ଦେଖିବାକୁ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami