ସୁଶାନ୍ତଙ୍କ ଅନୁପସ୍ଥିତି କଷ୍ଟ ଦେଉଛି. ବିଗ୍ ବସ୍‌ରେ ମନ ଖୋଲା କଥା କହିଲେ ଅଙ୍କିତା

Above Post Content

ମୁମ୍ବାଇ: ବିଗ ବସ ହାଉସରେ ଏଣ୍ଟ୍ରି କରିବା ଦିନଠୁ ହିଁ ପୂର୍ବ ପ୍ରେମିକ ସୁଶାନ୍ତଙ୍କୁ ମନେ ପକାଉଛନ୍ତି ଅଙ୍କିତା । ସୁଶାନ୍ତଙ୍କ ଅନୁପସ୍ଥିତି ତାଙ୍କୁ ଯନ୍ତ୍ରଣା ଦେଉଥିବା ଅନୁଭବ କରିପାରୁଛନ୍ତି ଅଙ୍କିତା । କାରଣ ସୁଶାନ୍ତଙ୍କ ସହ ବିତାଇଥିବା ସମୟ ଠାରୁ ଆରମ୍ଭ କରି କାହିଁ ଶେଷ ସମୟରେ ସୁଶାନ୍ତଙ୍କୁ ଅଙ୍କିତା ଦେଖିବାକୁ ଗଲେନି ସେ କଥା ମଧ୍ୟ କହିଛନ୍ତି । ବିଗ ବସ ହାଉସକୁ ଆସିବା ପରେ ସୁଶାନ୍ତଙ୍କୁ ନେଇ ଅଙ୍କିତାଙ୍କ ମନରେ ଥିବା ଦୁର୍ବଳତା ସ୍ପଷ୍ଟ ବାରି ହୋଇପଡୁଛି । ‘ବିଗ୍ ବସ୍ ୧୭’ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଛନ୍ତି ଅଙ୍କିତା ।

Middle post content

କ’ଣ ପାଇଁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଯାଇ ନ ଥିଲେ କହିଲେ ଅଙ୍କିତା

After 2nd paragraph post ads

‘ବିଗ୍ ବସ୍ ୧୭’ରେ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ଭିକି ଜୈନଙ୍କ କଳି ଏକ ସାଧାରଣ କଥା ପାଲଟିଗଲାଣି । ଖାଲି ସେତିକି ନୁହେଁ, ଅଙ୍କିତା ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ପୂର୍ବ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କୁ ବାରମ୍ବାର ମନେ ପକାଉଛନ୍ତି । ବିଗ୍‌ବସ ଘରେ ମୁନ୍ନାର ଫାରୁକି ଓ ଅଙ୍କିତା ଲୋଖଣ୍ଡେ ଦିବଗଂତ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କଥା ହଉଥିବାର ଶୁଣିବାକୁ ମିଳିଛି । କଥା ହଉ ହଉ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡୁଛନ୍ତି । ଅଙ୍କିତା ପ୍ରଥମ ଥର ପାଇଁ ପ୍ରକାଶ କରିଛନ୍ତି ଯେ ସେ କ’ଣ ପାଇଁ ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାରକୁ ଯାଇ ନ ଥିଲେ । ପ୍ରଥମେ ମୁନ୍ନାର କହୁଥିବାର ଶୁଣିବାକୁ ମିଳୁଛି ଯେ ସେ ସୁଶାନ୍ତଙ୍କ ଫିଲ୍ମ ‘ଏମ୍ ଏସ୍ ଧୋନୀ: ଦ ଅନ୍‌ଟୋଲ୍‌ଡ ଷ୍ଟୋରି’ର ସ୍କ୍ରିନିଂ ଦେଖିବାକୁ ଯାଇଥିଲେ । ତାପରେ ଅଙ୍କିତା ସୁଶାନ୍ତଙ୍କୁ ଜଣେ ଭଲ ଲୋକ ଥିଲେ ବୋଲି କହି ପ୍ରଶଂସା କରୁଛନ୍ତି । ସେ ଆହୁରି ବି କହୁଛନ୍ତି ଯେ ସୁଶାନ୍ତଙ୍କ ପାଇଁ ‘ଥିଲେ’ ଶବ୍ଦ ବ୍ୟବହାର କରିବା ଖୁବ୍ ଖରାପ ଲାଗୁଛି । ସେ ଆହୁରି ବି କହିଛନ୍ତି ଯେ ‘‘ସୁଶାନ୍ତ ଯିବା ପରେ ମୁଁ ପ୍ରଥମ ଥର ପାଇଁ ଅନୁଭବ କରିପାରିଲି ଯେ କାହାର ନ ରହିବାରେ କ’ଣ ହୁଏ । ଏପରି ପ୍ରଥମ ଥର ହେଲା ଯେ ମୋର କେହି ନିକଟତର ଲୋକ ଦୁନିଆ ଛାଡ଼ିକି ଗଲେ । ଶେଷରେ ସେ କହୁଛନ୍ତି ଯେ ସୁଶାନ୍ତଙ୍କୁ ଶେଷ ଅବସ୍ଥାରେ ସେ ଦେଖିପାରିବେ ନାହିଁ ବୋଲି ତାଙ୍କ ଅନ୍ତିମ ସଂସ୍କାରକୁ ଯାଇ ନ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami