୩ ଦିନ ଧରି ସେଲିବ୍ରେସନ ହେବ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ

Above Post Content

ମୁମ୍ୱାଇ: ଦେଶର ସବୁଠାରୁ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ବାଜିବାକୁ ଯାଉଛି ସାହାନାଇ । କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ରାଜକୀୟ ଶୈଳୀରେ ସାତଫେରା ନେବେ । ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ ମାର୍ଚ୍ଚ ୧-୩ ଯାଏଁ ଗୁଜୁରାଟର ଜାମନଗରରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ବର୍ତ୍ତମାନ ତାଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ସାମିଲ ହେବେ ହଜାରେ ଅତିଥି

After 2nd paragraph post ads
Middle post content

ଅନନ୍ତ ଓ ରାଧିକାଙ୍କ ଏହି ବିବାହ ସମାରୋହରେ ଭାରତ ଏବଂ ବିଦେଶରୁ ପ୍ରାୟ ୧୦୦୦ ଅତିଥି ଅଂଶଗ୍ରହଣ କରିବେ । ଆନ୍ତର୍ଜାତୀୟ ନେତା ତଥା ସେଲିବ୍ରିଟିମାନେ ଅନନ୍ତ-ରାଧିକାଙ୍କୁ ଆଶୀର୍ବାଦ କରିବେ । ଏହି ଗ୍ରାଣ୍ଡ ୱେଡିଂରେ ଖାଦ୍ୟ ମେନ୍ୟୁ ମଧ୍ୟ ସ୍ୱତନ୍ତ୍ର ହେବାକୁ ଯାଉଛି । ଖାଦ୍ୟ ସମ୍ବନ୍ଧୀୟ ଅତିଥିମାନଙ୍କ ପସନ୍ଦ ଉପରେ ବିଶେଷ ଯତ୍ନ ନିଆଯିବ । ବିବାହର ପୂର୍ବ ଉତ୍ସବରେ ଯୋଗଦେଉଥିବା ସମସ୍ତ ଅତିଥିଙ୍କ ଦଳରୁ ସେମାନଙ୍କ ଖାଦ୍ୟ ପସନ୍ଦ ବିଷୟରେ ସୂଚନା ମାଗିଛନ୍ତି । ବିବାହ ପୂର୍ବରୁ ଇନ୍ଦୋରର ପ୍ରାୟ ୨୫ ଜଣ ରୋଷେୟାଙ୍କର ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇନ୍ଦୋରୀ ଖାଦ୍ୟକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ପାର୍ସୀ, ଥାଇ, ମେକ୍ସିକାନ୍‌, ଜାପାନିଜ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପାନ ଏସିଆ ପ୍ୟାଲେଟ୍ ଉପରେ ଧ୍ୟାନ ଦିଆଯିବ । ତିନି ଦିନ ପାଇଁ ଅତିଥିମାନଙ୍କୁ ୨୫୦୦ ପ୍ରକାରର ଖାଦ୍ୟ ପରିବେଷଣ କରାଯିବ । ଏଥିରେ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏବଂ ମଧ୍ୟରାତ୍ରି ସ୍ନାକ୍ସ ଅନ୍ତର୍ଭୁକ୍ତ ହେବ ।

ପ୍ରିୱେଡିଂରେ ଧମାଲ କରିବେ ଅରିଜିତ, ଦିଲଜିତ

ଜଳଖିଆ ମେନୁରେ ୭୦ ଟି ଅପସନ୍ ରହିବ । ଅତିଥିମାନଙ୍କୁ ମଧ୍ୟାହ୍ନ ଭୋଜନରେ ୨୫୦ ଏବଂ ରାତ୍ରୀ ଭୋଜନରେ ୨୫୦ ପ୍ରକାରର ଖାଦ୍ୟ ସାମଗ୍ରୀ ପରିବେଷଣ କରାଯିବ । କୌଣସି ଡିସ୍ ଫଙ୍କସନ୍ ପୁନରାବୃତ୍ତି ହେବ ନାହିଁ । ପାର୍ଟି ଉପଭୋଗ କରୁଥିବା ଅତିଥିମାନଙ୍କ ପାଇଁ ମଧ୍ୟରାତ୍ରିର ସ୍ନାକ୍ସ ପାଇଁ ବ୍ୟବସ୍ଥା କରାଯିବ । ଅନନ୍ତ-ରାଧିକାଙ୍କର ଜାନୁଆରୀ ୨୦୨୩ରେ ନିର୍ବନ୍ଧ ହୋଇଥିଲା । ସେମାନଙ୍କର ବିବାହ ଗ୍ରାଣ୍ଡ ହେବ । ଅତିଥି ତାଲିକାରେ ବିଭିନ୍ନ କ୍ଷେତ୍ରର ବଡ ହସ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ମାର୍କ ଜୁକରବର୍ଗ, ବିଲ୍ ଗେଟ୍ସ, ଶାହାରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ରଜନୀକାନ୍ତ ଯୋଗଦେବାକୁ ଆଲୋଚନା ହେଉଛି । ରିହାନା, ଅରିଜିତ ସିଂ ଏବଂ ଦିଲଜିତ ଦୋସାଞ୍ଜ ବିବାହ ପୂର୍ବର ପ୍ରିୱେଡିଂରେ ଧମାଲ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami