ଆରମ୍ଭ ହେଲା ଅନନ୍ତ-ରାଧିକାଙ୍କ ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ

Above Post Content

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ ଅନନ୍ତ । ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଆରମ୍ଭ ବି ହୋଇଗଲାଣି । ଗୁଜୁରାଟର ଜାମନଗରରେ ଚାଲିଥିବା ରିଲାଏନ୍ସ ଗ୍ରିନ୍ସ କମ୍ପେ୍ଲକ୍ସରେ ଅନନ୍ତ ଏବଂ ରାଧିକାଙ୍କର ତିନି ଦିନିଆ ପ୍ରି-ୱେଡିଂ ଉତ୍ସବ ଆୟୋଜିତ ହେବ । ଏହି ଉତ୍ସବରେ ବହୁ ଭାରତୀୟ ତଥା ଆନ୍ତର୍ଜାତୀୟ କଳାକାର, ପପ୍‌-ଆଇକନ୍ ରିହାନା, ଅରିଜିତ୍ ସିଂ ଏବଂ ଦିଲଜିତ୍ ଦୋସାଞ୍ଜ ଧମାଲ କରିବାକୁ ଯାଉଛନ୍ତି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Middle post content

ଲୋକଙ୍କୁ ଖାଦ୍ୟ ପରସିଥିଲେ ରାଧିକା-ଅନନ୍ତ

After 2nd paragraph post ads

ଆଜିଠୁ ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଅମ୍ବାନୀ ପରିବାରର ଭାବି ବୋହୂ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଧିକା ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ । ଉଭୟ ଖାଦ୍ୟ ପରିବେଷଣ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଦ୍ୟ ପରିବେଷଣ ସମୟରେ ଅନନ୍ତ ଏବଂ ରାଧିକା ବହୁତ ଖୁସି ଦେଖାଯାଉଥିଲେ । ରାଧିକା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ରାଧିକାଙ୍କ ସରଳତା ଦେଖି ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅନନ୍ତ ମେରୁନ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ରାଧିକା ପିଙ୍କ୍ କଲରର ସାଲୱାର ପିନ୍ଧିଥିଲେ, ଯେଉଁଥିରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ । ଅନ୍ନସେବା କାର୍ଯ୍ୟକ୍ରମ ଆଗାମୀ କିଛି ଦିନ ପାଇଁ ଜାରି ରହିବ ଏବଂ ପ୍ରାୟ ୫୧ ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami