କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିବେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ : ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସହ ଫିଲ୍ମ ‘ତେଜସ’ ଦେଖିବେ । କଙ୍ଗନାଙ୍କ ଅଭିନିତ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ତାଙ୍କର କିଛି ମନ୍ତ୍ରୀ ମଧ୍ୟ ଫିଲ୍ମ ଦେଖିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛିି । ତେଜସ ଫିଲ୍ମକୁ ୟୁପିରେ ଟ୍ୟାକ୍ସମୁକ୍ତ କରାଯାଇପାରେ ବୋଲି ଆଶା ରଖିଛନ୍ତି କଙ୍ଗନା । ଏହାପୂର୍ବରୁ ୟୁପିରେ ଅନେକ ଫିଲ୍ମକୁ ଟ୍ୟାକ୍ସମୁକ୍ତ କରାଯାଇଛି । ଏଥିମଧ୍ୟରୁ କାଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ଭଳି ଫିଲ୍ମ ମଧ୍ୟ ଟିକସମୁକ୍ତ କରାଯାଇଥିଲା ।

ବାୟୁସେନା ଅଧିକାରୀ ଭାବେ ନଜର ଆସିଛନ୍ତି କଙ୍ଗନା

ଭାରତୀୟ ବାୟୁସେନାର ଅଦମ୍ୟ ସାହସର କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ ତେଜସ୍ । ଯେଉଁଥିରେ କଙ୍ଗନା ତେଜସ ଗିଲ ନାମକ ଜଣେ ବାୟୁସେନା ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଏଜେଣ୍ଟକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଯାଇଛନ୍ତି । ଏହି ଫିଲ୍ମକୁ ନେଇ କଙ୍ଗନା ଏବେ ଚର୍ଚ୍ଚାରେ ଅଛନ୍ତି । ଏଥିରେ ସେ ଚିତାକର୍ଷକ ଅଭିନୟ କରିଛନ୍ତି, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡାକିଛନ୍ତି । ଯେଉଁଥିରେ ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କ ସହ ତେଜସ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବେ ।

bollywood newsyogi adityanath latest newsYogi adityanath will see the film tejasYogi adityanath will see the film tejas with kangana
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami