ଚୀନ୍ ଫାଶରେ ଧରା ଦେବକି ନେପାଳ ?,ପ୍ରଚଣ୍ଡଙ୍କ ବେଜିଂ ଗସ୍ତ ଉପରେ ଭାରତର ନଜର

ପାକିସ୍ତାନ ଏବଂ ଶ୍ରୀଲଙ୍କା ରାସ୍ତାରେ ନେପାଳସୁନେଲୀ ସ୍ବପ୍ନ ଦେଖାଇ, ନେପାଳକୁ ଫସାଇବ କି ଚୀନ ? ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ପଦ ସମ୍ଭାଳିବା ପରେ ପ୍ରଥମଥର ଚୀନ ଗସ୍ତ କରିବେ । ଆସନ୍ତା ୨୨ ତାରିଖରେ ଆମେରିକାରୁ ଯାଇ ଚୀନରେ ପହଞ୍ଚିବେଦୁଇ ଦେଶ ମଧ୍ୟରେ କଣ ଆଲୋଚନା ହେବ ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚାଚୀନ ଗସ୍ତ ପଛରେ ତିନୋଟି ମୁଖ୍ୟ କାରଣ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି

ପ୍ରଥମ କାରଣ ହେଉଛି– ନିକଟରେ ଚୀନ ନୂଆ ନକ୍ସା ଜାରି କରିଥିବାବେଳେ କଳାପାଣିକୁ ଭାରତର ବୋଲି ଦର୍ଶାଇଛି । ସେପଟେ କଳାପାଣିକୁ ନେଇ ନେପାଳ ସହ ଭାରତର ବିବାଦ ମଧ୍ୟ ସମାଧାନ ହୋଇନାହିଁ । ଏଭଳି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଗସ୍ତ କରୁଛନ୍ତି । ଆଉ ଏହାକୁ ନେଇ ଆଲୋଚନା ମଧ୍ୟ ହୋଇପାରେ । ହୁଏତ ନେପାଳକୁ ନିଜ ପାଲରେ ପକାଇବାକ ପାଇଁ ଚୀନ କଳାପାଣି କାର୍ଡ୍ ଖେଳିପାରେକଳାପାଣିକୁ ବିବାଦୀୟ ଅଂଚଳ ବୋଲି କହିପାରେ

ଦ୍ବିତୀୟ କାରଣଚୀନର ବିଆରଆଇ ନେପାଳରେ ଫସି ରହିଥିବାବେଳେ ଚୀନର ବିରୋଧୀ କୁହାଯାଉଥିବା ଆମେରିକାର ଏମସିସି କାର୍ଯ୍ୟକାରୀ ହେବାକୁ ଯାଉଛି ଆମେରିକା ଓ ଭାରତ ଚୀନର ନୂଆ ସିଲ୍କ ରୁଟ୍ ଜବାବରେ ମସଲା ରୁଟ୍ ଆରମ୍ଭ କରୁଛନ୍ତି । ଜି-୨୦ ବୈଠକରେ ଏଥିରେ ଏକରକମ ମୋହର ବାଜିଛି । ଏମିତିରେ ଚୀନ ବିବ୍ରତ ଅଛି । ତାକୁ ଲାଗୁଛି ବିଆରଆଇରୁ ନେପାଳ ମଧ୍ଯ ଦୁରେଇ ଯାଇପାରେ । ଏହାଭିତରେ ଚୀନ ଏହି ବିଆରଆଇର ସମୀକ୍ଷା କରୁଛି । ବୁଝାଇବା ସହ ପୁଣିଥରେ ଆଲୋଚନା କରିବା ପାଇଁ ଚାହୁଁଛି ।

ଚୀନ ନେପାଳରେ କୋଟି କୋଟି ଡଲାର ନିବେଶ କରିଛି । କିନ୍ତୁ ବହୁତ କମ ନିଯୁକ୍ତି ସୃଷ୍ଟି କରିଛି ଚୀନକୁ ଅତ୍ୟନ୍ତ ଖରାପ ଲାଗୁଛି କି, ନେପାଳରେ ଭାରତ ଏବଂ ଆମେରିକାର ପ୍ରଭାବ ବଢ଼ିଛି । କିନ୍ତୁ ବିଆରଆଇରେ କିଛି ପ୍ରଗତି ହୋଇନାହିଁ । ଯେଉଁଥି ପାଇଁ ନିକଟରେ ଚୀନର ରାଷ୍ଟ୍ରଦୂତ ଚେଙ୍ଗ୍ ସୋ ଅସନ୍ତୋସ ବ୍ୟକ୍ତ କରିବା ସହ ଭାରତ ଉପରେ ବର୍ଷିଥିଲେ । ତେବେ BRIକୁ ନେଇ ନେପାଳ ଏବଂ ଚୀନ ମଧ୍ୟରେ ମଧ୍ୟ ବିବାଦ ଦେଖିବାକୁ ମିଳିଛିନେପାଳରେ ଭାରତ ଏବଂ ଆମେରିକାର ପ୍ରଭାବ ରହିଛିଉଭୟ ଭାରତ ଏବଂ ଆମେରିକା ସହ ନେପାଳର ଭଲ ବନ୍ଧୁତା ରହିଛି । ଯାହାକୁ ସହ୍ୟ କରିପାରୁନାହିଁ ଚୀନ । ଯେଉଁଥି ପାଇଁ ଚୀନ ଚାହୁଁଛି ନେପାଳରେ BRI ଆଗକୁ ବଢ଼ାଇବା । କିନ୍ତୁ କାଠମାଣ୍ଡୁ ଏଥିପାଇଁ ପ୍ରସ୍ତୁତ ନୁହେଁଋଣ ମାଧ୍ୟମରେ ଚୀନ ନେପାଳରେ BRIକୁ ବୃଦ୍ଧି କରିବାକୁ ଚାହୁଁଥିବାବେଳେ ନେପାଳ ସିଧାସଳଖ କହିଛି କି ଅନୁମୋଦନ ଦରକାର । କାଳେ ଶ୍ରୀଲଙ୍କା ଭଳି ଜାଲରେ ଫସିଯିବାର ଭୟରେ ନେପାଳ ଏଭଳି କହୁଛିଭାରତ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ନେପାଳ ଚାଇନାରୁ ସାମଗ୍ରୀ ଆମଦାନୀ କରିବାକୁ ଚାହୁଁଛି । କିନ୍ତୁ ବେଜିଂ ଦୀର୍ଘ ଦିନ ପର୍ଯ୍ୟନ୍ତ ସୀମାକୁ ବନ୍ଦ କରି ରଖିଥିଲା

ଚୀନ ନେପାଳକୁ ଫସାଇବା ପାଇଁ ଜାଲ ବିଛାଇଥିବାବେଳେ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତିନେପାଳର ବିଶେଷଜ୍ଞମାନେ କହିଛନ୍ତି କି, ଚୀନ ନେପାଳରେ ନିଜର ବହୁ ପରିମାଣର ପୁଞ୍ଜି ବିନିଯୋଗ କରିଛି ସତ କିନ୍ତୁ ଏଠାକାର ଲୋକେ ନିଯୁକ୍ତି କମ ପାଇଛନ୍ତି । ଯେଉଁଥିରୁ ଚୀନ ଅଧିକ ଲାଭ ପାଉଥିବାବେଳେ ନେପାଳର ଏକପ୍ରକାର କ୍ଷତି ମଧ୍ୟ ହେଉଛିରାଜନୈତିକ ଲାଭ ପାଇଁ ନେପାଳ ଚୀନ ସହ ସମ୍ପର୍କ ବଢ଼େଇବା ଉଚିତ୍ ନୁହେଁ । କୁହାଯାଉଛି କି, ଚୀନ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକାର ଏମସିସି ମୁଦା ଉଠାଇପାରେଏମସିସି ବିରୋଧରେ ନେପାଳରେ କିଛି ମାସ ପର୍ଯ୍ୟନ୍ତ ଚୀନ ସ୍ବର ଉଠାଇଥିଲା କିନ୍ତୁ ଏହା ସଫଳ ହୋଇନାହିଁ । ଏପରିକି ଋଣ ଛାଡ଼ ପାଇଁ ମଧ୍ୟ ଚୀନ ସରକାରଙ୍କ ସହ ଆଲୋଚନା କରିପାରନ୍ତି ନେପାଳ ପ୍ରଧାନମନ୍ତ୍ରୀ ।

china nepal newschina nepal relationschina nepal relations upscchina nepal relationshipcm prachandaprachanda chinaprachanda china visitprachanda in chinaprachanda latest news nepalprachanda nepal newsprachanda nepal prime ministprachanda news today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami