ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ?

ପାକିସ୍ତାନୀ ବାୟୁ ସେନା ସାହାଯ୍ୟରେ ତାଲିବାନ ପଂଜଶୀରକୁ ନିଜ ନିୟନ୍ତ୍ରଣକୁ ନେଇଛି । ତାଲିବାନର ଏହି ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ ଅସ୍ୱୀକାର କରୁଛି । ତେବେ ଗୋଟିଏ କଥା ସତ ଯେ, ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଏନଆରଏଫର ଗଡ଼ ଭୁସୁଡି ପଡିଛି । ଏହାରି ଭିତରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନ କରିଥିବା ଖବର ଆସିବାରେ ଲାଗିଛି । ରବିବାର ପଂଜଶୀରର ପତନ ପୂର୍ବରୁ ସାଲେହଙ୍କର ଗୋଟିଏ ଆର୍ଟିକାଲ ବ୍ରିଟିଶ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ନିଜର ଓ ପରିବାରର ସୁରକ୍ଷାକୁ ନେଇ କେତେ ଚିନ୍ତିତ ଥିଲେ ତାକୁ ଉଲ୍ଲେଖ କରିଥିଲେ ।

କାବୁଲ ଛାଡିବା ବେଳେ ପତ୍ନୀ ଓ ଝିଅର ଫଟୋ ପୋଡିଥିଲେ

ଅଗଷ୍ଟ ୧୫ ତାରିଖ ଦିନ ତାଲିବାନ କାବୁଲ ମଧ୍ୟକୁ ପ୍ରବେଶ କରିଥିଲା । ଏହି ସମୟରେ ରାଷ୍ଟ୍ରପତି ଓ ତାଙ୍କ ସମର୍ଥକ ନିଜ ଜୀବନ ବଂଚାଇ ଦେଶ ଛାଡି ପଳାୟନ କରିଥିଲେ । କିନ୍ତୁ ସାଲେହ ଦେଶ ନଛାଡି ତାଲିବାନର ମୁକାବିଲା କରିବାକୁ ପ୍ରତିଜ୍ଞା କରିଥିଲେ । ତାଲିବାନ ଯେତେବେଳେ କାବୁଲ ମଧ୍ୟକୁ ପ୍ରବେଶ କଲା ସେତେବେଳେ କ’ଣ ଘଟିଥିଲା ସେ ବାବଦରେ ସାଲେହ ନିଜ ଲେଖାରେ ଲେଖିଛନ୍ତି । ସାଲେହଙ୍କ ଅନୁସାରେ ତାଲିବାନ କାବୁଲକୁ ପ୍ରବେଶ କରିବା ସମୟରେ ଜଣେ ମଧ୍ୟ ସୈନିକ କାବୁଲରେ ନଥିଲେ । ସେ ସୈନିକଙ୍କୁ ଏଥିପାଇଁ ଦାୟୀ କରି ନାହାନ୍ତି । ସେମାନଙ୍କ ନେତୃତ୍ୱ ନେଉଥିବା ଜେନରାଲ ମାନେ ସୈନିକଙ୍କୁ ଲଜ୍ଜିତ କରାଇଥିଲେ ବୋଲି କହିଛନ୍ତି । ସେହି ଘଟଣାବହୁଳ ସମୟରେ କାବୁଲ ପୋଲିସ ମୁଖ୍ୟ ତାଙ୍କୁ ତାଲିବାନ ମୁକାବିଲା ପାଇଁ କିଛି କମାଣ୍ଡୋ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସାଲେହଙ୍କ ପାଖରେ କୌଣସି କମାଣ୍ଡୋ ନଥିଲେ । ସେହି ପୋଲିସ ମୁଖ୍ୟଙ୍କୁ ମନେ ପକାଇ ସାଲେହ ଲେଖିଛନ୍ତି ଯେ, ସେହି ବାହାଦୁର ପୋଲିସ ମୁଖ୍ୟ ଯେଉଁଠି ଥିବା ସୁରକ୍ଷିତ ଥାନ୍ତୁ ।

ରାଷ୍ଟ୍ରପତି ଭବନରୁ ନିଜ ଘର

ରାଷ୍ଟ୍ରପତି ଭବନରୁ ତା’ପରେ ସାଲେହ ନିଜ ଘରକୁ ଯାଇଥିଲେ । ସେଠାରେ ସେ ପ୍ରଥମ କାମ ଭାବେ ନିଜ ପତ୍ନୀ ଓ ଝିଅର ଫଟୋକୁ ପୋଡି ନଷ୍ଟ କରି ଦେଇଥିଲେ । କାରଣ ସେ ଚାହୁଁନଥିଲେ ଯେ, ତାଙ୍କ ଝିଅ କିମ୍ବା ପତ୍ନୀଙ୍କ ଫଟୋ ବର୍ବର ତାଲିବାନ ହାତରେ ପଡୁ । ମହିଳାଙ୍କ ପ୍ରତି ତାଲିବାନର ଅତ୍ୟାଚାର ଓ ବ୍ୟବହାର ବାବଦରେ ସାଲେହ ଭଲ ଭାବରେ ଅବଗତ ଥିବାରୁ ଯେମିତି କେହି ସେହି ଫଟୋରୁ ତାଙ୍କ ପତ୍ନୀ ଓ ଝିଅଙ୍କୁ ନଚିହ୍ନନ୍ତୁ ସେଥିପାଇଁ ସେ ଫଟୋକୁ ଜାଳି ଦେଇଥିଲେ । ଏହାପରେ ସେ ନିଜ ବ୍ୟକ୍ତିଗତ ଲାପଟପକୁ ନେଇ ସେଠାରୁ ପଂଜଶୀର ଅଭିମୁଖେ ବାହାରିଥିଲେ ।

ମୋ ମୁଣ୍ଡକୁ ଦୁଇଟି ଗୁଳି ମାରିବ

ଏହା ଥିଲା ସାଲେହଙ୍କର ନିଜ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଆଦେଶ । ନିଜ ଘରୁ ପଂଜଶୀର ଅଭିମୁଖେ ବାହାରିବା ବେଳେ ସାଲେହ କୋରାନ ଆଣି ମୁଖ୍ୟ ସୁରକ୍ଷା ଅଧିକାରୀ ରହିମଙ୍କ ଆଗରେ ରଖିଥିଲେ । କୋରାନରେ ହାତ ରଖିବାକୁ ରହିମଙ୍କୁ ସେ କହିଥିଲେ । ପଂଜଶୀର ଯିବା ରାସ୍ତାରେ ତାଲିବାନୀ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହେବା ବେଳେ ଯଦି ସେ ଆହତ ହୁଅନ୍ତି ତେବେ ତାଙ୍କ ମୁଣ୍ଡକୁ ଦୁଇଟି ଗୁଳି ମାରିବାକୁ ସେ ରହିମଙ୍କୁ କହିଥିଲେ । ସେ ରହିମଙ୍କୁ କହିଥିଲେ ଯେ, ତାଲିବାନ ଆଗରେ ମୁଣ୍ଡ ନୁଆଁଇବାକୁ ମୁଁ ଚାହୁଁନିତେଣୁ ଯଦି ମୁଁ ଆହତ ହୁଏ ତେବେ ତୁମେ ମୋ ମୁଣ୍ଡକୁ ଦୁଇଟି ଗୁଳି ମାରିଦେବ ।

ପଳତାକ ନେତା ନିଜ ଦେଶକୁ ଦଗା ଦେଇଛନ୍ତି

ସାଲେହ ଆହୁରି ମଧ୍ୟ ଲେଖିଛନ୍ତି ଯେ, କାବୁଲ ଉପରେ ତାଲିବାନ କବଜା ପୂର୍ବରୁ ଗୁଇନ୍ଦା ବିଭାଗ ମୁଖ୍ୟ ମୋ ପାଖକୁ ଆସିଥିଲେ । ଆଉ କହିଥିଲେ ଆପଣ ଯେଉଁଆଡେ ଯିବେ ମୁଁ ଆପଣଙ୍କ ସହିତ ଯିବି । ଆମେ ଏକାଠି ତାଲିବାନ ବିରୋଧରେ ଲଢେଇ କରିବା । ଯଦି ତାଲିବାନ ଆମ ରାସ୍ତା ରୋକେ ତେବେ ମଧ୍ୟ ଆମେ ଏକାଠି ଯୁଦ୍ଧ ଲଢିବାଯେଉଁ ନେତା ମାନେ ଦେଶ ଛାଡି ବିଦେଶରେ ହୋଟେଲରେ ଅଛନ୍ତି ସେମାନେ ନିଜ ଦେଶ ଦେଶ ସହିତ ଦଗା କରିଛନ୍ତି । ଏବେ ସେମାନେ ବିଦେଶର ବସି ଜନତା ବିଦ୍ରୋହ କରୁ ବୋଲି ଚାହାନ୍ତି । ଯଦି ଆମେ ତାଲିବାନ ବିରୋଧରେ ବିଦ୍ରୋହ ଚାହୁଁଛେ ତେବେ ଦେଶ ଭିତରେ ହିଁ ରହି ବିଦ୍ରୋହର ନେତୃତ୍ୱ ନେବାକୁ ପଡିବ ।

ତାଜିକସ୍ତାନରେ ସାଲେହ

ସାଲେହ ଏବେ ତାଜିକସ୍ତାନରେ ଥିବା କୁହାଯାଉଛି । ତାଲିବାନ ପଂଜଶୀରର ମୁଖ୍ୟାଳୟ ଉପରେ ନିଜ ପତାକା ଉଡାଇଥିବା ବେଳେ ବିଦ୍ରୋହୀ ପାହାଡ ଉପରକୁ ଚାଲି ଯାଇଥିବା କୁହାଯାଉଛି । ଏହା ଭିତରେ ଅହମ୍ମଦ ମସୁଦ ଦୁଇଟି ପାକ୍ ବିମାନକୁ ଗୁଳି କରି ଖସାଇଥିବା ଦାବି କରିଛନ୍ତି

amrullah salehamrullah saleh left afghanistanbritish news paper articleburnt the pictures of his wife and daughterFormer Afghanistan vice presidentNational resistance forceNRFpakistan air forcesaleh is in tajikistantaliban captures panjshirtalibani terroristsଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଆର୍ଟିକାଲ ବ୍ରିଟିଶ ଖବର କାଗଜତାଜିକସ୍ତାନରେ ସାଲେହତାଲିବାନୀ ଆତଙ୍କବାଦୀନିଜ ପତ୍ନୀ ଓ ଝିଅର ଫଟୋକୁ ପୋଡି ନଷ୍ଟନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ପଂଜଶୀରର ପତନପାକିସ୍ତାନୀ ବାୟୁ ସେନା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami