ଭାରତ ସହ ସୀମାବିବାଦ, ଭୁଟାନକୁ ଧମକାଉଛି ଚୀନ୍

ଚୀନ ଏମିତି ଗୋଟିଏ ଦେଶ ଯାହାର କେବଳ ପାକିସ୍ତାନକୁ ଛାଡିଦେଲେ ବାକି ସବୁ ପଡୋଷୀ ଦେଶଙ୍କ ସହିତ ବିବାଦ ରହିଛିଏମିତିକି ଭୁଟାନ ଭଳି ଛୋଟ ଦେଶ ସହିତ ମଧ୍ୟ ଚୀନର ସୀମା ବିବାଦ ଅନେକ ଦିନ ଧରି ଲାଗି ରହିଛି ୧୯୮୪ ମସିହାରେ ଏନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା କିନ୍ତୁ ସମାଧାନର ରାସ୍ତା ବାହାରି ପାରିନଥିଲା । ଏବେ ୪୦ ବର୍ଷ ପରେ ଡ୍ରାଗନ ପୁଣିଥରେ ଭୁଟାନକୁ ଧମକାଇବା ଆରମ୍ଭ କରିଛି । କିଛିଦିନ ତଳେ ଚୀନ, ଭୁଟାନ ମାଟିରେ ୪ଟି ଗାଁ ତିଆରି କରିଥିବା ଜଣା ପଡିଥିଲା । ଯାହା କେବଳ ଭୁଟାନ ପାଇଁ ନୁହେଁ ଭାରତ ପାଇଁ ମଧ୍ୟ ବିପଦର କାରଣ ହୋଇପାରେ । ଏହି ଅଂଚଳରେ ଚୀନର ଭିତ୍ତିଭୂମି ବିକାଶକୁ ନେଇ ଭାରତ ଚିନ୍ତା ପ୍ରକଟ କରି ଆସୁଛି ।

ଚୀନର ଭାରତ ଓ ଭୁଟାନ ସହିତ ହିଁ ସୀମା ବିବାଦ

ଚୀନର ୨୨୪୫୭ କିଲୋମିଟର ଲମ୍ବା ସୀମା ୧୪ ଦେଶ ସହିତ ଲାଗିଛି । କିନ୍ତୁ କେବଳ ଭାରତ ଓ ଭୁଟାନ ସହିତ ଏହାର ବିବାଦ ରହିଛି । ଭୁଟାନ ଓ ଚୀନ ମଧ୍ୟରେ ୪୭୭ କିମି ଲମ୍ବ ସୀମା ରହିଛି । ଚୀନ ଓ ଭୁଟାନ ସୀମାରେ ମୁଖ୍ୟତଃ ଏଭଳି ଦୁଇଟି ଅଂଚଳ ରହିଛି ଯାହାକୁ ନେଇ ଅଧିକ ବିବାଦ ରହିଛି । ଭୁଟାନ ସହିତ ବିବାଦରୁ ସ୍ପଷ୍ଟ ହୋଇଛି ଯେ, ଦୁନିଆର ସବୁଠାରୁ ଦୁର୍ବଳ ଦେଶ ଯାହାର ନିଜର ସେନା ନାହିଁ ତାହା ଉପରେ ମଧ୍ୟ ବଳ ପ୍ରୟୋଗ କରିବାକୁ ଚୀନ ପଛାଉ ନାହିଁ ।

ଭୁଟାନଠାରୁ ଚୀନ୍ କ’ଣ ଚାହୁଁଛି ?

ଚୀନ୍ ଯେକୌଣସି ମତେ ଭୁଟାନ ସହିତ ବିବାଦକୁ ଶେଷ କରିବାକୁ ଚାହୁଁଛି । ଏହା ଜରିଆରେ ଡ୍ରାଗନ ଦୁନିଆକୁ ସନ୍ଦେଶ ଦେବାକୁ ଚାହୁଁଛି ଯେ, ଆମର କେବଳ ଭାରତ ସହିତ ବିବାଦ ରହିଛି । ବାକି ସବୁ ଦେଶଙ୍କ ସହିତ ଆମ ସମ୍ପର୍କ ମିଠାକେବଳ ଭାରତୀୟ ନେତାଙ୍କ ଜିଦ କାରଣରୁ ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତା ବାହାରି ପାରୁନାହିଁ । କେବଳ ଏତିକି ନୁହେଁ ଡ୍ରାଗନର ଯୋଜନା ହେଉଛି ଭୁଟାନକୁ ତିବ୍ବତକୁ ଲାଗିଥିବା ଏକ ଅଂଚଳ ଦେଇ ତା’ଠାରୁ ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଡୋକଲାମ ନେବାକୁ ଚାହୁଁଛି । ଡୋକଲାମ ଚୀନ୍ ହାତକୁ ଗଲେ ଭାରତ ପାଇଁ ବିପଦ । କାରଣ ଏହାଦ୍ୱାରା ସିଲିଗୁଡି କରିଡରର ସୁରକ୍ଷା ବିପଦପୂର୍ଣ୍ଣ ହୋଇଯିବ ।

ଚୀନ୍-ଭୁଟାନ ଚୁକ୍ତି ଯୋଗୁ ବଢିବ ଭାରତର ମୁସ୍କିଲ ?

ଚୀନ୍ ସିଲିଗୁଡି କରିଡରକୁ ଲାଗିଥିବା ଭୁଟାନର ଅଂଚଳରେ ସଡକ ଓ ସାମରିକ ଘାଟି ନିର୍ମାଣ କରିଛି । ଏହି ଅଂଚଳ ସିଲିଗୁଡି କରିଡର ସହିତ ଡୋକଲାମକୁ ମଧ୍ୟ ଲାଗିଛି । ଯେଉଁଠାରେ ୨୦୧୭ରେ ଭାରତ ଓ ଚୀନ୍ ମଧ୍ୟ ଅନେକ ମାସ ଧରି ଉତ୍ତେଜନା ଲାଗି ରହିଥିଲା । ସିଲିଗୁଡି କରିଡର ମଧ୍ୟ ଚିକେନ୍ ନେକ୍ ଭାବେ ପରିଚିତ । ଏହି କରିଡର ବା ଚିକେନ୍ ନେକ୍ ହିଁ ବାକି ଭାରତକୁ ଉତ୍ତର-ପୂର୍ବ ରାଜ୍ୟଙ୍କୁ ଯୋଡିଥାଏ । ଅନେକ ସ୍ଥାନରେ ଏହି କରିଡର ମାତ୍ର ୨୨ କିଲୋମିଟର ଚଉଡା ।

ମାଓଙ୍କ ବିସ୍ତାରବାଦକୁ ବଢାଉଛନ୍ତି ଜିନ୍ ପିଙ୍ଗ୍

ଭୁଟାନ ଭୂମିରେ ଚୀନ୍ ଗାଁ ନିର୍ମାଣ ଗୋଟିଏ କଥା କହୁଛି । ଆଉ ତା’ ହେଲା ଜିନ୍ ପିଙ୍ଗ୍ ମାଓ ସେ ତୁଙ୍ଗଙ୍କ ବିସ୍ତାରବାଦୀ ନୀତିକୁ ଆଗକୁ ବଢାଉଛନ୍ତି ।୧୯୫୦ ମାଓଙ୍କ ଆଦେଶରେ ଚୀନ୍ ତିବ୍ବତ ଉପରେ କବଜା କରିଥିଲା । ସେହିଭଳି ନୀତି ଏବେ ସି ଜିନ ପିଙ୍ଗ୍ ଗ୍ରହଣ କରିଛନ୍ତି

chicken neckchina and bhutan borderchina bhutan border disputechina border disputedoklamindia and bhutanIndia-China-Bhutan border standoffindian politiciansiliguri corridorxi jinping mao tse tungଚିକେନ୍ ନେକ୍ଚୀନ ଓ ଭୁଟାନ ସୀମାଚୀନର ସୀମା ବିବାଦଜିନ୍ ପିଙ୍ଗ୍ ମାଓ ସେ ତୁଙ୍ଗଡୋକଲାମଭାରତ ଓ ଭୁଟାନଭାରତୀୟ ନେତାସିଲିଗୁଡି କରିଡର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami