ଚୀନରେ ସ୍କୁଲ ବନ୍ଦ କରିବାକୁ କାହିଁକି ଦାବି କରୁଛନ୍ତି ଅଭିଭାବକ ?

ଚୀନରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ମାଇକୋପ୍ଲାଜମା ନିମୋନିଆର ବୃଦ୍ଧିହାରରେ ଧୀରେ ଧୀରେ ହ୍ରାସ ପରିଲକ୍ଷିତ ହେଉଛି ବୋଲି ସେଠାକାର ସରକାର କହିଛନ୍ତି । କିନ୍ତୁ ଏହା ସହିତ କୋଭିଡ ପ୍ରତିବନ୍ଧକ ହଟାଯିବା ପରେ ଶୀତଦିନେ ଅନ୍ୟ ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ବ୍ୟାପକ ଜନସଂଖ୍ୟା ଉପରେ ପ୍ରଭାବ ପକାଇପାରେ ବୋଲି ଚେତାବନୀ ଦେଇଛି । ଯାହାକୁ ନେଇ ବିଶ୍ୱବ୍ୟାପି ଚିନ୍ତା ପ୍ରକାଶ ପାଇଛି । ତଥ୍ୟ ଲୁଚାଇବାରେ ମାହିର ଚୀନ କିଛି ଲୁଚାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସାଂଘାଇରେ ମାଇକୋପ୍ଲାଜମା ପଜିଟିଭିଟି ହାରରେ ହ୍ରାସ

ବେଜିଂର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ଯେ ଫ୍ଲୁ,ଆଡେନୋଭାଇରସ୍ ଏବଂ ଶ୍ୱାସକ୍ରିୟା ସିଙ୍କାଇଟିୟଲ ଭାଇରସ ସହରର ସବୁଠାରୁ ବଡ଼ବଡ଼ ଶିଶୁ ଚିକିତ୍ସା କେନ୍ଦ୍ରର ରୋଗୀମାନଙ୍କ ମଧ୍ୟରେ ବାରମ୍ବାର ମିଳୁଥିବା ଭାଇରସ ଭାବେ ମାଇକୋପ୍ଲାଜମାକୁ ଅତିକ୍ରମ କରିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ତିଆନ୍ଜିନ୍ ଏବଂ ସାଂଘାଇରେ ମାଇକୋପ୍ଲାଜମା ପଜିଟିଭିଟି ହାରରେ ହ୍ରାସ ଘଟିଛି । ପିଲାମାନଙ୍କ କ୍ଷେତ୍ରରେ ମାଇକୋପ୍ଲାଜମା ହେବାର ଆଶଙ୍କା କମ ହେବା ସତ୍ୱେ,ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଗତ ସପ୍ତାହ ଶେଷରେ କହିଥିଲେ ଯେ ଅନେକ ଶ୍ୱାସକ୍ରିୟା ସମ୍ବନ୍ଧିତ ଭାଇରସଙ୍କ ପ୍ରସାର ବର୍ତ୍ତମାନ ଏବଂ ଆସନ୍ତା ବସନ୍ତଋତୁ ମଧ୍ୟରେ ଏକ ବଡ଼ ପ୍ରକୋପରେ ପରିଣତ ହୋଇପାରେ ।

ପିଲାମାନଙ୍କ ମଧ୍ୟରେ ନିମୋନିଆର କ୍ରମାଗତ ବୃଦ୍ଧି

କିଣ୍ଡରଗାର୍ଡନ ଏବଂ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ନିମୋନିଆର କ୍ରମାଗତ ବୃଦ୍ଧି କାରଣରୁ ଚଳିତ ମାସରେ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ସଂଖ୍‌୍ୟା ବଢିଥିଲା । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍‌ଯ ସଂଗଠନ ମଧ୍‌ଯ ଚିନ୍ତାପ୍ରକଟ କରିଥିଲା ଓ ବେଜିଂକୁ ଏନେଇ ପ୍ରଶ୍ନ ମଧ୍‌ଯ ପଚାରିଥିଲା । ଚୀନ୍ ଅନୁସାରେ ଜଣାଶୁଣା ଜୀବାଣୁ ଏହି ରୋଗର କାରଣ । ଅଧିକାଂଶ ମାଇକୋପ୍ଲାଜମା ନିମୋନିଆ ଏଭଳି ଏକ ଜୀବାଣୁ ସଂକ୍ରମଣ ଯାହା ସାଧାରଣତଃ କିଶୋର ଓ ବୟସ୍କମାନଙ୍କଠାରେ ସାମାନ୍ୟ ଥଣ୍ଡା ସୃଷ୍ଟି କରିଥାଏ କିନ୍ତୁ ଛୋଟ ପିଲାମାନଙ୍କଠାରେ ଅଧିକ ଗୁରୁତର ରୋଗର କାରଣ ହୋଇପାରେ । ଚୀନରେ ନିମୋନିଆ ମାମଲା ବୃଦ୍ଧି ସହିତ ଚିନ୍ତିତ ଅଭିଭାବକମାନେ ଡାକ୍ତରଖାନାରେ ଗହଳି କରିଥିଲେ । ହସ୍ପିଟାଲର ହଲୱେ ଏବଂ ଇଞ୍ଜେକ୍ସନ ନେଉଥିବା ପିଲାମାନଙ୍କ ଭିଡିଓ ଚୀନର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସ୍କୁଲ ବନ୍ଦ କରିବାକୁ କହିଲେ ଅଭିଭାବକ

ଆତଙ୍କ ଏତେ ଯେ, ବେଜିଂ ସମେତ ବାକି ସହରଗୁଡିକର ସାଧାରଣ ପରିବହନ,ଯେମିତି ବସ,ଟ୍ରେନରେ ଅଧିକରୁ ଅଧିକ ଲୋକ ମାସ୍କ ଯାତ୍ରା କରୁଛନ୍ତି । ଏମିତିକି ପୂର୍ବ ଜେଜିଆଙ୍ଗ ପ୍ରଦେଶର କେତେକ ବିଦ୍ୟାଳୟ ମାଇକୋପ୍ଲାଜମା ଏବଂ ଅନ୍ୟାନ୍ୟ ରୋଗ ପାଇଁ ସ୍କୁଲ ବନ୍ଦ କରିଛନ୍ତି । ଏହାସହିତ ଭାଇରସ ସଂକ୍ରମଣ ରୋକିବା ପାଇଁ କିଛି ଅଭିଭାବକ ବିଦ୍ୟାଳୟଗୁଡିକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି

china latest newschina viral newschinas school closeclose schools in China
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami