ଛତିସଗଡ଼ ଧର୍ମ ସଂସଦର ଆୟୋଜକ କିଏ ? ବିଜେପି ନା କଂଗ୍ରେସ ?

ଛତିଶଗଡ଼ର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ମହାରାଷ୍ଟ୍ରର ସାଧୁ କାଳିଚରଣ ମହାରାଜଙ୍କ ମହାତ୍ମା ଗାନ୍ଧିଙ୍କୁ ନେଇ ଦିଆଯାଇଥିବା ବକ୍ତବ୍ୟକୁ ନେଇ ଦେଶ ବ୍ୟାପି ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କାଲିଚଣଙ୍କ ନାଥୁରାମ ଗଡ଼ସେଙ୍କ ମହିମାଗାନ ଓ ଗାନ୍ଧିଙ୍କ ପ୍ରତି ଅସଭ୍ୟ ଶବ୍ଦ ପ୍ରୟୋଗକୁ ନେଇ ଥାନାରେ ମାମଲା ମଧ୍ୟ ରୁଜ୍ଜ ହୋଇଛି । ତେବେ ଏହା ଭିତରେ କାଳିଚରଣ କିନ୍ତୁ ନିଜ ବୟାନରୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ସେ କହି ସାରିଛନ୍ତି ଯେ, ଯାହା କହିଥିଲି ଠିକ୍ କହିଛି ଓ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଏହା ଭିତରେ ଏହି ଧର୍ମ ସଂସଦକୁ ନେଇ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସେହି ତଥ୍ୟ କ’ଣ ଜାଣିବା ଆଗରୁ ଗୋଟିଏ କଥା ଜାଣି ନିଅନ୍ତୁ ଯେ, କାଳିଚରଣଙ୍କ ବିରୋଧରେ ରାୟପୁରରେ କଂଗ୍ରେସ ନେତା ଏତଲା ଦେଇଛନ୍ତି । ଏବେ ରୋଚକ ତଥ୍ୟ ହେଉଛି ଯେ, ଏହି ଧର୍ମ ସଂସଦ ଆୟୋଜକଙ୍କ ମଧ୍ୟରେ କଂଗ୍ରେସ ନେତା ମଧ୍ୟ ଥିଲେ । ତେବେ ଗଡସେ ବନାମ ଗାନ୍ଧି ବିବାଦ ଭିତରେ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବା ବେଳେ ଏବେ ପ୍ରଶ୍ନ ଉଠିଲାଣି ଏହି ଧର୍ମ ସଂସଦ ଆୟୋଜନର କଂଗ୍ରେସ ଓ ବିଜେପି ଲିଙ୍କ୍ କ’ଣ ?

ଧର୍ମ ସଂସଦର ଆୟୋଜକ ଶ୍ରୀ ନିଳକଣ୍ଠ ସେବା ସଂସ୍ଥାନର ସଂସ୍ଥାପକ ନିଲକଣ୍ଠ ତ୍ରିପାଠୀଙ୍କ ଅନୁସାରେ ଏହା କୌଣସି ରାଜନୈତିକ ମଂଚ ନଥିଲା । କେବଳ ସନାତନ ଧର୍ମ ପାଇଁ ଏହାର ଆୟୋଜନ ହୋଇଥିଲା । ଆମେ ଧର୍ମ ସଂସଦରେ କେବଳ ଏହି କଥା ଉପରେ ଆଲୋଚନା କରିବାକୁ ଏକାଠି ହୋଇଥିଲୁ ଯେ, କେମିତି ହିନ୍ଦୁ ଧର୍ମର ବିସ୍ତାର ହେବ ଓ କେମିତି ବହୁଧା ବିଭକ୍ତ ହିନ୍ଦୁଙ୍କୁ ଏକାଠି କରାଯାଇ ପାରିବ ।

କିନ୍ତୁ ସଂସ୍ଥାନର ରହିଛି ସବୁ ଦଳ ସହ ସମ୍ପର୍କ !

ତେବେ ଆୟୋଜକ ନିଳକଣ୍ଠ ତ୍ରିପାଠୀ କୁହନ୍ତି ଯେ, ତାଙ୍କ ସଂଗଠନର ସବୁ ରାଜନୈତିକ ଦଳଙ୍କ ସହିତ ସମ୍ପର୍କ ରହିଛି । ରାଜନୈତିକ ଦଳ ସହିତ ସମ୍ପର୍କିତ ଲୋକଙ୍କୁ ଯେମିତି ମାର୍ଗ ଦର୍ଶନ ମିଳିବ ସେଥିପାଇଁ ସେମାନଙ୍କୁ ସଂଗଠନ ନିଜ ସହ ଯୋଡିଛି ବୋଲି ସେ କହିଛନ୍ତିକାଳିଚରଣଙ୍କ ବୟାନ ବାବଦରେ ତାଙ୍କର କହିବା ହେଉଛି ଯେ, ଆମେ ଏଭଳି ବୟାନ କୁ ନିନ୍ଦା କରୁଛୁ । ଧର୍ମ ସଂସଦରେ କେବଳ ସନାତନ ଧର୍ମ ବାବଦରେ ଆଲୋଚନା ହେବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିବା ସେ କହିଛନ୍ତି ।

ଧର୍ମ ସଂସଦରେ ନେତା ବି ଥିଲେ..

ତ୍ରିପାଠୀଙ୍କ ଅନୁସାରେ ଧର୍ମ ସଂସଦରେ ଛତିସଗଡର ସବୁ ପ୍ରମ୍ମୁଖ ସାଧୁ ସନ୍ଥଙ୍କ ସହିତ କାଳିଚଣ ମହାରାଜ, ହରିଦ୍ୱାରାର ପ୍ରବୋଧାନନ୍ଦ ମହାରାଜ, କାଶିର ରାହୁଲ ଗିରି ମହାରାଜଙ୍କ ଭଳି ପ୍ରମ୍ମୁଖ ସନ୍ଥ ଉପସ୍ଥିତ ଥିଲେ । ଏହି ସନ୍ଥଙ୍କ ସହିତ କଂଗ୍ରେସ ନେତା ତଥା ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେ, ବିଜେପି ନେତା ସଚିଦାନନ୍ଦ ଉପାସନେ ଓ ପୂର୍ବତନ କଂଗ୍ରେସ ବିଧାୟକ ରାମସୁନ୍ଦର ଦାସଙ୍କ ବ୍ୟତିତ ଆହୁରି ଅନେକ ନେତା ଉପସ୍ଥିତ ଥିଲେ ।

ଅନେକ ସାଧୁ କାଳିଚରଣଙ୍କୁ ବିରୋଧ କରିଥିଲେ

କାଳିଚରଣଙ୍କ ବୟାନକୁ ନେଇ ସେ କହିଛନ୍ତି ଯେ, ମଂଚରେ ମହାତ୍ମାଙ୍କ ବିରୋଧରେ ଯେତେବେଳେ କୁହାଯାଇଥିଲା ସେତେବେଳେ ଆୟୋଜକ ଭାବେ ନିଜ ବିରୋଧ ବ୍ୟକ୍ତ କରିଥିଲେ । ଏହା ସହିତ ରାମସୁନ୍ଦର ଦାସଙ୍କ ସହିତ ଅନ୍ୟମାନେ ମଧ୍ୟ ବିରୋଧ କରିଥିଲେ ।

କାଳିଚରଣଙ୍କ ବିରୋଧରେ ମାମଲା

ସୂଚନାଯୋଗ୍ୟ ଯେ, ରବିବାର ଦିନ କାଳିଚରଣ ମହାରାଜ ତାଙ୍କ ବକ୍ତବ୍ୟରେ ଗଡସେଙ୍କୁ ପ୍ରଣାମ କରିବା ସହିତ ଗାନ୍ଧି ବଧ ପାଇଁ ପ୍ରଶଂସା କରିଥିଲେ । ଏହି ବୟାନକୁ ନେଇ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୫୦୫(୨)-ବିଭିନ୍ନ ବର୍ଗ ମଧ୍ୟରେ ଶତ୍ରୁତା,ଘୃଣା କିମ୍ବା ବିଦ୍ୱେଶ ଭାବ ସୃଷ୍ଚି କରିବାଭଳି ବୟାନ ତଥା ଧାରା ୨୯୪(ଅଶ୍ଲୀଳ କାର୍ଯ୍ୟ) ଅନ୍ତର୍ଗତରେ ମାମଲା ରୁଜ୍ଜ ହୋଇଛି ।

bjp leader sachidanand upasanechattisgarh dharma sansadcongress leader and former mayor pramod dubeydharma sansad organiserformer congress MLA ramsundar dasgodse vs gandhi controversygreetings to godsekalicharan maharajlink of bjp and congress in dharma sansadmahatma gandhinathuram godse gloryorganiser nilakantha tripathyprabidhanand maharaj haridwarrahul giri maharaj kashirude to gandhisadhu kalicharan maharajsanatan dharmaଆୟୋଜକ ନିଳକଣ୍ଠ ତ୍ରିପାଠୀକଂଗ୍ରେସ ନେତା ତଥା ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେକାଳିଚଣ ମହାରାଜକାଶିର ରାହୁଲ ଗିରି ମହାରାଜଗଡସେ ବନାମ ଗାନ୍ଧି ବିବାଦଗଡସେଙ୍କୁ ପ୍ରଣାମଗାନ୍ଧିଙ୍କ ପ୍ରତି ଅସଭ୍ୟଛତିଶଗଡ଼ର ରାୟପୁରରେ ଆୟୋଜିତ ଧର୍ମ ସଂସଦଧର୍ମ ସଂସଦ ଆୟୋଜନର କଂଗ୍ରେସ ଓ ବିଜେପି ଲିଙ୍କ୍ କ’ଣଧର୍ମ ସଂସଦର ଆୟୋଜକନାଥୁରାମ ଗଡ଼ସେଙ୍କ ମହିମାଗାନପୂର୍ବତନ କଂଗ୍ରେସ ବିଧାୟକ ରାମସୁନ୍ଦର ଦାସବିଜେପି ନେତା ସଚିଦାନନ୍ଦ ଉପାସନେମହାତ୍ମା ଗାନ୍ଧିସନାତନ ଧର୍ମସାଧୁ କାଳିଚରଣ ମହାରାଜହରିଦ୍ୱାରାର ପ୍ରବୋଧାନନ୍ଦ ମହାରାଜ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami