ଓପନହାଇମର କିଏ ? କାହିଁକି ସେ କହିଥିଲେ ଏବେ ମୁଁ ବ୍ରହ୍ମାଣ୍ଡ ନାଶକ ?

ଏବେ ମୁଁ ମହାକାଳ, ବ୍ରହ୍ମାଣ୍ଡ ନାଶକ

ଓପନହାଇମର ନାମକ ଫିଲ୍ମ ଏବେ ପୁରା ଦୁନିଆରେ ଚହଳ ସୃଷ୍ଟି କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତ ଘଟାଇଥିବା ପରମାଣୁ ବୋମାର ଜନକଭାବେ ପରିଚିତ ଏହି ବୈଜ୍ଞାନିକ ଜଣକ ଆମେରିକାକୁ ବିଶ୍ୱଯୁଦ୍ଧରେ ଏକାକୀ ଜିତାଇଥିଲେ କହିଲେ ଭୁଲ ହେବ ନାହିଁ । ପରମାଣୁ ବୋମାର ପରୀକ୍ଷଣ ପରେ ଓପନହାଇମର କହିଥିବା କଥା ଆଜି ମଧ୍ୟ ମନେ ପକାଯାଇଥାଏ । ଭଗବତ ଗୀତାର ପଂକ୍ତି ଉଦ୍ଧାର କରି ପରମାଣୁ ବୋମାର ଶକ୍ତିକୁ ବର୍ଣ୍ଣନା କରି ସେ କହିଥିଲେ ‘‘ଏବେ ମୁଁ ମହାକାଳ,ବ୍ରହ୍ମାଣ୍ଡ ନାଶକ’’ । ଆସନ୍ତୁ ଜାଣିବା ଓପନହାଇମରଙ୍କ ଜୀବନର କିଛି ଅଜଣା କଥା ।

ପିଲାଦିନ

ଓପନହାଇମରଙ୍କ ଜନ୍ମ ୧୯୦୪ ନ୍ୟୁୟର୍କରେ ହୋଇଥିଲା । ଛୋଟବେଳୁ ସେ ପାଠରେ ଧୁରନ୍ଦର ଥିଲେ । ମାତ୍ର ୧୦ ବର୍ଷରେ ସେ ପ୍ରଫେସର ଲେବୁଲର କେମେଷ୍ଟ୍ରୀ ଏବଂ ଫିଜିକ୍ସ ପଡ଼ିଥିଲେମାତ୍ର ୨୩ ବର୍ଷ ବୟସରେ ସେ ପିଏଚଡି କରିଥିଲେ । ଦୁନିଆରେ କ’ଣ ହେଉଛି ତାହା ଜାଣିବାକୁ ସେ ଆଗ୍ରହୀ ନଥିଲେ ସେ କେବଳ ଫିଜକ୍ସ ପଢ଼ିବାକୁ ଭଲ ପାଉଥିଲେ

କିପରି ଆରମ୍ଭ ହେଲା ବୋମା ପ୍ରସ୍ତୁତି

ଦ୍ବିତୀୟ ବିଶ୍ବଯୁଦ୍ଧ ହେବା ଆଗରୁ ଆମେରିକାକୁ ଜଣାପଡ଼ିଥିଲା ଯେ, ହିଟଲର ପରମାଣୁ ବୋମା ତିଆରି କରୁଛି । ଏଥିପାଇଁ ଆମେରିକାକୁ ଆଗରୁ ପ୍ରସ୍ତୁତି କରିବାକୁ ପଡ଼ିବ

ବାସ୍ ଏହା ପରେ ଆରମ୍ଭ ହେଲା ପରମାଣୁ ବୋମା ପାଇଁ ତିଆରି । ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍ ଗଠନ କରାଗଲା । ୟୁରାନିୟମରୁ କିପରି ଏକ ହତିଆର ତିଆରି ହେବ ସେ ନେଇ ପରୀକ୍ଷଣ ଆରମ୍ଭ ହେଲାଆମେରିକା ଏହି ପ୍ରୋଜେକ୍ଟ ପାଇଁ ୨.୨ ବିଲିୟନ୍ ଡଲାର୍ ଖର୍ଚ୍ଚ କରିଥିଲା । ଆଜିର ଦିନରେ ହିସାବ କଲେ ଏହି ଟଙ୍କା ପ୍ରାୟ ୨ଲକ୍ଷ କୋଟି ହେବ ।

୧୩ ଅଗଷ୍ଟ ୧୯୪୨ ରେ ଅଫିସିଆଲ ଭାବେ ଆରମ୍ଭ ହୋଇଥିଲା ପରମାଣୁ ବୋମା ତିଆରି । ଏହି ଗ୍ରୁପର ମୁଖ୍ୟ ଥିଲେ କର୍ଣ୍ଣଲ ଲିସେଲ ରିଚାର୍ଡ ଗ୍ରୋଭସ । ରିଚାର୍ଡ ଓପନହାଇମରଙ୍କୁ ବମ୍ ଡିଜାଇନ୍ ଦାୟିତ୍ବ ଦେଇଥିଲେ ।

ଏହି ବମ୍ ତିଆରି କରିବା ପାଇଁ ଏକ ସିକ୍ରେଟ ଯାଗା ବି ବଛାଯାଇଥିଲା । ଏହି ଯାଗାକୁ ସିକ୍ରେଟ ସିଟି ବି କୁହାଯାଏ । ଏହା ପରେ ଆରମ୍ଭ ହେଲା ବମ୍ ତିଆରି । ଏହା ପରେ ୨୦ ଜୁଲାଇ ୧୯୪୩ରେ ଓପନହାଇମରଙ୍କୁ ଏହି ପ୍ରୋଜେକ୍ଟର ମୁଖ୍ୟ ଭାବେ ଘୋଷଣା କରାଗଲା । ଏହା ପରେ ବିଭିନ୍ନ ପରୀକ୍ଷଣ ପରେ ତିଆରି ହେଲା ଏକ ଟେଷ୍ଟ ବମ୍ । ଏହାର ନାଁ ଥିଲା ‘ଗ୍ୟାଜେଟ୍’ । ଏହାକୁ ଟେଷ୍ଟ କରିବାପାଇଁ ସାଇଣ୍ଟିଷ୍ଟ ଏହାକୁ ଶହେ ମିଟର ଉପରେ ଝୁଲାଇ ରଖିଥିଲେ । ଏହା ପରେ ୧୬ ଜୁଲାଇ ୧୯୪୫ ସକାଳ ସାଢ଼େ ୫ଟାରେ ଏହି ବମ୍କୁ ଫଟା ଯାଇଥିଲା ।

ଏହି ବମ୍ ଫାଟିବା ପରେ ଅନୁମାନଠୁ ଅଧିକା ପାଓ୍ବାରଫୁଲ ଜଣାପଡ଼ିଥିଲା । ୧୫ କିଲୋମିଟର ଯାଏ ଏହି ବମ୍ ସବୁ କିଛି ଧ୍ବଂସ କରିଦେଇଥିଲା । ଏହି ବମ୍ ଧମାକା ପରେ ସପନହାଇମରଙ୍କ ମୁହଁରୁ ଭାଗବତ ଗୀତାର ଏକ ଶ୍ଲୋକ ବାହାରିଥିଲା । ସେ କହିଥିଲେ, ‘ମୁଁ ଏବେ କାଳ, ବ୍ରହ୍ମାଣ୍ଡ ନାଶକ’ । ଏହି ଟେଷ୍ଟର ମାସେ ଭିତରେ ୬ ଅଗଷ୍ଟ ୧୯୪୫ରେ ଲିଟିଲ ବୟ ବମକୁ ହିରୋସିମାରେ ପକାଯାଇଥିଲା । ଏହାର ୩ ଦିନ ପରେ ପୁଣି ଆଉ ଏକ ବମକୁ ନାଗାସାକି ସହରରେ ପକାଯାଇଥିଲା ।

ଏହା ପରେ ଓପନହାଇମରଙ୍କୁ ନିଜ କର୍ମର ପଶ୍ଚାତାପ ହୋଇଥିଲା । ସେ କହିଥିଲେ ମୁଁ ଏ କ’ଣ କରିଦେଲି । ଏତେ ଭୟଙ୍କର ଅସ୍ତ୍ରକୁ ସାରା ଦୁନିଆକୁ ଦେଇଦେଲି ।

oppenheimer bhagavad gita controversyoppenheimer bhagavad gita scene controversyoppenheimer biography bookoppenheimer childhoodoppenheimer the destroyer of worldsoppenheimer the destroyer of worlds moviewho is oppenheimer and what did he dowhy oppenheimer is a masterpiecewhy oppenheimer made the atomic bombwhy oppenheimer read bhagavad gita
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami