ସେକ୍ସଟର୍ସନ୍ କ’ଣ ? କେମିତି ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର ଜାଣନ୍ତୁ

ସେକ୍ସଟର୍ସନ୍ ବା ଧମକ ଦେଇ ଟଙ୍କା ଆଦାୟ କରିବା କଥା ଶୁଣିଥିବେ । ଡିଜିଟାଲ ଦୁନିଆର ପହଂଚ ବଢିବା ସହିତ ଏବେ ନିତିଦିନିଆ ଅଭିଦାନ ବା ଡିକ୍ସନାରିରେ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଗଲାଣି । ସେହି ଶବ୍ଦ ହେଉଛି ସେକ୍ସଟର୍ସନ ସୋସିଆଲ ମିଡିଆ ଯେତିକି ଲୋକପ୍ରିୟ ହେଉଛି ସେକ୍ସଟର୍ସନର ମାମଲା ସେତିକି ବଢିବାରେ ଲାଗିଛି । ଯେଉଁଥିରେ ଅନେକ ବ୍ୟକ୍ତି ଅନଲାଇନ ବ୍ଲାକମେଲିଂର ଶିକାର ହୋଇ ମାନସିକ ଶାନ୍ତ ହରାଇବା ସହିତ ଟଙ୍କା ମଧ୍ୟ ହରାଉଛନ୍ତି ସେକ୍ସଟର୍ସନ୍ ହେଉଛି ଗୋଟିଏ ପ୍ରକାରର ଅନଲାଇନ୍ ଫ୍ରଡ୍ ଅନଲାଇନ ଫ୍ରଡ୍ ବିଷୟରେ ଆପଣଙ୍କର ଅଳ୍ପ ବହୁତ ଧାରଣା ଥିବ, କିନ୍ତୁ ସେକ୍ସଟର୍ସନ୍ କ’ଣ ? କେମିତି ଏହା ଜାଲରେ ସାଧାରଣ ଲୋକ ଫସିଯାନ୍ତି ? ଯଦି ଆପଣ ବ୍ଲାକମେଲର୍ସଙ୍କ ସଂସ୍ପର୍ଶରେ ଆସି ଯାଇଛନ୍ତି ତେବେ ନିଜକୁ କେମିତି ରକ୍ଷା କରିବେ ? ଆସନ୍ତୁ ଆଜି ଜାଣିବା

ସେକ୍ସଟର୍ସନ କ’ଣ ?

ଏହା ଦୁଇଟି ଶବ୍ଦ ସେକ୍ସ ଏବଂ ଏକ୍ସଟର୍ସନକୁ ମିଶାଇ ହୋଇଛିମୋବାଇଲ ଭିଡ଼ିଓ କ୍ୟାମେରା ଏବଂ ଓ୍ୱେବକାମ୍ ଜରିଆରେ ଯେତେବେଳେ କୌଣସି ଅଜଣା ବ୍ୟକ୍ତି କାହାର ଇଣ୍ଟିମେଣ୍ଟ ଆକ୍ଟିଭିଟି ଏବଂ ନ୍ୟୁଡ୍ ଫଟୋକୁ ରେକର୍ଡ଼ କରି ତା ମାଧ୍ୟମରେ ବ୍ଲାକମେଲ କରେ, ତାକୁ ସେକ୍ସଟର୍ସନ କୁହନ୍ତି

ଗୋଟିଏ କିମ୍ବା ଦୁଇଟି କଲ୍ ଭୁଲରେ ଉଠାଇବା ଦ୍ୱାରା ଜଣେ ଅଜଣା ବ୍ୟକ୍ତି କିଭଳି କାହାର ଅଶ୍ଳୀଳ ଭିଡ଼ିଓ କଲ୍ ଦ୍ୱାରା ବ୍ଲାକମେଲ୍ ହୋଇଥାଏ ? ତେବେ ବାସ୍ତବ କଥା ହେଉଛି ଏଭଳି ହୋଇନଥାଏ ।ଚତୁର ଲୋକ ଏଭଳି ଭିଡ଼ିଓ କଲ୍ ଏବଂ ମେସେଜକୁ ଅଣଦେଖା କରନ୍ତି ନାହିଁ ମାମଲା ବଢ଼ିଲେ ସେମାନେ ଆଇନ୍ର ସହାୟତା ନିଅନ୍ତି । ଯେଉଁମାନେ ପୋଲିସର ସହାୟତା ନିଅନ୍ତି ନାହିଁ ସେମାନେ ବ୍ଲାକମେଲରର ଜାଲରେ ଫସିଯାଆନ୍ତି । ଏଭଳି ମାମଲାରେ ସେମାନେ ନିକଟତର ହେବାକୁ ଚେଷ୍ଟା କରନ୍ତି । କିଛି ଦିନ ପରେ ଭିଡ଼ିଓ କଲରେ କଥା ହେବାକୁ ଅଫର ଦିଅନ୍ତି । ଏହାପରେ ଭିଡ଼ିଓ କଲରେ ସେହି ବ୍ୟକ୍ତି ସାମ୍ନାକୁ ଆସିବା ପରେ ରେକର୍ଡ଼ିଙ୍ଗ ପର୍ଣ୍ଣ ଭିଡ଼ିଓ ଏଭଳି ଦେଖାଯାଏ, ଯେପରି ସେହି ବ୍ୟକ୍ତି ତାହାକୁ ଲାଇଭ୍ ଦେଖୁଛି । ଏହାପରେ ଖୁବ୍ ଚତୁରତାର ସହ ଉକ୍ତ ବ୍ୟକ୍ତିଙ୍କୁ ପୋଷାକ ଖୋଲିବାକୁ କୁହାଯାଏ । ସେହି ବ୍ୟକ୍ତିକୁ ଏଭଳି ଜାଲରେ ଫସା ଯାଇଥାଏଯେ, ସେ ବାଧ୍ୟ ହୁଏ ସେମାନଙ୍କୁ ଅନୁକରଣ କରିବାକୁ । ଏହାପରେ ସେହି ବ୍ୟକ୍ତିର ସମସ୍ତ ଆକ୍ଟିଭିଟିକୁ କ୍ୟାମେରାରେ ରେକର୍ଡ଼ କରିନିଆଯାଏ । ପରେ ଏହି ରେକର୍ଡ଼େଡ଼୍ ଭିଡ଼ିଓକୁ ପଠାଇ ବ୍ଲାକମେଲ୍ କରାଯାଏ ।

ସେକ୍ସଟର୍ସନ କଲ୍ ବାବଦରେ କେମିତି ଆଲର୍ଟ ହେବେ ?

୧. ସର୍ବଦା ଅଜଣା ଫୋନ୍ କଲ୍ ଏବଂ ମେସେଜକୁ ନେଇ ଆଲର୍ଟ ରହିବା ଉଚିତ୍ ।

୨. କୌଣସି ଅଜଣା କଲ୍ରେ କଥା ହେବା ଅନୁଚିତ୍ ।

୩..କିଛି ଲୋକ ଟେଲି ମାର୍କେଟିଙ୍ଗ୍ କଲ ମାଧ୍ୟମରେ ମହିଳାଙ୍କ କଣ୍ଠସ୍ୱର ଶୁଣି ଟାଇମ୍ ପାସ୍ କରନ୍ତି । ଯେଉଁ ଭୁଲ ଆମକୁ ଫସାଇଦିଏ ।

୪..ଯଦି ଆପଣଙ୍କୁ କେହି ନ୍ୟୁଡ୍ ଫଟୋ ମାଗେ ବା ପଠାଏ, ତେବେ ବୁଝିନେବେଯେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ।

ଏହିଭଳି ସୋସିଆଲ ମିଡିଆ ଏବଂ ଅନଲାଇନରେ ସେକ୍ସଟର୍ସନ ଜାଲରେ ଫସାନ୍ତି ବ୍ଲାକମେଲର…

୧. ବ୍ଲାକମେଲର୍ସ ପ୍ରଥମ ସୋସିଆଲ ସାଇଟରେ ପ୍ରୋଫାଇଲ ଚେକ୍ କରନ୍ତି ।

୨. ଏହାପରେ ପରିବାର ବା କୌଣସି ବନ୍ଧୁଙ୍କ ସୂଚନା ସଂଗ୍ରହ କରନ୍ତି ।

୩. ଏହାପରେ ବନ୍ଧୁତା କରି ଫୋନ୍ ନମ୍ବର ମାଗନ୍ତି ।

୪. ହ୍ୱାଟ୍ସଆପ୍ କିମ୍ବା ମେସେଞ୍ଜରରେ ଭିଡ଼ିଓ କଲ୍ କରନ୍ତି ।

୫.ସେହି କଲରେ ଅନ୍ୟ ପାର୍ଶ୍ୱରେ ଏକ ନ୍ୟୁଡ୍ ମହିଳା ବା ପୁରୁଷ ରହିଥାଏ । ସେହି ବ୍ୟକ୍ତି ବା ମହିଳା ନ୍ୟୁଡ୍ ଆକ୍ଟିଭିଟି କରି ଆପଣଙ୍କ କଲର ସ୍କ୍ରିନ୍ ରେକର୍ଡ଼ିଙ୍ଗ୍ କରିଥାଏ ।

୬.ସେହି ସ୍କ୍ରିନ୍ ରେକର୍ଡ଼ିଂରେ ଆପଣଙ୍କ ଚେହେରାକୁ ମିଶାଇ ଏକ ଭିଡ଼ିଓ ତିଆରି କରାଯାଏ । ପରେ ତାହାକୁ ଭାଇରାଲ କରିବାକୁ କହି ବ୍ଲାକମେଲ୍ କରିବା ଆରମ୍ଭ କରିଦିଅନ୍ତି ।

ଯଦି ଥରେ ଫସି ଯାଇଛନ୍ତି ତେବେ କ’ଣ କରିବେ ?

୧. ଯଦି ଫସି ଯାଇଛନ୍ତି ତେବେ ସାହସ କରି ପରିସ୍ଥିତିର ସାମ୍ନା କରନ୍ତୁ

୨. ବ୍ଲାକମେଲର୍ସଙ୍କ କୌଣସି କଥାକୁ ମାନନ୍ତୁ ନାହିଁ

୩.. ଯଥାଶୀଘ୍ର ଏହି ବାବଦରେ ପୋଲିସକୁ ଜଣାନ୍ତୁ

୪..ବଦନାମି ହେବ ଭାବି ଚୁପ୍ ରୁହନ୍ତୁ ନାହିଁ, ଏହା କାହା ସହିତ ମଧ୍ୟ ହୋଇପାରେ ।

ସୋସିଆଲ ମିଡିଆରେ ସେକ୍ସଟର୍ସନରୁ କେମିତି ବଞ୍ଚିବେ?

୧..କୌଣସି ପର୍ଣ୍ଣ ଓ୍ୱେବସାଇଟରେ କ୍ଲିକ୍ କରନ୍ତୁ ନାହିଁ ।

୨..କେବଳ ସେହି ଓ୍ୱେବସାଇଟକୁ ଯାଆନ୍ତୁ ଯେଉଁଥିରେ ପୂର୍ବରୁ ଲକ୍ ଆଇକନ୍ ଥିବ

୩..ଯେଉଁ ଓ୍ୱେବସାଇଟର ଲକ୍ ଆଇକନ ମଝିରୁ କ୍ରସ୍ ଚିହ୍ନ ହୋଇଥିବ ତାହାକୁ ଖୋଲନ୍ତୁ ନାହିଁ

୩. ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆକ୍ସେପ୍ଟ କରିବା ପୂର୍ବରୁ ପ୍ରଥମେ ସାମ୍ନା ଲୋକର ପ୍ରୋଫାଇଲ ଚେକ୍ କରନ୍ତୁ

୪. ଯଦି କେହି ବ୍ଲାକମେଲ କରୁଛି ତେବେ ତୁରନ୍ତ ସାଇବର ପୋଲିସକୁ ଜଣାନ୍ତୁ

ତେବେ ସେକ୍ସଟର୍ସନରେ ଫସିଥିଲେ କିଭଳି ବଞ୍ଚିବେ ?

୧..ପ୍ରଥମେ ସେହି ଆକାଉଣ୍ଟର ଲିଙ୍କ୍ କିମ୍ବା ନମ୍ବରକୁ ସେଭ୍ କରନ୍ତୁ । ଏହାଦ୍ୱାରା ପୋଲିସ୍ ବ୍ଲାକମେଲରର IP ଆଡ୍ରେସ ଟ୍ରେସ୍ କରିପାରିବ ।

୨..ନିକଟସ୍ଥ ସାଇବର ସେଲ୍ କିମ୍ବା ପୋଲିସରେ ଅଭିଯୋଗ ଦାଖଲ କରନ୍ତୁ । କିନ୍ତୁ ଏହି ମାମଲାରେ ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଗୋପନ ରଖନ୍ତୁ । ଯଦି ନମ୍ବର ବଦଳାଇ ବ୍ଲାକମେଲର୍ସ କଲ୍ କରୁଛନ୍ତି ତେବେ ଏହାର ସମ୍ପୂର୍ଣ୍ଣ ବିବରଣୀ ପୋଲିସକୁ ଦିଅନ୍ତୁ ।

୩.. ପୋଲିସ୍ ଖୁବ୍ ପଚରାଉଚରା କରିବ, କିନ୍ତୁ ନ ଡରି ସମସ୍ତ ଉତ୍ତର ଦିଅନ୍ତୁ ।

ଆପଣଙ୍କର ମାତ୍ର କିଛି ପଦକ୍ଷେପ ଆପଣଙ୍କୁ ଫସିବା ପୁର୍ବରୁ ରକ୍ଷା କରିପାରିବ ।

blackmail on facebookblackmail on instagramblackmail on social mediacyber crime frauds in indiacyber crime in india 2022cyber crime incidents in indiacyber crime punishment in indiasensitive material on twittersextortion newssocial media blackmail cases
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami