ଫସଫରସ ବୋମା କଣ ଓ କାହିଁକି ଋଷ ବିରୋଧରେ ଆସୁଛି ସାଂଘାତିକ ଅଭିଯୋଗ

ଋଷ ଯୁଦ୍ଧର ନାଗରିକଙ୍କ ବିରୋଧରେ ଫସଫରସ ବୋମା ବ୍ୟବହାର କରୁଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି। ୟୁକ୍ରେନର ବଖମୁତ ସହର ଉପରେ ଋଷ ଫସଫରସ ବୋମା ବର୍ଷଣ କରିଥିବା ଅଭିଯୋଗ ହୋଇଛି। ଏହି ବୋମା ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିନଥିଲେ ମଧ୍ୟ ଏହାକୁ ବେସାମରିକ ଅଂଚଳ ଉପରେ ପ୍ରୟୋଗ କରାଯାଇ ପାରିବ ନାହିଁ । ବେସାମରିକ ଅଂଚଳ ଉପରେ ଏହାର ବ୍ୟବହାର ଯୁଦ୍ଧ ଅପରାଧ ଭାବେ ପରିଗଣିତ ହୋଇଥାଏ। ଋଷ ବିରୋଧରେ ଆଗରୁ ମଧ୍ୟ ଏଭଳି ବ୍ୟବହାରର ଅଭିଯୋଗ ରହିଛି। ସୂଚନାଯୋଗ୍ୟ ଯେ,ବଖମୁତ୍ ସହର ଉପରେ ଋଷ ସେନା ସହିତ ପ୍ରାଇଭେଟ୍ ଆର୍ମି ୱେଗନାରର ଯୋଦ୍ଧା ମଧ୍ୟ ଆକ୍ରମଣ କରୁଛନ୍ତି।

ଟୁଇଟ୍ କରି ୟୁକ୍ରେନର ଦାବି

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କରାଯାଇଥିବା ଟ୍ୱିଟରେ ଦାବି କରାଯାଇଛି ଯେ, ଋଷ ବଖମୁତ୍ ସହର ଉପରେ ଫସଫରସ ବୋମା ନିକ୍ଷେପ କରିଛି। ଭିଡିଓରେ ବଖମୁତ ସହରର ଅନେକ ଅଟ୍ଟାଳିକା ନିଆଁ ଘେରରେ ଥିବା ଦେଖାଯାଉଥିବା ବେଳେ ଆକାଶରେ ଧଳା ରଙ୍ଗର ବାଦଲ ଦେଖିବାକୁ ମିଳିଛି। ଆଗରୁ ମାରିୟୁପୋଲ୍ ସହର ଉପରେ ମଧ୍ୟ ଋଷ ଫସଫରସ ବୋମା ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି।

ଋଷ ସାର୍ବଜନିକ ଭାବେ ଏଭଳି ଅଭିଯୋଗକୁ ଖଣ୍ଡନ କରି ଆସୁଛି। ଗତବର୍ଷ ଋଷ ତରଫରୁ କୁହାଯାଇଥିଲା ଯେ, ଋଷ କେବେ ମଧ୍ୟ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିନାହିଁ। ଅନ୍ୟପକ୍ଷରେ ୟୁକ୍ରେନର ଅଭିଯୋଗ ଯେ, ଋଷ ଯୁଦ୍ଧରେ ଫସଫରସ ବୋମାର ବ୍ୟବହାର କରୁଛି

ଫସଫରସ ବୋମା କାହିଁକି ବିପଜ୍ଜନକ

ଫସଫରସ ମହମ ଭଳି ପଦାର୍ଥ ହୋଇଥାଏ। ଏହା 8ଶହ ସେଣ୍ଟିଗ୍ରେଡରେ ଜଳିଥାଏ। ଅମ୍ଲଜାନ ସଂପର୍କରେ ଆସିବା ପରେ ଏଥିରେ ନିଆଁ ଲାଗିଥାଏ। ଏହା ଜଳିବା ଦ୍ୱାରା ଧଳା ରଙ୍ଗର ଚମକଦାର ଫୁଲତୋଡା ଭଳି ଦୃଷ୍ୟ ସୃଷ୍ଟି ହୋଇଥାଏ। ଏହା ଫସଫରସ ପେଟୋକାସାଇଡ୍ ନାମକ ଗ୍ୟାସ। ଏହା ଦ୍ୱାରା ମଣିଷ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଟ୍ୟାଙ୍କ ଆଦିରେ ଏହାକୁ ଲଗାଯାଇଥାଏ। ସ୍ଥଳଯୁଦ୍ଧରେ ଗୋଟିଏ ଦେଶର ସୈନିକ ନିଜକୁ ଲୁଚାଇବାକୁ ଏହା ବ୍ୟବହାର କରିଥାଏ। ଏଥିରୁ ଧଳା ଧୁଆଁ ବାହାରୁଥିବାରୁ ସହଜରେ କିଛି ଦେଖି ହୁଏନା।

ଧଳା ଫସଫରସ ଚିପଚିପା ହୋଇଥିବାରୁ ଏହା ଶରିରରେ ଲାଗିଲେ ସହଜରେ ଅଲଗା ହୁଏନା। ଅମ୍ଲଜାନ ସଂସ୍ପର୍ଷରେ ଆସିଲେ ଏଥିରେ ନିଆଁ ଲାଗିଥାଏ। ଯାହାକୁ ସହଜରେ ଲିଭା ଯାଇପାରେନା।

phosphorus bomb bakhmutphosphorus bomb explosion in ukrainephosphorus bomb ukraine footagephosphorus bomb ukraine nightrussia ukraine war latest newsrussia using phosphorusrussia using phosphorus bombsrussia using phosphorus bombs in ukrainerussia using phosphorus in ukrainerussia vs ukraine war updaterussia vs ukraine war update todayvladimir putin vs volodymyr zelensky
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami