କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ? ସଭା ଆଗରେ ତେଲେଙ୍ଗାନା

ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ୍ ବିଧାୟକଙ୍କ ଦରମା ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠା ଯାଇଛି । ସରକାରଙ୍କ ପକ୍ଷରୁ ଜାରି ଆଧିକାରିକ ବୟାନରେ ଏନେଇ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଯଦି ଦିଲ୍ଲୀ ସରକାରର ପ୍ରସ୍ତାବ ଉପରେ ମୋହର ମାରନ୍ତି ତେବେ ଦିଲ୍ଲୀର ବିଧାୟକ ଦରମା ବାବଦରେ ୯୦ ହଜାର ଟଙ୍କା ପାଇବେ । ତେବେ ଏମିତିରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଦେଶର କେଉଁ ରାଜ୍ୟର ବିଧାୟକ ଦରମା ଓ ଭତ୍ତା ବାବଦରେ କେତେ ପାଆନ୍ତି । କେଉଁ ରାଜ୍ୟ ନିଜ ବିଧାୟକଙ୍କୁ ଅଧିକ ଦରମା ଦିଏ ? ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ବିଧାୟକଙ୍କ ଦରମା କେତେ ।

ବିଧାୟକଙ୍କ ଦରମା ମାମଲାରେ ସର୍ବାଗ୍ରେ ଅଛି ତେଲେଙ୍ଗାନା । ସେଠାରେ ବିଧାୟକଙ୍କ ମାସିକ ଦରମା ତ’ ୨୦ ହଜାର ଟଙ୍କା କିନ୍ତୁ ଭତ୍ତା ହେଉଛି ୨ ଲକ୍ଷ ୩୦ ହଜାର । ତେଣୁ ସବୁ ମିଶାଇ ଜଣେ ବିଧାୟକ ମାସକୁ ୨,୫୦ ୦୦୦ ଟଙ୍କା ପାଆନ୍ତି ।

ତେଲେଙ୍ଗାନା ପରେ ବିଧାୟକଙ୍କୁ ଅଧିକ ଦରମା ଓ ଭତ୍ତା ଦେଉଥିବା ରାଜ୍ୟ ହେଉଛି ଉତ୍ତରାଖଣ୍ଡଉତ୍ତରାଖଣ୍ଡର ବିଧାୟକଙ୍କ ଦରମା ୩୦ ହଜାର କିନ୍ତୁ ଭତ୍ତା ହେଉଛି ୧ ଲକ୍ଷ ୬୮ ହଜାର ଟଙ୍କା । ସବୁ ମିଶାଇ ଜଣେ ବିଧାୟକ ସେଠାରେ ମାସକୁ ୧ ଲକ୍ଷ ୯୮ ହଜାର ଟଙ୍କା ନେଇ ଘରକୁ ଯାଆନ୍ତି ।

ତୃତୀୟ ସ୍ଥାନରେ ଅଛି ହିମାଚଳ ପ୍ରଦେଶ । ହିମାଚଳୀ ବିଧାୟକଙ୍କ ମାସିକ ଦରମା ହେଉଛି ୫୫ ହଜାର ଟଙ୍କା । ଭତ୍ତା ମିଶାଇ ସେଠାରେ ଜଣେ ବିଧାୟକ ମାସିକ ପାଆନ୍ତି ୧ ଲକ୍ଷ ୯୦ ହଜାର ଟଙ୍କା ।

ହରିଆନା ବିଧାୟକ ମାସିକ ୧ ଲକ୍ଷ ୫୫ ହଜାର ଟଙ୍କା ନେଇ ଘରକୁ ଯାଆନ୍ତି । ଏଥିରେ ଦରମା ବାବଦରେ ରହିଛି ୪୦ ହଜାର ଟଙ୍କା ।

ହରିଆନା ପରେ ରାଜସ୍ଥାନ ବିଧାୟକଙ୍କ ମାସିକ ଦରମା ହେଉଛି ୪୦ ହଜାର ଟଙ୍କା । ଦରମା ଓ ଭତ୍ତାକୁ ମିସାଇ ବିଧାୟକଙ୍କ ମାସିକ ରୋଜଗାର ହେଉଛି ୧ ଲକ୍ଷ ୪୨ ହଜାର ଟଙ୍କା ।

ଦେଶର ଅନ୍ୟତମ ଗରିବ ରାଜ୍ୟ ବିହାରର ବିଧାୟକଙ୍କ ମାସିକ ଦରମା ହେଉଛି ୪୦ ହଜାର ଟଙ୍କା । ସେଠାରେ ବିଧାୟକ ଭତ୍ତା ବାବଦରେ ପାଆନ୍ତି ୯୦ ହଜାର ଟଙ୍କା । ସବୁ ମିଶାଇ ଜଣେ ବିଧାୟକଙ୍କୁ ରାଜ୍ୟ ସରକାର ମାସକୁ ଦେଇଥାନ୍ତି ୧ ଲକ୍ଷ ୩୦ ହଜାର ଟଙ୍କା ।

ଆନ୍ଧ୍ରପ୍ରଦେଶ ବିଧାୟକଙ୍କ ଦରମା ହେଉଛି ମାତ୍ର ୧୨ ହଜାର ଟଙ୍କା । କିନ୍ତୁ ସେମାନଙ୍କ ଦରମା ସହିତ ଯଦି ଭତ୍ତାକୁ ମିଶାଇ ଦିଆଯାଏ ତେବେ ତାହା ୧ ଲକ୍ଷ ୨୫ ହଜାର ଟଙ୍କା ହୁଏ ।

ଗୁଜୁରାଟରେ ଜଣେ ବିଧାୟକଙ୍କ ମାସିକ ଦରମା ହେଉଛି ୭୮ ହଜାର ଟଙ୍କା । ତେବେ ଅନ୍ୟ ରାଜ୍ୟ ତୁଳନାରେ ଧନୀ ଗୁଜୁରାଟର ବିଧାୟକଙ୍କୁ କମ ଭତ୍ତ ମିଳେ । ସେମାନେ ଭତ୍ତା ବାବଦରେ ପାଆନ୍ତି ୨୭ ହଜାର ଟଙ୍କା । ମାସକୁ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ବିଧାୟକ ପାଆନ୍ତି ।

ଉତ୍ତର ପ୍ରଦେଶର ବିଧାୟକ ଦରମା ବାବଦରେ ୨୫ ହଜାର ଟଙ୍କା ପାଉଥିବା ବେଳେ ବିଧାନସଭା ଭତ୍ତା ବାବଦରେ ୫୦ ହଜାର, ସଚିବାଳୟ ଭତ୍ତା ୫୦ ହଜାର ଓ ଅଫିସ ଭତ୍ତା ଭାବେ ୨୦ ହଜାର ଟଙ୍କା ପାଆନ୍ତି । ଏହିଭଳି ଭାବେ ଉତ୍ତର ପ୍ରଦେଶର ଜଣେ ବିଧାୟକ ମାସିକ ମୋଟ ୧ ଲକ୍ଷ ୬୫ହଜାର ଟଙ୍କା ଦରମା ବାବଦରେ ଘରକୁ ନିଅନ୍ତି ।

Allowance for MLAcentral governmentdelhi cabinet MLAdelhi governmentincreasing salarymember of legislative assemblyMLAsalary of state legislaturesState legislaturetelangana MLA salary highestUttarakhand MLAଉତ୍ତରାଖଣ୍ଡର ବିଧାୟକକେନ୍ଦ୍ର ସରକାରତେଲେଙ୍ଗାନାଦରମା ବଢାଇବାଦିଲ୍ଲୀ କ୍ୟାବିନେଟ୍ ବିଧାୟକଦିଲ୍ଲୀ ସରକାରବିଧାୟକ ଦରମାଭତ୍ତା କେତେ ପାଆନ୍ତି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami