ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ

48 ଘଣ୍ଟାରେ ୟୁକ୍ରେନ୍ ଦଖଲ କରିବା ପ୍ଲାନ୍ ଥିଲା । କିନ୍ତୁ ଋଷ ସେନାର ଏହି ଅଭିଯାନର ଅନ୍ତ ୨ ସପ୍ତାହ ପରେ ମଧ୍ୟ ହୋଇନାହିଁ । ଯୁଦ୍ଧ ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏଣେ ଋଷରେ ଲଢୁଆ ସୈନିକଙ୍କ ଅଭାବ ଦେଖିବାକୁ ମିଳୁଛି । ସୈନିକ ଅଭାବ ପୁରଣ କରିବାକୁ ଋଷ ଭଡାଟିଆ ସୈନିକଙ୍କ ଶରଣ ପସିଛିରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି

ଖବର ଅନୁସାରେ, ଋଷ ସେନାରେ ଭର୍ତ୍ତି ପାଇଁ ମଧ୍ୟପୂର୍ବ ରାଷ୍ଟ୍ରରୁ ପ୍ରାୟ ୧୬ ହଜାର ଆବେଦନ ଆସିଛି । ଯଦିଓ ନିର୍ଦ୍ଦିଷ୍ଟ କେଉଁ ଦେଶରୁ କେତେ ଆବେଦନ ଆସିଛି ତାହା ଋଷ ସ୍ପଷ୍ଟ କରୁନାହିଁ । ତଥାପି ସିରିଆରୁ ସର୍ବାଧିକ ଆବେଦନ କରାଯାଇଥିବା କୁହାଯାଇଛି । ନିକଟରେ ୟୁକ୍ରେନ୍ ସରକାର କହିଥିଲେ, ବିଦେଶରେ ରହୁଥିବା ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରରେ ଥିବା ୨୦ ହଜାର ୟୁକ୍ରେନ୍ ନାଗରିକ ସେନାରେ ସାମିଲ୍ ହେଉଛନ୍ତି । ୟୁକ୍ରେନର ଏଭଳି ମନ୍ତବ୍ୟ ପରେ ଛାନିଆ ଋଷ ବିଦେଶୀ ଲୋକଙ୍କୁ ସେନାରେ ସାମିଲ୍ କରିବା ପାଇଁ ଆବେଦନ ଗ୍ରହଣ କରୁଛି ।

ମିଳିଥିବା ସୂଚନା ଅନୁସାରେ, ସିରିଆ ସହ ଚଚନିଆ ନାଗରିକ ମଧ୍ୟ ଋଷ ସେନାରେ ସାମିଲ୍ ପାଇଁ ଆବେଦନ କରିଛନ୍ତି । ଏବେ ଋଷର ପ୍ରାୟ ୧ ଲକ୍ଷ ୯୦ ହଜାର ଯବାନ ୟୁକ୍ରେନରେ ପଶିଥିବା ପେଣ୍ଟାଗନ ଦାବି କରୁଛି । ଆଉ ସେଥି ମଧ୍ୟରୁ ଯୁଦ୍ଧରେ ୨ରୁ ୪ ହଜାର ଯବାନ ପ୍ରାଣ ହରାଇ ସାରିଲେଣି । ଯଦିଓ ଋଷର ରିଜର୍ଭ ସେନା ଠାରୁ ୟୁକ୍ରେନର ମୋଟ ଯବାନଙ୍କ ସଂଖ୍ୟା କମ୍ । ତଥାପି ଋଷ ବିଦେଶୀ ଲୋକଙ୍କୁ ସେନାରେ ଭର୍ତ୍ତି କରୁଛି ।

ୱାର୍ ନୋଟ୍ସ ଅନୁସାରେ, ଋଷ ପାଖରେ ୟୁକ୍ରେନର ମୋଟ ସୈନ୍ୟ ଠାରୁ ଅଧିକ ଯବାନ ଅଛନ୍ତି ସତ । କିନ୍ତୁ ସେମାନେ ଯୁଦ୍ଧ ଲଢ଼ିବାକୁ ସକ୍ଷମ ନୁହଁନ୍ତି । ମାତ୍ର ୪ରୁ ୫ ହଜାର ଋଷ ସୈନ୍ୟ ଯୁଦ୍ଧ ଲଢ଼ିବାର ଟ୍ରେନିଂ ନେଇଛନ୍ତି ଅଥବା ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି ୱାର ନୋଟ୍ସ କହିଛି ।

ତେବେ ୟୁକ୍ରେନ୍ ସହ ଲଢ଼ିବାକୁ ସିରିଆରୁ କାହିଁକି ଋଷ ସୈନ୍ୟ ଆଣୁଛି ? ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନରେ ଲଢ଼ିବା ପାଇଁ ସିରିଆ ସୈନ୍ୟକୁ ଆଣିବା, ଜହ୍ନରେ ମଙ୍ଗଳ ଗ୍ରହର ଲୋକଙ୍କୁ ଆଣି ଲଢ଼ିବା ଭଳି । ତେବେ ୟୁକ୍ରେନ୍-ଋଷ ଯୁଦ୍ଧ କେବେ ସରିବ ତାହା କହିବା ମୁସ୍କିଲ୍ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଆରମ୍ଭ କରିଥିଲା । ଇତି ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହ ବିତିଲାଣି । ତଥାପି ଋଷ ଏବେ ଯାଏ ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଖାର୍କିଭ୍ ଭଳି ଅନ୍ୟ ସହରକୁ ସମ୍ପୂର୍ଣ୍ଣ ଭାବେ କବଜା କରିପାରିନି ।

ଅନ୍ୟପଟେ ଦୀର୍ଘ ୧୧ ବର୍ଷ ଧରି ଗୃହ ଯୁଦ୍ଧକୁ ସାମ୍ନା କରିଥିବା ସିରିଆ ସୈନ୍ୟ ଯୁଦ୍ଧରେ ବେଶ୍ ପାରଙ୍ଗମ୍ । ସିରିଆ ସୈନ୍ୟଙ୍କ ପାଖରେ ସିରିଆ ଗୃହ ଯୁଦ୍ଧ ସହ ୨୦୧୪ରେ ଇରାକ୍ ଓ ସିରିଆ ଇସଲାମିକ୍ ଷ୍ଟେଟ୍ ଗ୍ରୁପ ଯୁଦ୍ଧର ଅଭିଜ୍ଞତା ରହିଛି । ଏସବୁକୁ ଦେଖି ୟୁକ୍ରେନର ସହରାଞ୍ଚଳରେ ଯୁଦ୍ଧ ପାଇଁ ବିଦେଶୀ ସୈନ୍ୟ ବିଶେଷକରି ସିରିଆ ଯବାନଙ୍କୁ ସେନାରେ ନିୟୋଜିତ କରିବାକୁ ଚାହୁଁଛି ଋଷ ।

ଦମ୍ ଦେଖାଇ ୟୁକ୍ରେନ ଦଖଲ ପାଇଁ ପଶିଥିଲା ପୁଟିନ୍ ସେନା । ହେଲେ ଏବେ ଅବସ୍ଥା ବିଗିଡ଼ି ଗଲାଣି । ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ ଋଷ ସେନାକୁ ଭାରି ପଡ଼ିଛି । ସୈନ୍ୟ ସଂକଟର ସମ୍ମୁଖୀନ ଋଷ ଏବେ ବାହାରୁ ସୈନ୍ୟ ଭଡ଼ାରେ ଆଣି ୟୁକ୍ରେନ୍ ସହ ଲଢ଼ିବ । ବିଶେଷକରି ମଧ୍ୟପୂର୍ବ ରାଷ୍ଟ୍ର ସିରିଆରୁ ସୈନ୍ୟ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଋଷ । ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ।

ଖବର ଅନୁସାରେ, ଋଷ ସେନାରେ ଭର୍ତ୍ତି ପାଇଁ ମଧ୍ୟପୂର୍ବ ରାଷ୍ଟ୍ରରୁ ପ୍ରାୟ ୧୬ ହଜାର ଆବେଦନ ଆସିଛି । ଯଦିଓ ନିର୍ଦ୍ଦିଷ୍ଟ କେଉଁ ଦେଶରୁ କେତେ ଆବେଦନ ଆସିଛି ତାହା ଋଷ ସ୍ପଷ୍ଟ କରୁନାହିଁ । ତଥାପି ସିରିଆରୁ ସର୍ବାଧିକ ଆବେଦନ କରାଯାଇଥିବା କୁହାଯାଇଛି । ନିକଟରେ ୟୁକ୍ରେନ୍ ସରକାର କହିଥିଲେ, ବିଦେଶରେ ରହୁଥିବା ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରରେ ଥିବା ୨୦ ହଜାର ୟୁକ୍ରେନ୍ ନାଗରିକ ସେନାରେ ସାମିଲ୍ ହେଉଛନ୍ତି । ୟୁକ୍ରେନର ଏଭଳି ମନ୍ତବ୍ୟ ପରେ ଛାନିଆ ଋଷ ବିଦେଶୀ ଲୋକଙ୍କୁ ସେନାରେ ସାମିଲ୍ କରିବା ପାଇଁ ଆବେଦନ ଗ୍ରହଣ କରୁଛି ।

ମିଳିଥିବା ସୂଚନା ଅନୁସାରେ, ସିରିଆ ସହ ଚଚନିଆ ନାଗରିକ ମଧ୍ୟ ଋଷ ସେନାରେ ସାମିଲ୍ ପାଇଁ ଆବେଦନ କରିଛନ୍ତି । ଏବେ ଋଷର ପ୍ରାୟ ୧ ଲକ୍ଷ ୯୦ ହଜାର ଯବାନ ୟୁକ୍ରେନରେ ପଶିଥିବା ପେଣ୍ଟାଗନ ଦାବି କରୁଛି । ଆଉ ସେଥି ମଧ୍ୟରୁ ଯୁଦ୍ଧରେ ୨ରୁ ୪ ହଜାର ଯବାନ ପ୍ରାଣ ହରାଇ ସାରିଲେଣି । ଯଦିଓ ଋଷର ରିଜର୍ଭ ସେନା ଠାରୁ ୟୁକ୍ରେନର ମୋଟ ଯବାନଙ୍କ ସଂଖ୍ୟା କମ୍ । ତଥାପି ଋଷ ବିଦେଶୀ ଲୋକଙ୍କୁ ସେନାରେ ଭର୍ତ୍ତି କରୁଛି ।

ୱାର୍ ନୋଟ୍ସ ଅନୁସାରେ, ଋଷ ପାଖରେ ୟୁକ୍ରେନର ମୋଟ ସୈନ୍ୟ ଠାରୁ ଅଧିକ ଯବାନ ଅଛନ୍ତି ସତ । କିନ୍ତୁ ସେମାନେ ଯୁଦ୍ଧ ଲଢ଼ିବାକୁ ସକ୍ଷମ ନୁହଁନ୍ତି । ମାତ୍ର ୪ରୁ ୫ ହଜାର ଋଷ ସୈନ୍ୟ ଯୁଦ୍ଧ ଲଢ଼ିବାର ଟ୍ରେନିଂ ନେଇଛନ୍ତି ଅଥବା ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି ୱାର ନୋଟ୍ସ କହିଛି ।

ତେବେ ୟୁକ୍ରେନ୍ ସହ ଲଢ଼ିବାକୁ ସିରିଆରୁ କାହିଁକି ଋଷ ସୈନ୍ୟ ଆଣୁଛି ? ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନରେ ଲଢ଼ିବା ପାଇଁ ସିରିଆ ସୈନ୍ୟକୁ ଆଣିବା, ଜହ୍ନରେ ମଙ୍ଗଳ ଗ୍ରହର ଲୋକଙ୍କୁ ଆଣି ଲଢ଼ିବା ଭଳି । ତେବେ ୟୁକ୍ରେନ୍-ଋଷ ଯୁଦ୍ଧ କେବେ ସରିବ ତାହା କହିବା ମୁସ୍କିଲ୍ । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଆରମ୍ଭ କରିଥିଲା । ଇତି ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହ ବିତିଲାଣି । ତଥାପି ଋଷ ଏବେ ଯାଏ ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଖାର୍କିଭ୍ ଭଳି ଅନ୍ୟ ସହରକୁ ସମ୍ପୂର୍ଣ୍ଣ ଭାବେ କବଜା କରିପାରିନି ।

ଅନ୍ୟପଟେ ଦୀର୍ଘ ୧୧ ବର୍ଷ ଧରି ଗୃହ ଯୁଦ୍ଧକୁ ସାମ୍ନା କରିଥିବା ସିରିଆ ସୈନ୍ୟ ଯୁଦ୍ଧରେ ବେଶ୍ ପାରଙ୍ଗମ୍ । ସିରିଆ ସୈନ୍ୟଙ୍କ ପାଖରେ ସିରିଆ ଗୃହ ଯୁଦ୍ଧ ସହ ୨୦୧୪ରେ ଇରାକ୍ ଓ ସିରିଆ ଇସଲାମିକ୍ ଷ୍ଟେଟ୍ ଗ୍ରୁପ ଯୁଦ୍ଧର ଅଭିଜ୍ଞତା ରହିଛି । ଏସବୁକୁ ଦେଖି ୟୁକ୍ରେନର ସହରାଞ୍ଚଳରେ ଯୁଦ୍ଧ ପାଇଁ ବିଦେଶୀ ସୈନ୍ୟ ବିଶେଷକରି ସିରିଆ ଯବାନଙ୍କୁ ସେନାରେ ନିୟୋଜିତ କରିବାକୁ ଚାହୁଁଛି ଋଷ ।

mercenaries russian mafiamercenaries ukraine warMiddle Eastern mercenariesrussia vs ukraine war updaterussian mercenaries ukrainerussian mercenaries zelenskyrussian president vladimir putinsyrian fighters ukraineSyrian President Bashar AssadUkraine war
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami