ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ

ପଠାଣକୋଟରେ ଆତଙ୍କବାଦୀଙ୍କୁ ସେମାନେ ବୁଝୁଥିବା ଭାଷାରେ ଉତ୍ତର ହେଉ କି କାଶ୍ମୀରରେ କୁପବାଡା । ସବୁ ସ୍ଥାନରେ ବାୟୁସେନାର ଗରୁଡ କମାଣ୍ଡୋ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଇଛନ୍ତି । ତେଣୁ ସେମାନଙ୍କୁ ଦେଶର ଗୌରବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଗରୁଡ କମାଣ୍ଡୋଙ୍କ କଥା ଉଠିବାର କାରଣ ହେଉଛି ଏବେ ବାୟୁସେନାର ସ୍ପେଶାଲ ଫୋର୍ସେସର ୬୯ ଜଣ ନୂଆ ଗରୁଡ କମାଣ୍ଡୋ ନିଜ ଟ୍ରେନିଂ ସାରିଛନ୍ତି । ଗରୁଡ କମାଣ୍ଡୋଙ୍କୁ ଦୁନିଆର ହାତଗଣତି ସ୍ପେଶାଲ ଫୋର୍ସେସଙ୍କ ଭିତରେ ଗଣାଯାଏ ।

IAF ବିଶେଷ ୟୁନିଟ୍

ଗରୁଡ କମାଣ୍ଡୋ ଫୋର୍ସ ଭାରତୀୟ ବାୟୁସେନାର ବିଶେଷ ୟୁନିଟ୍ ଯାହର ପ୍ରତିଷ୍ଠା ୨୦୦୪ରେ ହୋଇଥିଲା । ବାୟୁସେନାର ସମ୍ବେଦନଶୀଳ ଘାଟିର ସୁରକ୍ଷା କରିବା ଲକ୍ଷ୍ୟରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ବାୟୁସେନା ଘାଟିର ସୁରକ୍ଷା ସହିତ ଗରୁଡ କମାଣ୍ଡୋ ସଂଘର୍ଷ ଓ ଶାନ୍ତି କାଳରେ ମଧ୍ୟ ନିଜ ସେବା ଯୋଗାଇ ଦେଇଥାନ୍ତି । ଗରୁଡ କମାଣ୍ଡୋ ବର୍ତ୍ତମାନ ଜାତିସଂଘର ଶାନ୍ତି ପ୍ରତିଷ୍ଠା ମିଶନ କ୍ରମରେ କଙ୍ଗୋ ରେ ମୁତ୍ତୟନ ଅଛନ୍ତି । ଏହି ଫୋର୍ସ ଶତ୍ରୁ ଲୁଚାଇ ରଖିଥିବା ଅସ୍ତ୍ର, ଶତ୍ରୁ ସେନାର କ୍ଷେପଣାସ୍ତ୍ର ଓ ରଡାର ଠାବ କରିବା ସହିତ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାମିଲ ହୋଇଥାଏ ।

କାହିଁକି ହୋଇଥିଲା ଗଠନ ?

୨୦୦୧ରେ ଜାମ୍ମୁକାଶ୍ମୀରରେ ଥିବା ଭାରତୀୟ ବାୟୁସେନାର ବିମାନଘାଟି ଉପରେ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଯଦିଓ ସଫଳ ହୋଇନଥିଲା ତଥାପି ବାୟୁସେନା ଏକ ସ୍ପେଶାଲ ଫୋର୍ସର ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲା । ବାୟୁସେନା ନିଜର ସମ୍ବେଦନଶୀଳ ଅଂଚଳର ସୁରକ୍ଷା ପାଇଁ ଗରୁଡ ଫୋର୍ସେସର ସ୍ଥାପନ ପାଇଁ ନିର୍ଣ୍ଣୟ ନେଇଥିଲା । ସେପ୍ଟେମ୍ବର ୨୦୦୪ରେ ଗରୁଡ ଫୋର୍ସର ସ୍ଥାପନ ହୋଇଥିଲା । ଯାହାର ପ୍ରଥମ କାର୍ଯ୍ୟ ହେଉଛି ଭାରତୀୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା । ଗରୁଡ କମାଣ୍ଡୋ ୫୨ ସପ୍ତାହର ପ୍ରାଥମିକ କଠିନ ଟ୍ରେନିଂ ନେଇଥାନ୍ତି । ପ୍ରଥମ ତିନି ମାସର ଟ୍ରେନିଂରୁ ଏହା ଜଣା ପଡିଯାଏ ଯେ, କିଏ ଆଗକୁ ସର୍ବୋତ୍ତମ କମାଣ୍ଡୋ ହେବାକୁ ଯାଉଛନ୍ତି ।

ଗରୁଡଙ୍କ ଦାୟିତ୍ୱ କ’ଣ ?

ପଣବନ୍ଦୀ ସଂକଟ କାଳରେ ଗରୁଡ କମାଣ୍ଡୋ ସବୁ ପ୍ରକାରର ଠାବ ଓ ଉଦ୍ଧାର ଅପରେସନ କରିଥାନ୍ତି । ଗରୁଡ ରଡାରକୁ ନଷ୍ଟ କରିବା ସହିତ କମ୍ବାଟ୍ କଣ୍ଟ୍ରୋଲ ଓ କ୍ଷେପଣାସ୍ତ୍ର ଟାର୍ଗେଟକୁ ଠାବ କରନ୍ତି । ଏହାପରେ ସେମାନେ ଏୟାର ଅପରେସନରେ ମଧ୍ୟ ସହଯୋଗ କରନ୍ତି । ଏହା ବ୍ୟତିତ ଗରୁଡ କମାଣ୍ଡୋ ଶତ୍ରୁର ବିମାନଘାଟି ଉପରେ ଆକ୍ରମଣ କରିବା କ୍ଷମତା ରଖନ୍ତି । ସେମାନଙ୍କୁ ୱିପନ ସିଷ୍ଟମକୁ ଅକାମି କରିବା, ଫାଇଟର ଜେଟ୍ ରହୁଥିବା ହ୍ୟାଙ୍ଗରକୁ ଧ୍ୱଂସ କରିବା ଟ୍ରେନିଂ ଦିଆଯାଇଥାଏ । ଗରୁଡ ଜଳ, ସ୍ଥଳ ଓ ଆକାଶରେ ସବୁ ପ୍ରକାର ଅପରେସନରେ ସାମିଲ ହୁଅନ୍ତି । ସେମାନେ ମଧ୍ୟ ଶତ୍ରୁର ଘରେ ପଷି ଆକ୍ରମଣ କରିବା କ୍ଷମତା ରଖନ୍ତି ।

ଗରୁଡ ଅସ୍ତ୍ର

୨୦୧୬ରେ ପଠାଣକୋଟ ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ଗରୁଡ ଫୋର୍ସେସର ୧୦ ଅତିରିକ୍ତ ସ୍କ୍ୱର୍ଡନ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା । ୨୦୧୬ ପରେ ୭୦୦ ଅଧିକ କମାଣ୍ଡୋଙ୍କୁ ଫୋର୍ସରେ ସାମିଲ କରାଯାଇଥିଲା । ଏହାପରେ କମାଣ୍ଡୋଙ୍କ ସଂଖ୍ୟା ୧୭୮୦ ହୋଇଥିଲା । ଗରୁଡ କମାଣ୍ଡୋ ଆଧୁନିକ ଅସ୍ତ୍ରରେ ସଜ୍ଜିତ ହୋଇଥାନ୍ତି । ପ୍ରତି କମାଣ୍ଡୋଙ୍କ ପାଖରେ ଟେଭର ଟିଆର-୨୧ ଆସଲ୍ଟ ରାଇଫଲ, ଗୁଲାକ-୧୭ ପିସ୍ତଲ, ହେକଲର ଆଣ୍ଡ୍ କୁଚ୍ ଏମପି୫ ସବମେସିନ୍ ଗନ,ଏକେଏମ୍ ଆସଲ୍ଟ ରାଇଫଲ, ଏକେ-୪୭, କଲ୍ଟ ଏମ୪ କାର୍ବାଇନ୍ ଭଳି ଅସ୍ତ୍ର ଥାଏ । ଗରୁଡ କମାଣ୍ଡୋଙ୍କ ପାଖରେ ଇସ୍ରାଏଲୀ ତିଆରି କିଲର ଡ୍ରୋନ୍ ମଧ୍ୟ ରହିଛି ।

ତିନି ବର୍ଷର କଠିନ ଟ୍ରେନିଂ

ଗରୁଡ କମାଣ୍ଡୋଙ୍କ ଟ୍ରେନିଂ ବାକି ଫୋର୍ସେସଙ୍କ ଟ୍ରେନିଂଠାରୁ ଅଧିକ ସମୟ ଧରି ଚାଲିଥାଏ୩ ବର୍ଷ ଯାଏଁ ଏହି ଟ୍ରେନିଂ ଚାଲେ । ତିନି ବର୍ଷର ଟ୍ରେନିଂ ଶେଷ କରିଥିବା ସିପାହୀଙ୍କୁ ଗରୁଡ କମାଣ୍ଡୋ ହେବାର ସୌଭାଗ୍ୟ ମିଳିଥାଏ । ଗରୁଡ କମାଣ୍ଡୋଙ୍କୁ ଏୟାରଫିଲ୍ଡର ସୁରକ୍ଷା ଓ ପଣବନ୍ଦୀ ସ୍ଥିତିର ସମ୍ମୁଖୀନ ହେବାକୁ ବିଶେଷ ଟ୍ରେନିଂ ଦିଆଯାଏ । କିଛି ଆଡଭାନ୍ସ ଗରୁଡ ୟୁନିଟକୁ ଆର୍ମିର ପାରାଟ୍ରୁପରଙ୍କ ଭଳି ପ୍ରଶିକ୍ଷଣ ଦିଆଯାଇଥାଏ । ଏହା ସହିତ ସେମାନଙ୍କୁ ଜଳସେନାର ମାର୍କୋସ କମାଣ୍ଡୋଙ୍କ ଭଳି ଜଳଯୁଦ୍ଧର ଟ୍ରେନିଂ ମଧ୍ୟ ଦିଆଯାଇଥାଏ ।

ମିଜୋରାମର ହୁଏ ଟ୍ରେନିଂ

କମାଣ୍ଡୋ ଟ୍ରେନିଂରେ ସେମାନଙ୍କୁ ଗଭୀର ନଦୀ ଓ ନିଆଁ ଭିତର ଦେଇ ଯିବାର ପ୍ରଶିକ୍ଷଣ ଦିଆଯାଏ । ସେହିଭଳି ବିନା ସାହାରାରେ ପାହାଡ ଚଢିବା, ଭାରି ବୋଝ ସହିତ ଅନେକ କିଲୋମିଟର ଦୌଡିବା ଓ ଘଂଚ ଜଙ୍ଗଲରେ ରାତି କଟାଇବା ଭଳି କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡେ । ପ୍ରଥମ ତିନି ମାସର ଟ୍ରେନିଂରୁ ସର୍ବୋତ୍ତମ କ୍ୟାଡେଟଙ୍କୁ ବଛା ଯାଇଥାଏ । ଦ୍ୱିତୀୟ ଫେଜରେ କମାଣ୍ଡୋଙ୍କୁ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ, ଭାରତୀୟ ସେନା ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ୍(ଏନଏସଜି)ର ଟ୍ରେନିଙ୍କ ସହିତ ପ୍ରଶିକ୍ଷଣ ଦିଆଯାଏ । ଏହି ଫେଜରେ ସଫଳ ହୋଇଥିବା କମାଣ୍ଡୋଙ୍କୁ ଆଗ୍ରା ସ୍ଥିତ ପାରସୁଟ୍ ଟ୍ରେନିଂ ସ୍କୁଲକୁ ଆଗାମୀ ପ୍ରଶିକ୍ଷଣ ପାଇଁ ପଠାଯାଏ । ଗରୁଡ କମାଣ୍ଡୋଙ୍କୁ ମିଜୋରାମର କାଉଣ୍ଟର ଇନସର୍ଜନ୍ସି ଆଣ୍ଡ୍ ଜଙ୍ଗଲ ୱାରଫେୟାର ସ୍କୁଲରେ ଆତଙ୍କବାଦୀଙ୍କ ସହିତ କେମିତି ମୁକାବିଲା କରିବେ ତା’ର ଟ୍ରେନିଂ ଦିଆଯାଏ ।

୨୦୦୪ରେ ଗରୁଡ ଫୋର୍ସର ସ୍ଥାପନ52 weeks of rigorous training୫୨ ସପ୍ତାହର ପ୍ରାଥମିକ କଠିନ ଟ୍ରେନିଂ69 trained garud commandos୬୯ ଜଣ ନୂଆ ଗରୁଡ କମାଣ୍ଡୋagra parachute regimentair operationsarmy paratrooperbayusenabest commandoscombat controldestroy fighter jets hangersdestroy the radardisabling the weapon systemgarud commando forcesgaruda astragaruda commandogaruda force established in 2004IAF's Garuda Force in Congo for peace keepingindian air forceindian air force special forcesIndian Armykiller dronesmarcos commando trainingmissiles targetsMizoram County School of Emergency and Forest Warfarenational security guardNSG trainingspecial frontier forceଆଗ୍ରା ସ୍ଥିତ ପାରସୁଟ୍ ଟ୍ରେନିଂ ସ୍କୁଲଆର୍ମିର ପାରାଟ୍ରୁପରଏୟାର ଅପରେସନରେକଙ୍ଗୋ ରେ ମୁତ୍ତୟନକମ୍ବାଟ୍ କଣ୍ଟ୍ରୋଲକିଲର ଡ୍ରୋନ୍ଗରୁଡ ଅସ୍ତ୍ରଗରୁଡ଼ କମାଣ୍ଡୋନ୍ୟାସନାଲ ସିକ୍ୟୁରିଟି ଗାର୍ଡ୍ଫାଇଟର ଜେଟ୍ ରହୁଥିବା ହ୍ୟାଙ୍ଗରକୁ ଧ୍ୱଂସ କରିବାବାୟୁସେନାର ସ୍ପେଶାଲ ଫୋର୍ସେସଭାରତୀୟ ସେନାମାର୍କୋସ କମାଣ୍ଡୋମିଜୋରାମର କାଉଣ୍ଟର ଇନସର୍ଜନ୍ସି ଆଣ୍ଡ୍ ଜଙ୍ଗଲ ୱାରଫେୟାର ସ୍କୁଲରଡାରକୁ ନଷ୍ଟୱିପନ ସିଷ୍ଟମକୁ ଅକାମି କରିବାସର୍ବୋତ୍ତମ କମାଣ୍ଡୋସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami