ସିବିଏସଇ ବୋର୍ଡର ନିଷ୍ପତ୍ତି: ପିଲାମାନଙ୍କୁ ମିଳିବ ନାହିଁ କୌଣସି ଡିଭିଜନ୍‌

ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ତରଫରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଏହି ବିଜ୍ଞପ୍ତି ମୁତାବକ ୨୦୨୪ ଶିକ୍ଷାବର୍ଷ ଠାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଡିଭିଜନ, ରାଙ୍କ କିମ୍ବା ଏଗ୍ରିଗେଟ୍ ମାର୍କସ୍ ଦିଆଯିବ ନାହିଁ । ନୂଆ ଶିକ୍ଷାନୀତି ୨୦୨୦ ଲାଗୁ ହେବା ପରେ ଶିକ୍ଷା ବିଭାଗରେ ଅନେକ ପ୍ରକାର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ସିବିଏସଇ ବୋର୍ଡ ଏଭଳି ପଦକ୍ଷେପ ନେଇଛି । ବୋର୍ଡ ତରଫରୁ କୁହାଯାଇଛି ଯେ, ଏହି ନିୟମ ଲାଗୁ ହେବାପରେ ଛାତ୍ରଛାତ୍ରୀମାନଙ୍କ ଉପରୁ ଚାପ କମିବ ଓ ସେମାନେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ।

ମାର୍କ ପ୍ରତିଶତ ବି ଗଣନା ହେବନି

ସିବିଏସଇ ବୋର୍ଡ ୨୦୨୪ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ପିଲାମାନଙ୍କୁ କୌଣସି ପ୍ରକାର ଡିଭିଜନ, ଡିଷ୍ଟିଙ୍ଗସନ କିମ୍ବା ଏଗ୍ରିଗେଟ ଦେବ ନାହିଁ । ଏହା ବ୍ୟତୀତ ବୋର୍ଡ ଏହା ବି ସ୍ପଷ୍ଟ କରିଛି କି, ୧୦ମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ମାର୍କ ପ୍ରତିଶତ ମଧ୍ୟ ସିବିଏସି ଦ୍ୱାରା ଗଣନା କରାଯିବ ନାହିଁ । ସିବିଏସଇ ବୋର୍ଡ ବିଜ୍ଞପ୍ତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏହି ସୂଚନା ମୁତାବକ ଯଦି କୌଣସି ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ୫ରୁ ଅଧିକ ବିଷୟ ନେଇଛନ୍ତି ତେବେ ଶ୍ରେଷ୍ଠ ୫ଟି ବିଷୟ ନିର୍ଦ୍ଧାରଣ କରିବାର ନିଷ୍ପତ୍ତି ସେହି ଅନୁଷ୍ଠାନ କିମ୍ବା ସିବିଏସଇ ବୋର୍ଡର ଛାତ୍ରଙ୍କୁ ନିଯୁକ୍ତି ଦେଉଥିବା ନିଯୁକ୍ତିଦାତା ହିଁ ସ୍ଥିର କରିପାରିବେ । ଏଥିରେ ସିବିଏସଇ ବୋର୍ଡର କୌଣସି ଭୂମିକା ରହିବ ନାହିଁ । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

cbse 10th examcbse studentsThere will be no grade in 10th exam
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami