ବର୍ଷକୁ ଦରମା ୧୭ ହଜାର ୫ଶହ କୋଟି !

ଆମେରିକାର ବଡ଼ ବଡ଼ କମ୍ପାନୀର ବୋର୍ଡରେ ଏବେ ଭାରତୀୟ ସିଇଓଙ୍କ ରାଜୁତି ଚାଲିଛିସୁନ୍ଦର ପିଚାଇଙ୍କଠାରୁ ପରାଗ ଅଗ୍ରୱାଲ । ଏହି ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏହା ଭିତରେ ଏବେ ଆଉ ଜଣେ ଭାରତୀୟ ସିଇଓ ଚର୍ଚ୍ଚା ଭିତରକୁ ଆସିଛନ୍ତି । ଏହି ସିଇଓ ତାଙ୍କ ବାର୍ଷିକ ପ୍ୟାକେଜକୁ ନେଇ ଚର୍ଚ୍ଚା ଭିତରେ ଅଛନ୍ତି । କାରଣ ବାର୍ଷିକ ପ୍ୟାକେଜ୍ ଭାବେ ତାଙ୍କୁ ମିଳିବ ୧୭ ହଜାର ୫ଶହ କୋଟି ଟଙ୍କା । ମାନେ ମାସକୁ ଦରମା ୧୪୫୮ କୋଟି ଟଙ୍କା ।

ଜଗଦୀପ ସିଂହ କିଏ ?

ବର୍ଷକୁ ୧୭ ହଜାର ୫ଶହ କୋଟିର ପ୍ୟାକେଜ୍ ପାଇବାକୁ ଥିବା ଏହି ସିଇଓଙ୍କ ନାମ ହେଉଛି ଜଗଦୀପ ସିଂହ । ଜଗଦୀପ ଆମେରିକାର ଷ୍ଟାର୍ଟଅପ୍ କମ୍ପାନୀ QuantumScape Corpର ମୁଖ୍ୟ ଅଟନ୍ତି । ବର୍ଷକ ତଳେ ଏହି କମ୍ପାନୀ ସେୟାର ମାର୍କେଟରେ ପଂଜିକୃତ ହୋଇଥିଲା । ନିକଟରେ ଅଂଶଧାରକଙ୍କ ବାର୍ଷିକ ବୈଠକରେ ଜଗଦୀପ ସିଂହଙ୍କ ପ୍ୟାକେଜକୁ ମଂଜୁରୀ ମିଳିଛି । ଲିଙ୍କଡ୍ ଇନ୍ ପ୍ରୋଫାଇଲ ଅନୁସାରେ ସେ ହେଉଛନ୍ତି QuantumScape Corpର ପ୍ରତିଷ୍ଠାତା ଓ ସିଇଓ । ଏହି ପ୍ରୋଫାଇଲ ଅନୁସାରେ ସେ ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ Infineraର ପ୍ରତିଷ୍ଠାତା ଓ ସିଇଓ ରହିଛନ୍ତି । ୨୦୧୦ରେ ସେ QuantumScape Corpର ପ୍ରତିଷ୍ଠା କରିଥିଲେ । ୨୦୦୧ ପୂର୍ବରୁ ମଧ୍ୟ ଜଗଦୀପ ଆହୁରି କିଛି କମ୍ପାନୀ ପ୍ରତିଷ୍ଠା କରିବା ସହିତ ସେଗୁଡିକର ସିଇଓ ରହିଛନ୍ତି । ଯାହା ମଧ୍ୟରେ ଅଛି lightera Networks, AirSoft ଭଳି କମ୍ପାନୀସେ ଷ୍ଟାନଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି ।

QuantumScape Corp କ’ଣ କରେ ?

ପ୍ରଥମତଃ ଏହି କମ୍ପାନିରେ ଭକ୍ସବେଗାନ ଓ ବିଲ ଗେଟ୍ସଙ୍କ ଭେଞ୍ଚ୍ୟୁର ଫଣ୍ଡ୍ ନିବେଶ କରିଛନ୍ତି । ବର୍ତ୍ତମାନର କମ୍ପାନୀର ଭ୍ୟାଲୁ ୫୦ ଶହ କୋଟି ଡଲାର ରହିଛି । କମ୍ପାନୀ ଭବିଷ୍ୟତର ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି । ଏହା ଏମିତି ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି ଯାହା ଦ୍ୱାରା ଇଲେକ୍ଟ୍ରିକ୍ ଭେହିକିଲସ ଶୀଘ୍ର ଲୋକଙ୍କ ମଧ୍ୟରେ ଆଦୃତ ହୋଇ ପାରିବ । କମ୍ପାନୀ ଇଭି ଗାଡି ନିର୍ମାତାଙ୍କୁ ଲିଥିୟମ-ଆୟନ ବ୍ୟାଟେରିର ସୁରକ୍ଷିତ ଓ ଶସ୍ତା ବିକଳ୍ପ ଦେବା ଉପରେ କାର୍ଯ୍ୟ କରୁଛି ।

ପ୍ୟାକେଜ୍ କେତେ ?

କମ୍ପାନୀ ଜଗଦୀପଙ୍କୁ ୨.୩ ଶହ କୋଟି ଡଲାର ବା ୧୭ ହଜାର ୫ଶହ କୋଟିର ପ୍ୟାକେଜ୍ ଦେଇଛି । ଏହି ପ୍ୟାକେଜରେ ଜଗଦୀପଙ୍କୁ ଷ୍ଟକ୍ ଅପସନ ମଧ୍ୟ ଦିଆଯାଇଛି । ଏଭଳି ପ୍ୟାକେଜ୍ ସାଧାରଣ ଦରମା ପ୍ୟାକେଜଠାରୁ ଅଲଗା ହୋଇଥାଏ ଓ ଏହା କମ୍ପାନୀର ପ୍ରଦର୍ଶନ ଓ ଶେୟାର ଆଦି ଉପରେ ନିର୍ଭର କରିଥାଏ ।

AirSoftamerica big big companiesamerica startup companycomputer science from stanford universityIndian CEOInfinerajagdeep singhjagdeep singh linkedin profilelightera NetworksMBA from california universityparag agrwalQuantumScape Corp CEO jagdeep singhsundar pichaivolkswagen and bill gates venture fundwho is jagdeep singhଆମେରିକାର ବଡ଼ ବଡ଼ କମ୍ପାନୀଆମେରିକାର ଷ୍ଟାର୍ଟଅପ୍ କମ୍ପାନୀକାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଏମବିଏଜଗଦୀପ ସିଂହ କିଏ ?ପରାଗ ଅଗ୍ରୱାଲଭକ୍ସବେଗାନ ଓ ବିଲ ଗେଟ୍ସଙ୍କ ଭେଞ୍ଚ୍ୟୁର ଫଣ୍ଡ୍ ନିବେଶଭାରତୀୟ ସିଇଓଲିଙ୍କଡ୍ ଇନ୍ ପ୍ରୋଫାଇଲଷ୍ଟାନଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସସୁନ୍ଦର ପିଚାଇ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami