ଶେଷ ହେଲା ଗର୍ଭଗୃହ କାର୍ଯ୍ୟ , ଲାଗିଲା ସୁନାର କବାଟ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ରାମ ମନ୍ଦିରର ଗର୍ଭ ଗୃହ କାର୍ଯ୍ୟ ଶେଷ ହୋଇଛି । ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋଗୁଡ଼ିକ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ସେୟାର କରାଯାଇଛି । ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ରାମ ମନ୍ଦିରର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଫଟୋରେ ଗର୍ଭ ଗୃହ କାର୍ଯ୍ୟ ଶେଷ ହୋଇଥିବା ଦେଖିବାକୁ ମିଳିଛି । ଶ୍ରମିକମାନେ ଗର୍ଭଗୃହରେ ସୁନାର କବାଟ ଲଗାଉଥିବା ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ରାମ ମନ୍ଦିରର ଭବ୍ୟତା ଏବଂ ସୌନ୍ଦର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି ।

୨୫ ଫୁଟ ଦୂରରୁ ଭକ୍ତ ଦେଖିବେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି

ରାମ ମନ୍ଦିର ଏପରି ଭାବରେ ନିର୍ମାଣ କରାଯାଇଛି ଯେ, ଏହାର କୋଠା ୧୦୦୦ ବର୍ଷ ପର୍ଯ୍ୟନ୍ତକୌଣସି କ୍ଷତି ହେବ ନାହିଁ । ରାମ ମନ୍ଦିରର ଗର୍ଭଗୃହ ମଧ୍ୟ ଏପରି କରାଯାଇଛି ଯେ, ଭକ୍ତମାନେ ମାତ୍ର ୨୫ ଫୁଟ ଦୂରରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିକୁ ଦେଖି ପାରିବେ । ଦେବତା ଏବଂ ଦେବୀମାନଙ୍କର ସୁନ୍ଦର ମୂର୍ତ୍ତି ମନ୍ଦିରର କାନ୍ଥରେ ଖୋଦିତ ହୋଇଛି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କର ଏହି ମନ୍ଦିର ତିନି ମହଲା ବିଶିଷ୍ଟ । ଯାହା ପାରମ୍ପାରିକ ନାଗର ଶୈଳୀରେ ନିର୍ମିତ ହୋଇଛି । ରାମଲାଲାଙ୍କ ମୂର୍ତ୍ତି ରାମ ମନ୍ଦିରର ମୁଖ୍ୟ ଗର୍ଭଗୃହରେ ସ୍ଥାପନ କରାଯିବ । ଯେଉଁଠାରେ ପ୍ରଥମ ମହଲାରେ ଶ୍ରୀ ରାମ ଦରବାର ରହିବ । ଶ୍ରୀ ରାମ ଜନ୍ମଭୂମିି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ରାମ ମନ୍ଦିରରେ ୫ ଟି ମଣ୍ଡପ ଅର୍ଥାତ୍ ହଲ ରହିବ । ଏଥିମଧ୍ୟରେ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ଏବଂ କୀର୍ତ୍ତନ ମଣ୍ଡପ ଅନ୍ତର୍ଭୁକ୍ତ ।

Ayodhya on Ram Temple Inaugurationayodhya ram templeThere was a golden door in the womb
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami