ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ !

କାବୁଲ ବିମାନ ବନ୍ଦର ଏବେ ତାଲିବାନ କବଜାରେ । ଏହା ସହିତ ପୂରା ଆଫଗାନିସ୍ତାନ (ପଂଜଶୀରକୁ ଛାଡି) ଏବେ ତାଲିବା ଅଧିକାରରେ । ଆମେରିକା ବିଶ୍ୱ ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢିଲା ସତ କିନ୍ତୁ ଶେଷରେ ତାକୁ ପରାଜୟ ମିଳିଛିତାଲିବାନ କହୁଛି ଏହି ଲମ୍ବା ଯୁଦ୍ଧରେ ସେମାନେ ବିଶ୍ୱ ମହାଶକ୍ତିକୁ ପରାସ୍ତ କରିଛନ୍ତି । କିନ୍ତୁ ବାସ୍ତବତା ଆଉ କିଛି । ବାସ୍ତବତା ହେଉଛି ଏହି ଯୁଦ୍ଧରେ ଆମେରିକା ହାରିଛି କିନ୍ତୁ ତାଲିବାନ ଜିତି ନାହିଁ । ଏହି ଯୁଦ୍ଧରେ ଡ୍ରାଗନର ବିଜୟ ହୋଇଛି୨୧ ବର୍ଷ ଧରି ଲଢା ଯାଇଥିବା ଏହି ଯୁଦ୍ଧ ଚୀନକୁ ଅଧିକ ଶକ୍ତିଶାଳୀ କରିଛି । ଆଉ ଏହି ଯୁଦ୍ଧର ଫଳାଫଳ ହେଉଛି ଚୀନ୍ ଏବେ ଆଫଗାନିସ୍ତାନ ଶକ୍ତି ସମୀକରଣରେ ମୁଖ୍ୟ ଖେଳାଳୀ ।

ଆତଙ୍କ ବିରୋଧରେ ମହଙ୍ଗା ଯୁଦ୍ଧ

ଆତଙ୍କ ବିରୋଧରେ ଯୁଦ୍ଧ ଆମେରିକାକୁ ମହଙ୍ଗା ପଡିଛି । ଆଫଗାନିସ୍ତାନରେ ଆମେରିକା ୨ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଥଇଲା । ସେହିଭଳି ଇରାକରେ ସଦ୍ଦାମଙ୍କୁ ତଡିବା ପାଇଁ ଆମେରିକା ପ୍ରାୟ ଦୁଇ ଟ୍ରିଲିୟନ ଡଲାର ବ୍ୟୟ କରିଥିଲା । ଆତଙ୍କ ବିରୋଧି ଯୁଦ୍ଧରେ ଏପର୍ଯ୍ୟନ୍ତ ଆମେରିକାର ୭ ହଜାର ସୈନିକ ଓ ୮ ହଜାର ଭଡାଟିଆ ସୈନିକ ପ୍ରାଣ ହରାଇଛନ୍ତି ।ଏହିଭଳି ଆମେରିକା ଗତ ୨୦ ବର୍ଷ ଭିତରେ ପାଖାପାଖି ୬ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି । ଯାହା ତା’ ଅର୍ଥନୀତି ଉପରେ ବୋଝ । ଏହି ଅର୍ଥକୁ ଆମେରିକା ଋଣ ଭାବେ ଯୋଗାଡ କରିଥିଲା

ଆଫଗାନିସ୍ତାନ ଓ ଇରାକରେ ଗତ ୨୦ ବର୍ଷର ଯୁଦ୍ଧରେ ଆମେରିକା ଫସି ରହିଥିଲା । ଆଉ ଏହି ସମୟରେ ଚୀନ ଦ୍ରୁତ ଗତିରେ ବିକାଶ କରୁଥିଲା । ଆଜି ଚୀନ୍ ଏତେ ଶକ୍ତିଶାଳୀ ହୋଇଗଲାଣି ଯେ, ଏହା ଦକ୍ଷୀଣ ଚୀନ ସାଗରରେ ଆମେରିକାର ପ୍ରଭାବକୁ ଚ୍ୟାଲେଂଜ୍ କରୁଛି । ଏହି ୨୦ ବର୍ଷ ଭିତରେ ଆମେରିକା ଯୁଦ୍ଧରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚୀନ୍ ନିଜ ନୌସେନାକୁ ଅଧିକ ଶକ୍ତିଶାଳୀ କରିଥିଲା । ଚୀନ ନୌସେନା ଏହା ଭିତରେ ଆମେରିକା ନୌସେନାଠାରୁ ମଧ୍ୟ ବଡ଼ ହୋଇ ସାରିଛି । ଏମିତିକି ଏହା ତାଇୱାନକୁ ଅଧିକାର କରିବାର ଧମକ ଦେଉଛି ।

ଚୀନର ମୁକାବିଲା କେମିତି କରିବେ ବାଇଡେନ୍ ?

ଆଫଗାନ୍ ଯୁଦ୍ଧରେ ଆମେରିକାର ପରାଜୟ କେବଳ ଜିଓ ପଲିଟିକ୍ସି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହା ମଧ୍ୟ ବାଣିଜ୍ୟ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ଚୀନ ନିଜ ଶିଳ୍ପ ପାଇଁ ଯେଉଁ କଂଚାମାଲ ଚାହୁଁଛି ତାହା ତାକୁ ଆଫଗାନିସ୍ତାନରେ ମିଳିବ । ଆଫଗାନିସ୍ତାନର ତମ୍ବା, ସୁନା ଖଣି ଓ ଅନ୍ୟାନ୍ୟ ଖଣିଜ ସମ୍ପତି ଏବେ ଚୀନ ପାଇଁ ଉପଲବ୍ଧ । କାରଣ ଏହି ଖଣିଜ ପଦାର୍ଥକୁ ଉତ୍ତୋଳନ କରିବାର ଟେକ୍ନୋଲୋଜି ତାଲିବାନ ପାଖରେ ନାହିଁ । ଆଫଗାନିସ୍ତାନରୁ ଚୀନ ଯେଉଁ ରୋଜଗାର କରିବ ତାହା ବେଜିଂକୁ ଅଧିକ ଶକ୍ତିଶାଳୀ କରିବ ।

ବାଇଡେନଙ୍କ ପାଇଁ ଚୀନ ଏକ ବଡ ଚ୍ୟାଲେଂଜ୍ ହେବ । କାରଣ ଚୀନ ତାଇୱାନକୁ ନେଇ ଅଧିକ ଆକ୍ରାମକ ହେଲେ ଯୁଦ୍ଧର ଆଶଙ୍କା ରହିଛି । ବାଇଡେନଙ୍କ ପକ୍ଷରେ ତାଇୱାନ ଓ ଚୀନର ପ୍ରଭାବକୁ କେନ୍ଦ୍ର ଏସିଆରେ କ୍ଷୁର୍ଣ୍ଣ କରିବା ହେବ ସବୁଠାରୁ ବଡ଼ ଚ୍ୟାଲେଂଜ ।

america fight againsta terrorismamerica financial lossamerica lost in afghan warAmerica withdrawalamerican iraq waramerican presidentchina capturing taiwanChina moral victorychina navyjoe bidenkabul airport captured by talibanpanjshir valleysaddam hussainsouth china seataliban captured afghanistan except panjshirଅର୍ଥନୀତି ଉପରେ ବୋଝଆତଙ୍କ ବିରୋଧରେ ଯୁଦ୍ଧଆଫଗାନିସ୍ତାନଆଫଗାନ୍ ଯୁଦ୍ଧରେ ଆମେରିକାର ପରାଜୟଆମେରିକା ହାରିଛିଇରାକରେ ସଦ୍ଦାମକାବୁଲ ବିମାନ ବନ୍ଦରଚୀନ୍ ନିଜ ନୌସେନାଡ୍ରାଗନର ବିଜୟତାଇୱାନକୁ ଅଧିକାରତାଲିବାନ କବଜାରେଦକ୍ଷୀଣ ଚୀନ ସାଗରପଂଜଶୀରବାଇଡେନଙ୍କ ପାଇଁ ଚୀନ ଏକ ବଡ ଚ୍ୟାଲେଂଜ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami