୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର

ତାଜମହଲର ୨୨ ରୁମ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚରେ ବିଜେପି ନେତା ଡାକ୍ତର ରଜନୀଶ ସିଂହ ଆବେଦନ କରିଛନ୍ତି । ହାଇକୋର୍ଟରେ ଏହି ଆବେଦନ ପରେ ଲୋକଙ୍କ ମଧ୍ୟରେ ତାଜମହଲର ସେହି ୨୨ ଗୁପ୍ତ ରୁମକୁ ନେଇ ଉତ୍କଣ୍ଠାଂ ବୃଦ୍ଧି ପାଇଛି । ଯଦି ହାଇକୋର୍ଟ୍ ୨୨ ରୁମ୍ ଖୋଲିବାକୁ ଅନୁମତି ଦିଅନ୍ତି ତେବେ କ’ଣ ହେବ ? କେଉଁ ରହସ୍ୟ ପଦାକୁ ଆସିବ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବେଳେ ଏଇଠି ଆମେ ଗୋଟିଏ କଥା ଆପଣଙ୍କୁ କହିବାକୁ ଚାହିଁବୁ । ଆଉ ତା’ ହେଉଛି ଯେ, ଆଗରୁ ଥରୁଟିଏ ତାଜମହଲର ୨୨ ଗୁପ୍ତ ରୁମକୁ ଖୋଲାଯାଇଥିଲାଆସନ୍ତୁ ଜାଣିବା କେବେ ଓ କାହିଁକି ତାଜମହଲର ଗୁପ୍ତ ଦ୍ୱାର ଖୋଲାଯାଇଥିଲା ?

୮୮ ବର୍ଷ ତଳେ ଖୋଲିଥିଲା ଗୁପ୍ତ କବାଟ

ଐତିହାସିକ ରାଜକିଶୋର ରାଜେଙ୍କ ଅନୁସାରେ ତାଜମହଲର ମୁଖ୍ୟ ସମାଧି ଓ ଚମେଲି ଚଟାଣ ତଳେ ୨୨ ଘର ରହିଛି । ତାଙ୍କ ଅନୁସାରେ ଏହି ରୁମ୍ ସବୁ ମୋଗଲ ଅମଳରୁ ବନ୍ଦ ଅଛି ୧୯୩୪ ମସିହାରେ ଏହି ରୁମଗୁଡିକର ନିରିକ୍ଷଣ ପାଇଁ ଖୋଲାଯାଇଥିଲା । ନିରିକ୍ଷଣ ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ତେବେ ଏବାବଦରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ

ଯମୁନା ନଦୀ ପଟକୁ ଥିବା ଚମେଲି ଚଟାଣର ବେସମେଣ୍ଟରେ ତଳକୁ ଯିବା ପାଇଁ ଦୁଇଟି ସ୍ଥାନରେ ସୀଢି ରହିଛି । ଏହା ଉପରେ ଲୁହା ଜାଲି ଲଗାଇ ବନ୍ଦ କରାଯାଇଛି । ୪୦ରୁ ୪୫ ବର୍ଷ ତଳ ପର୍ଯ୍ୟନ୍ତ ସୀଢି ଖୋଲାଥିଲାଅନ୍ୟପକ୍ଷରେ ୮୮ ବର୍ଷ ତଳେ ଏହି ୨୨ ରୁମକୁ ଶେଷଥର ପାଇଁ ଖୋଲାଯାଇଥିଲା ।

ଏହାପରେ ୨୦୧୫ରେ ମରାମତି କାର୍ଯ୍ୟ ପାଇଁ ଗୋପନୀୟ ଭାବେ ଏହାକୁ ଖୋଲାଯାଇଥିବାର ସୂଚନା ମିଳିଥିଲା । ଗତ ୮୮ ବର୍ଷ ମଧ୍ୟରେ ସାର୍ବଜନିକ ଭାବେ ଏହି ୨୨ ରୁମକୁ କେବେ ମଧ୍ୟ ଖୋଲା ଯାଇନାହିଁ

ପିଏନ୍ ଓକଙ୍କ ବହିକୁ ନେଇ ବିବାଦ

ତାଜମହଲ କିମ୍ବା ତେଜୋମହାଲୟର ବିବାଦ ଐତିହାସିକ ପିଏନ୍ ଓକଙ୍କ ପୁସ୍ତକ ‘ଟ୍ରୁ ଷ୍ଟୋରି ଅଫ୍ ତାଜ୍’ ପରଠାରୁ ଆରମ୍ଭ ହୋଇଥିଲା । ଐତିହାସିକ ରାଜକୁମାରଙ୍କ କହିବା ହେଉଛି ଯେ,ତାଜମହଲ ଶିବମନ୍ଦିର ଥିବା ନେଇ ପି ଏନ୍ ଓକଙ୍କ ଦାବି ପରଠାରୁ ଏହି ବିବାଦ ସୃଷ୍ଟି ହୋଇଥିଲା । ଓକ୍ ନିଜ ପୁସ୍ତକରେ ରାଜା ଜୟ ସିଂହଙ୍କ ଫର୍ମାନର ଉଲ୍ଲେଖ କରିବା ସହିତ ସ୍ଥାପତ୍ୟ କଳାର ଉଦାହରଣ ଦେଇଥିଲେ । ଏହା ସହିତ ତାଜମହଲରେ ଗଣେଷ, ପଦ୍ମଫୁଲ ଓ ସର୍ପ ଆକାରର ଆକୃତି ଥିବାର ମଧ୍ୟ ସେ ପ୍ରମାଣ ଦେଇଥିଲେ

ରାଜା ମାନ ସିଂହଙ୍କ ସହିତ ସଂପର୍କିତ ଅଭିଲେଖା

ଏହା ସହିତ ତାଜମହଲର ରାଜା ଜୟ ସିଂହଙ୍କ ସହିତ ସମ୍ପର୍କ ଥିବା ନେଇ ଏକ ଅଭିଲେଖା ଜୟପୁର ସ୍ଥିତ ସିଟି ପ୍ୟାଲେସ ସଂଗ୍ରାହଳୟରେ ରହିଛି । ଏହି ଅଭିଲେଖା ଅନୁସାରେ ରାଜା ଜୟସିଂହଙ୍କଠାରୁ ଗୋଟିଏ ହାବେଲି (ପ୍ରାସାଦ) ନେବା ବଦଳରେ ଶାହାଜାହାନ ୪ଟି ହାବେଲି ପ୍ରଦାନ କରିଥିଲେ । ଏହି ଫର୍ମାନ ୧୬ ଡିସେମ୍ବର ୧୬୩୩ରେ ଜାରି କରାଯାଇଥିଲା । ଏଥିରେ ରାଜା ଭଗବାନ ଦାସ ରାଜା ମାଧୋ ସିଂହ,ରୂପସୀ ବୈରାଗୀ, ଓ ଚାନ୍ଦ ସିଂହ ହାବେଲି ଦେଇଥିବା କଥା ଉଲ୍ଲେଖ ରହିଛି । ଏହା ସହିତ ଶାହାଜାହାନ ରାଜା ଜୟ ସିଂହଙ୍କଠାରୁ ଯେତିକି ମାର୍ବଲ ମଗାଇଥିଲେ ସେତିକିରେ ତାଜମହଲ ନିର୍ମାଣ ସମ୍ଭବ ନୁହେଁ ବୋଲି ଐତିହାସିକ କୁହନ୍ତି ।

22 closed doors in Taj MahalAllahabad High CourtArchaeological Survey of Indiabjp leaderBJP’s Ayodhya unitchand singhLord Shiva templepn oakraja jay singhraja madho singhRajneesh Singhtaj mahaltrue story of taj mahaluttar pradesh
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami