ଗୋଟିଏ ଫଟୋକୁ ନେଇ କାହିଁକି ପାକିସ୍ତାନୀ ନିଜ ପ୍ରଧାନମନ୍ତ୍ରୀଙ୍କ ପଛରେ ପଡ଼ିଛନ୍ତି ?

ଦୁବାଇ: ୟୁଏଇର ଅଧ୍ୟକ୍ଷତାରେ ଦୁବାଇରେ ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ, ସିଓପି ୨୮ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ନେତାମାନେ ଆସିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁବାଇ ଯାଇଛନ୍ତି । ତାଙ୍କ ପାକିସ୍ତାନୀ ସମକକ୍ଷ ତଥା ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ ମଧ୍ୟ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦୁବାଇ ଯାଇଛନ୍ତି । ତେବେ ବୈଠକ କାଳର ଗୋଟିଏ ଫଟୋକୁ ନେଇ ହକ୍ ନିଜ ଦେଶରେ ଟ୍ରୋଲ ହେବାରେ ଲାଗିଛନ୍ତି । କାରଣ ହେଉଛି ଯେ, କୋପ୍ ସମ୍ମିଳନୀରେ ଯୋଗ ଦେଇଥିବା ସବୁ ନେତାଙ୍କ ଗ୍ରୁପ ଫଟୋରେ ମୋଦି ସଭା ଆଗ ଧାଡ଼ିରେ ଛିଡା ହୋଇଥିବା ପାକିସ୍ତାନୀ ପ୍ରଧାନମନ୍ତ୍ରୀ କେଉଁଠି ଛିଡ଼ା ହୋଇଛନ୍ତି ତାହା ସହଜରେ ଜଣାପଡୁ ନାହିଁ । ଯାହାକୁ ନେଇ ପାକିସ୍ତାନୀ ନିଜ ନେତାଙ୍କୁ ପରିହାସ କରିଛନ୍ତି ।ପାକିସ୍ତାନର ଅନେକ ଲୋକ ଏହି ଫଟୋ ଟୁଇଟରରେ ସେୟାର କରିଛନ୍ତି ଏବଂ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଚାରୁଛନ୍ତି ଯେ ଆପଣ କେଉଁଠାରେ ଅଛନ୍ତି?

ଆମ ପ୍ରଧାନମନ୍ତ୍ରୀ କେଉଁଠାରେ ଅଛନ୍ତି ?

ପାକିସ୍ତାନର ରାଜନୈତିକ ବିଶ୍ଳେଷକ କାମାର ଚିମା ଶିଖର ସମ୍ମିଳନୀର ଗ୍ରୁପ ଫଟୋକୁ ସେୟାର କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଧାଡିରେ ଠିଆ ହୋଇଛନ୍ତି କିନ୍ତୁ ଦୟାକରି ମୋତେ ଏହି ଚିତ୍ରରେ ଆମ ପ୍ରଧାନମନ୍ତ୍ରୀ ଖୋଜିବାରେ ସାହାଯ୍ୟ କରନ୍ତୁ । ଅନେକ ଲୋକ ତାଙ୍କ ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ତାଙ୍କୁ ଖୋଜିଲେ ଚଷମା କାଚ ନମ୍ବର ବଢ଼ାଇବାକୁ ପଡ଼ିବ । ତେବେ ଚିମାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ଯାଇ ଆରଜୁ କାଜମି ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଯେ ସେ ଡାହାଣ ପାର୍ଶ୍ୱରେ ପଛରେ ଠିଆ ହୋଇଛନ୍ତି ।

ସମ୍ମିଳନୀର ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଛନ୍ତି

ସିଓପି ୨୮ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନ ଉପରେ ଗମ୍ଭୀରତା ଦେଖାଇବାକୁ ଆବେଦନ କରିଥିଲେ ଏବଂ କାର୍ବନ ନିର୍ଗମନକୁ ୪୫ ପ୍ରତିଶତ ହ୍ରାସ କରିବା ଆବଶ୍ୟକ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୩୦ ସୁଦ୍ଧା କାର୍ବନ ନିର୍ଗମନକୁ ହ୍ରାସ କରିବାରେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି, ଏଥିପାଇଁ ସମସ୍ତ ଦେଶ ପରସ୍ପରକୁ ସମର୍ଥନ କରିବା ଉଚିତ । ସେ କହିଛନ୍ତି ଯେ ଅଙ୍ଗାରକାମ୍ଳର ପରିସର ବହୁତ ସୀମିତ ଅଟେ । ଅଙ୍ଗାରକାମ୍ଳ ହ୍ରାସ କରିବାରେ ସାମାଜିକ ଦାୟିତ୍ୱବୋଧର ଅଭାବ ମଧ୍ୟ ଅଛି । ଆମକୁ ସାମଗ୍ରିକ ଭାବରେ ଏକ ନୂତନ ଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଜଳବାୟୁ ସମ୍ବନ୍ଧରେ ମିଳିତ ଜାତିସଂଘର ସିଓପି ୨୮ ହେଉଛି ୨୮ ତମ ବୈଠକ । ଏହି ବାର୍ଷିକ ବୈଠକରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ଭବିଷ୍ୟତରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହେଉଛି । ଏହି ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ନେତାଙ୍କ ବ୍ୟତୀତ ପରିବେଶ ତଥା ମାନବ ଅଧିକାର ଗୋଷ୍ଠୀ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ମଧ୍ୟ ଏଥିରେ ଭାଗ ନେଉଛନ୍ତି । ସମଗ୍ର ବିଶ୍ୱରେ ଜଳବାୟୁରେ ହୋଇଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

Cope ConferencePrime Minister of Pakistan Anwarul HaqueThe Prime Minister of Pakistan was trolled
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami