ବିମାନ ବିକ୍ରି କରି ଚର୍ଚ୍ଚାରେ ପପ୍ ସିଙ୍ଗର

ସେଣ୍ଟ ଲୁଇସ: ଭୟରେ ବିମାନ ବିକ୍ରି କରିଦେଲେ ଆମେରିକାର ପ୍ରସିଦ୍ଧ ପପ୍ ସିଙ୍ଗର ଟେଲର ସ୍ୱିଫ୍ଟ । ଟେଲରଙ୍କ ପ୍ରାଇଭେଟ ଜେଟ୍ ବ୍ୟବହାର ନେଇ ଜଣା ପଡ଼ିବା ପରେ ତାଙ୍କୁ ଅଡ଼ୁଆର ସମ୍ମୁଖୀନ ହେବାକୁ ପଡ଼ିଛି । ନିଜ ପାଖେ ଥିବା ଦୁଇଟି ପ୍ରାଇଭେଟ ଜେଟ୍ ବିମାନ ମଧ୍ୟରୁ ଗୋଟିଏକୁ ସେ ବିକ୍ରି କରିଛନ୍ତି । ଏହାକୁ ନେଇ ଏବେ ସେ ପୁଣି ଚର୍ଚ୍ଚାରେ ।

ଜେଟ୍ ବ୍ୟବହାର ଦ୍ୱାରା ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ

ଧନୀ ଏବଂ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ବିମାନକୁ ଟ୍ରାକିଂ କରିବାରେ ଖ୍ୟାତି ଅର୍ଜନ କରିଥିବା ୨୧ ବର୍ଷୀୟ ଜ୍ୟାକ୍ ସ୍ୱିନ, ଟେଲରଙ୍କର ପ୍ରାଇଭେଟ ଜେଟ ବ୍ୟବହାରକୁ ନେଇ ସବିଶେଷ ତଥ୍ୟ ପ୍ରଘଟ କରିଥିଲେ । ସେଣ୍ଟ ଲୁଇସ ସହରର ଗୋଟିଏ ପାଖରୁ ଆଉ ଏକ ପାଖ ପର୍ଯ୍ୟନ୍ତ ୧୩ ମିନିଟ ଧରି ଟେସର ନିଜ ପ୍ରାଇଭେଟ ଜେଟ୍‌ରେ ଉଡ଼ିବାର ତଥ୍ୟ ସାମ୍‌ନାକୁ ଆସିବା ପରେ ତାଙ୍କ ବିରୋଧରେ ସମାଲୋଚନା ଆରମ୍ଭ ହୋଇଥିଲା । କାର ଯୋଗେ ମାତ୍ର ୩୦ ମିନିଟରେ ଯିବା ଆସିବା ସମ୍ଭବ ହେଉଥିବା ବେଳେ ଏଥିପାଇଁ ଟେଲରଙ୍କ ଦ୍ୱାରା ୧୩ ମିନିଟ ଧରି ନିଜ ପ୍ରାଇଭେଟ ଜେଟ୍ ବିମାନ ବ୍ୟବହାର କରାଯିବାକୁ ଅନେକ ନାପସନ୍ଦ କରିଛନ୍ତି । ଏଭଳି ଜେଟ୍ ବ୍ୟବହାର ଦ୍ୱାରା ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ପରିବେଶବିତ୍ । ଲଗାତାର ଭାବେ ଟେଲର ଓ ତାଙ୍କର ଜେଟ୍ ବିମାନ ବ୍ୟବହାରକୁ ନେଇ ଜ୍ୟାକ୍ ସ୍ୱିନୀ ଟ୍ରାକିଂ କରୁଥିବାରୁ ନିଜର ସୁରକ୍ଷା ପ୍ରତି ବିପଦ ଥିବା ମନେକରି ଟେଲର ନିଜର ଏକ ପ୍ରାଇଭେଟ ଜେଟକୁ ବିକ୍ରି କରିଦେଇଛନ୍ତି ।

American famous pop singer Taylor Swiftpop singersold the plane out of fear
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami