ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି

ଖୁବ୍ ଶୀଘ୍ର ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ

ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେଣେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ପାଇଁ ଔପଚାରିକ ଘୋଷଣା କରି ସାରିଲେଣି । ଜନସଂଖ୍ୟା ବୃଦ୍ଧିକୁ ସାମାଜିକ ସଂକଟ ଭାବେ ଅଭିହିତ କରିଛନ୍ତି ଶର୍ମା । ଏହା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୂଆକରି ପୁଣିଥରେ ବିତର୍କ ଆରମ୍ଭ ହୋଇଗଲାଣି । ଦେଶର ଅନେକ ରାଜ୍ୟରେ ଜନସଂଖ୍ୟା ନିଯନ୍ତ୍ରଣ ପାଇଁ ଆଇନ ପ୍ରଣୟନ ହୋଇଛି । ଏହି ଆଇନ ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିବା ଅଭିଭାବକଙ୍କୁ କିଛି ସରକାରୀ ସୁବିଧା ସହିତ ପଂଚାୟତରୁ ନଗର ପାଳିକା ନିର୍ବାଚନ ଲଢିବାରୁ ବଂଚିତ କରାଯାଇଛି । ତେବେ ଗତବର୍ଷ ସୁପ୍ରିମକୋର୍ଟରେ ମୋଦି ସରକାର ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ଦେଶର ନାଗରିକଙ୍କ ଉପରେ ବଳପୂର୍ବକ ପରିବାର ନିୟନ୍ତ୍ରଣ ଆଇ ଲଦି ଦିଆଯିବନି ବୋଲି କହିଥିଲେ । ତେବେ ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଭାରତରେ ଜନସଂଖ୍ୟା ବୃଦ୍ଧି ସାମାଜିକ ସଂକଟ ନା ରାଜନୈତିକ ?

କ’ଣ କହୁଛି ତଥ୍ୟ ?

ଅନେକ ଦିନ ଧରି ଭାରତରେ ଚୀନ୍ ଢାଞ୍ଚାରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବାକୁ ଦାବି ହୋଇ ଆସୁଛି । କିନ୍ତୁ ଗତ କେଇ ବର୍ଷ ଭିତରେ ଚୀନ ନିଜ ଜନସଂଖ୍ୟା ନୀତିରେ ପରିବର୍ତ୍ତନ ଆଣିଛି । ୨୦୧୬ରେ ଚୀନ୍ ୱାନ୍ ଚାଇଲ୍ଡ ପଲିସିରେ ପରିବର୍ତ୍ତନ ଆଣି ଦୁଇଟି ସନ୍ତାନ ପାଇଁ ଅନୁମତି ଦେଇଥିଲା । ଏବେ ଯାହାକୁ ଚୀନ୍ ଥାର୍ଡ୍ ଚାଇଲ୍ଡ୍ ପଲିସିରେ ପରିବର୍ତ୍ତନ କରିଛି । ଜନସଂଖ୍ୟା ମାମଲାରେ ଭାରତ ଚୀନ୍ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ୧୩୫ କୋଟିର ଜନସଂଖ୍ୟାକୁ ଦେଖି ଭାରତରେ ବାଧ୍ୟତାମୁଳକ ପରିବାର ନିୟୋଜନ ଉପେର ଗୁରୁତ୍ୱ ଦିଆଯାଉଛି । ଗତ କେଇ ବର୍ଷ ମଧ୍ୟରେ ଭାରତରେ ସାକ୍ଷରତା ହାର ବଢିବା ସହିତ ପ୍ରଜନନ ହାର ମଧ୍ୟ କମିଛି । ୨୦୦୦ରେ ଭାରତରେ ପ୍ରଜନନ ହାର ୩.୨ ପ୍ରତିଶତ ଥିଲା, ଯାହା ୨୦୧୬ରେ ୨.୪ ପ୍ରତିଶତ ହୋଇଛି । ଶିକ୍ଷାର ପ୍ରସାର ସହିତ ଭାରତୀୟଙ୍କ ମଧ୍ୟରେ ଫ୍ୟାମିଲି ପ୍ଲାନିଂକୁ ନେଇ ସଚେତନତା ବଢୁଛି । ୧୯୯୦ରେ ଭାରତରେ ଜନସଂଖ୍ୟା ବୃଦ୍ଧି ହାର ୨.୦୭ ଥିଲା, । ୨୦୧୯ରେ ଏହା ହ୍ରାସ ପାଇ ୧.୦ ପ୍ରତିଶତକୁ

ଜନସଂଖ୍ୟା ବିସ୍ଫୋରଣ ଉପରେ ଅଧ୍ୟୟନ

ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ଅନୁସାରେ ଏକବିଂଶ ଶତାବ୍ଦୀର ଅନ୍ତ ବେଳକୁ ଭାରତ ଜନସଂଖ୍ୟା ୧୦୯ କୋଟି ହେବ । ଏହି ସଂଖ୍ୟାରେ ପହଂଚିବାକୁ ଲାନସେଟ୍ ୧୫ ବର୍ଷରୁ ୪୯ ବର୍ଷୀୟ ଭାରତୀୟ ମହିଳାଙ୍କ ପ୍ରଜନନ ହାର ସହିତ ସାକ୍ଷରତା, ପରିବାର ନିୟୋଜନ ଆଦି ମାନକକୁ ସାମିଲ କରିଥିଲା । ଯାହା ଆଧାରରେ ଲାନସେଟ୍ ଦାବି କରିଥିଲା ଯେ, ଭାରତରେ ଜନସଂଖ୍ୟା ବୃଦ୍ଧି ବଡ ସମସ୍ୟା ନୁହେଁ । ତେବେ ଲାନସେଟ୍ ଏହା ମଧ୍ୟ କହିଛି ଯେ, ୨୦୪୮ ବେଳକୁ ଭାରତର ଜନସଂଖ୍ୟା ୧୬୦ କୋଟି ହେବ । କିନ୍ତୁ ଏହାପରେ ଭାରତର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବ ।

ଆଇନକୁ ନେଇ ଉଠୁଛି ରାଜନୈତିକ ଦାବି

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ରାଜନୈତିକ ଦଳ କଠୋର ଆଇନ ଦାବି କରୁଛନ୍ତି । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ଦାବି ଅଧିକ ଜୋର ଧରିଛି । ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲାରୁ ଭାଷଣ ଦେଇ ନରେନ୍ଦ୍ର ମୋଦି କହିଥିଲେ ଯେ, ଭାରତରେ ଜନସଂଖ୍ୟା ବିସ୍ଫୋରଣ ହେବାକୁ ଯାଉଛି । ଯାହା ଆଗାମୀ ପୀଢି ପାଇଁ ଅନେକ ସଂକଟର କାରଣ ହେବ । ବିଜେପି ଜନସଂଖ୍ୟା ନିୟନ୍ତ୍ରଣ ନୀତି ପାଇଁ ଦାବି କରୁଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ ନିକଟରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି ପାଇଁ ପରାମର୍ଶ ଦେଇଥିଲେ । ବିଜେପିର ଅନେକ ନେତା ମଧ୍ୟ ମଝିରେ ମଝିରେ କଠୋର ଆଇନ ପ୍ରଣୟନ ପାଇଁ ଦାବି କରନ୍ତି ।

ଅନ୍ୟପକ୍ଷରେ ଆସାମରେ ନିକଟରେ ଲାଗୁ ହେବାକୁ ଥିବା ଆଇନକୁ ଯଦି ଦେଖିବା ତେବେ ଜଣା ପଡିବ ଯେ, ଏହି ଆଇନ ଆସାମର ଚା’ବଗିଚାରେ କାମ କରୁଥିବା ଅନୁସୂଚିତ ଓ ଆଦିବାସୀଙ୍କ ପାଇଁ ଏହି ଆଇନ ଲାଗୁ ହେବ ନାହିଁ । ଭାରତରେ ଧର୍ମ ଓ ଜାତି ରାଜନୀତି ଚରମରେ ଅଛି । ଯଦି କୌଣସି ଆଇନ ତିଆରି ହେଉଛି ତେବେ ଏହା ସମ୍ବିଧାନର ପରିଧି ଭିତରେ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଉଚିତ । କିନ୍ତୁ ସରକାର ନିଜ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ କିଛି ବିଶେଷ ବର୍ଗକୁ ଏଥିରୁ ରିହାତି ଦେଇଥାନ୍ତି । ମିଜୋରାମର ଜଣେ ମନ୍ତ୍ରୀ ନିଜ ବିଧାନସଭା କ୍ଷେତ୍ରରେ ସର୍ବାଧିକ ସନ୍ତାନ ବିଶିଷ୍ଟ ପରିବାରକୁ ଏକ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ମିଜୋରାମରେ ଜନସଂଖ୍ୟା ଘନତ୍ୱ ବହୁତ କମ । ଏମିତିରେ ମନ୍ତ୍ରୀଙ୍କ ଏଭଳି କହିବା କିଛି ଭୁଲ ନୁହେଁ । ଏଭଳି ପରିସ୍ଥିତିରେ ଏହା କହିବା ସମ୍ଭବତଃ ଭୁଲ ହେବ ନାହିଁ ଯେ, ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ପୂର୍ଣ୍ଣ ଭାବେ ରାଜନୈତିକ

କାହାର ଜନସଂଖ୍ୟା ବୃଦ୍ଧି ହାର ଅଧିକ

ଦେଶରେ ଏହା ସାଧାରଣ ଧାରଣା ଯେ, ମୁସଲିମ୍ ଅଧିକ ସନ୍ତାନ ଜନ୍ମ କରନ୍ତି । ଭାରତର କୌଣସି ଗରିବ ଓ ଅଶିକ୍ଷିତ ପରିବାରରେ ପିଲାଙ୍କ ସଂଖ୍ୟା ସହରରେ ରହୁଥିବା ଶିକ୍ଷିତ ପରିବାର ତୁଳନାରେ ଅଧିକ । ଗାଁରେ ଗୋଟିଏ ପରିବାରରେ ଦୁଇରୁ ଅଧିକ ପିଲା ସାଧାରଣ କଥା । ତଥ୍ୟ ଅନୁସାରେ ୨୦୦୧ରେ ହିନ୍ଦୁ ଜନସଂଖ୍ୟା ବୃଦ୍ଧି ହାର ୧୯.୯୨ ପ୍ରତିଶତ ଥିଲା । ଯାହା ୨୦୧୧ରେ ହ୍ରାସ ପାଇ ୧୬.୬୭ ପ୍ରତିଶତ ହୋଇଥିଲା । ସେହିଭଳି ମୁସଲିମଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାର ୨୦୦୧ରେ ୨୯.୦୫ ପ୍ରତିଶତ ଥିଲା । ଯାହା ୨୦୧୧ରେ ୨୪.୦୬ ପ୍ରତିଶତ ହୋଇଥିଲା । ମୁସଲିମଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାର ହିନ୍ଦୁଙ୍କ ତୁଳନାରେ ୮ ପ୍ରତିଶତ ଅଧିକ । ଅନ୍ୟପକ୍ଷରେ ହିସାବ ଅନୁସାରେ ସଂଖ୍ୟା ଦୃଷ୍ଟିରୁ ମୁସଲିମଙ୍କ ଜନସଂଖ୍ୟା ବୃଦ୍ଧିହାର ଅଧିକ କମିଛି । କିନ୍ତୁ ମାହୋଲ ଏମିତି ତିଆରି କରାଯାଇଛି ଯେ, ଲାଗୁଛି ମୁସଲିମଙ୍କ ଜନସଂଖ୍ୟ ତିବ୍ର ଗତିରେ ବୃଦ୍ଧି ପାଉଛି ।

assam chief ministerBJP population control lawBJPs vote bank politicschina one child policychinas three-child policyhimanta biswa sharmaModi governmentmohan bhagwatmuslim population in Indiapoliticspopulation control billpopulation control bill 2019population control lawpopulation control law in Indiapopulation growth in Indiarakesh sinhaRSS chiefsocial crisisthe lancetUP child policyuttar pradeshYogi aditynathଆରଏସଏସ ମୁଖ୍ୟ ମୋହନ ଭାଗବତଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଉତ୍ତର ପ୍ରଦେଶର ଯୋଗୀ ସରକାରଚୀନ୍ ଥାର୍ଡ୍ ଚାଇଲ୍ଡ୍ ପଲିସିଚୀନ୍ ୱାନ୍ ଚାଇଲ୍ଡ ପଲିସିଜନସଂଖ୍ୟ ନିୟନ୍ତ୍ରଣ ଆଇନଧର୍ମ ଓ ଜାତି ରାଜନୀତିବିଜେପି ଜନସଂଖ୍ୟା ନିୟନ୍ତ୍ରଣଭାରତରେ ଜନସଂଖ୍ୟା ବିସ୍ଫୋରଣଭାରତରେ ଜନସଂଖ୍ୟା ବୃଦ୍ଧିଭୋଟ୍ ବ୍ୟାଙ୍କମୁସଲିମଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାରମେଡିକାଲ ଜର୍ଣ୍ଣାଲ ଲାନସେଟ୍ରାଜନୈତିକ ଦଳ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami