କ’ଣ ପାଇଁ ଇଣ୍ଡିଆନ ମିଲିଟାରି ଆକାଡେମି ଆସିଥିଲା ତାଲିବାନ ନେତା ଶେରୁ, କାହିଁକି ଗଙ୍ଗରେ ପକାଇଥିଲା ବୁଡ଼ ?

ତାଲିବାନ ଦୁଇ ଦଶକର କ୍ଷମତା ବନବାସ ପରେ ପୁଣିଥରେ ଆଫଗାନିସ୍ତାନରେ ସରକାର ଗଠନ କରିଛି । ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ବେଦଖଲ କରି ତାଲିବାନ ଶାସନକୁ ଆସିବା ପଛରେ ରହିଛି ଏହାର କିଛି ଜେନରାଲଙ୍କ ମହତ୍ୱପୂର୍ଣ୍ଣ ଭୂମିକା । ସେହିଭଳି ଜଣେ ତାଲିବାନୀ ନେତା ହେଉଛନ୍ତି ଶେର ମହମ୍ମଦ । ଏହି ଶେର ମହମ୍ମଦଙ୍କ ଭାରତ ଲିଙ୍କ୍ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ । ଯେଉଁ ତାଲିବାନକୁ ନେଇ ଏବେ ଭାରତରେ ଏତେ ଆଶଙ୍କା ସୃଷ୍ଟି ହେଉଛି, ସେହି ତାଲିବାନର ଜଣେ ଛାମୁଆଁ ନେତା ଶେର ମହମ୍ମଦ ଓରଫ ଶେରୁ ଭାରତୀୟ ମିଲିଟାରି ଏକାଡେମିରେ ତାଲିମ ନେଇଥିଲେ । ଏମିତିକି ସେ ନିଜ ସାଙ୍ଗ ମାନଙ୍କ ସହିତ ଯାଇ ଗଙ୍ଗା ନଦୀରେ ବୁଡ ପକାଇଥିଲେ ଆସନ୍ତୁ ଜାଣିବା କିଏ ସେହି ଶେରୁ ଓ କେମିତି ସେ ତାଲିବାନର ଜଣେ ବଡ଼ ନେତା ପାଲିଟିଲେ ।

IMAରେ ନେଇଥିଲେ ଦେଢ ବର୍ଷର ଟ୍ରେନିଂ

ଶେର ମହମ୍ମଦ ଆବ୍ବାସ ତାନିକଜାଇ ତାଲିବାନର ସେଇ ୭ ନେତାଙ୍କ ମଧ୍ୟରୁ ଜଣେ ଯିଏ ସବୁଠାରୁ ଶକ୍ତିଶାଳୀ । ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ ଶେର ମହମ୍ମଦ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରି ଆକାଡଡେମିରେ ଦେଢ ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ନେଇଥଇଲେ । ସେଠାରେ ପଢୁଥିବା ବେଳେ ତାଙ୍କୁ ତାଙ୍କ ସାଥି କ୍ୟାଡେଟ୍ ଶେରୁ ନାମରେ ଡାକୁଥିଲେ୨୦ ବର୍ଷ ବୟସରେ ଶେର ମହମ୍ମଦ ଏକାଡେମିରେ ସାମିଲ ହୋଇଥିଲେ । ସେତେବେଳେ ତାଙ୍କ ସହିତ ଏକାଡେମିରେ ଥିବା ତାଙ୍କ ସାଙ୍ଗ ମାନଙ୍କ ଅନୁସାରେ ଶେରୁ ଧର୍ମାନ୍ଧ ନଥିଲେ । ପରେ କିଭଳି ସେ ତାଲିବାନ ଭଳି ଧର୍ମାନ୍ଧ ସଂଗଠନରେ ସାମିଲ ହେଲେ ତାକୁ ନେଇ ଏବେ ମଧ୍ୟ ସେମାନଙ୍କ ସାଥୀ ଚକିତ ହୁଅନ୍ତି । ଦେଢ ବର୍ଷର ଟ୍ରେନିଂ ପରେ ସେ ଲେଫ୍ଟେନାଣ୍ଟ ଜେନରାଲ ଭାବେ ଆଫଗାନ ସେନାରେ ସାମିଲ ହୋଇଥିଲେ ।

୧୯୮୨ର ଆସିଥିଲେ ଡେରାଡୁନ୍

ଶେର ମହମ୍ମଦ ୧୯୮୨ ମସିହାରେ ଡେରାଡୁନ୍ ଆସିଥିଲେ । ରିପୋର୍ଟ ଅନୁସାରେ ୧୯୮୨ ଶେରୁ ଭାରତ ଟ୍ରେନିଂ ପାଇଁ ଆସିବା ବେଳ ପ୍ରଥମକରି ଆଫଗାନିସ୍ତାନରୁ କ୍ୟାଡେଟ୍ ଟ୍ରେନିଂ ଲାଗି ଆସୁଥିଲେ । ଜଣେ ଅବସରପ୍ରାପ୍ତ ମେଜର ଜେନରାଲଙ୍କ ଅନୁସାରେ ସେତେବେଳେ ଶେରୁଙ୍କୁ ସମସ୍ତେ ଭଲ ପାଉଥିଲେ । ସେ ବାକି କ୍ୟାଡେଟଙ୍କଠାରୁ ଟିକିଏ ବଡ ଥିଲେ । ସେତେବେଳେ ମଧ୍ୟ ସେ ନିଶ ରଖୁଥିଲେ । ସେ ସମୟରେ ତାଙ୍କ ବିଚାରରେ ଧର୍ମାନ୍ଧତା ବିଲକୁଲ ବି ନଥିଲା । ତାଙ୍କର ଜଣେ ସାଥିଙ୍କ ଅନୁସାରେ ସପ୍ତାହନ୍ତରେ ସେମାନେ ସମସ୍ତେ ମିଶିକରି ହାଇକିଂ ଓ ନଦୀ କୂଳରେ ସର୍ଟ ଟ୍ରିପରେ ଯାଉଥିଲେ ।

ଋଶିକେଶ ଯାଇଥିଲେ ସାଥିଙ୍କ ସହିତ

ଅବସରପ୍ରାପ୍ତ କର୍ଣ୍ଣଲ କେସର ସିଂହ ଶେଖାୱତଙ୍କ ଅନୁସାରେ ତାଙ୍କ ପାଖରେ ଗୋଟିଏ ଫଟୋଗ୍ରାଫ ଅଛି ଯାହାକ ସେମାନେ ସମସ୍ତେ ଏକାଠି ଋଶିକେଶ ଯାଇଥିବା ବେଳେ ଉଠା ଯାଇଥିଲା । ଶେଖାୱତଙ୍କ ଅନୁସାରେ ଶେରୁ ସେମାନଙ୍କ ସହିତ ଋଶିକେଶରେ ଗଙ୍ଗା ନଦୀରେ ବୁଡ ମଧ୍ୟ ପକାଇଥିଲେ ।

ସୋଭିଏତ ସଂଘ ବିରୋଧରେ ଯୁଦ୍ଧ

ସୋଭିଏତ ସଂଘ ଆଫଗାନିସ୍ତାନ ଅଧିକାର କରିବା ପରେ ଶେରୁ ଆଫଗାନିସ୍ତାନୀ ସେନାଛାଡି ବିଦ୍ରୋହୀ ମୁଜାହିଦ୍ଦିନଙ୍କ ସହିତ ଯୋଗ ଦେଇଥଇଲେ । ସୋଭିଏତ ସଂଘର ପ୍ରତ୍ୟାବର୍ତ୍ତନ ସହିତ ଆଫଗାନିସ୍ତାନରେ ମୁଜାହିଦ୍ଦିନଙ୍କ ସରକାର ଗଠନ ହୋଇଥିଲା । କିନ୍ତୁ ଏହି ସରକାର ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ବିଶ୍ୱାସ ହରାଇଥିଲା ଏହାପରେ ଶେରୁ ତାଲିବାନରେ ଯୋଗ ଦେଇଥିଲେ । ତାଲିବାନର ପ୍ରଥମ ପାଳି ସରକାରରେ ସେ ଡେପୁଟି ବୈଦେଶିକ ମନ୍ତ୍ରୀ ରହିଥିଲେ । ସେତେବେଳର ଆମେରିକା ରାଷ୍ଟ୍ରପତି ୱିଲ୍ କ୍ଲିଣ୍ଟନଙ୍କ ସହିତ ଆଲୋଚନା ପାଇଁ ୱାଂସିଟନ ଯାଇଥିବା ପ୍ରତିନିଧି ମଣ୍ଡଳରେ ଶେରୁ ସାମିଲ ଥିଲେ । ୨୦୧୫ରେ ତାଲିବାନ ଆମେରିକା ସହିତ ଆଲୋଚନା ପାଇଁ ଦୋହାରେ ଅଫିସ ଖୋଲିଥିଲା । ଏହି ଅଫିସର ମୁଖ୍ୟ ରାଜନୈତିକ ଅଧିକାରୀ ଭାବେ ଶେର ମହମ୍ମଦଙ୍କୁ ତାଲିବାନ ନିଯୁକ୍ତ କରିଥିଲା ।

afghan armyafghanistanBhagat Battalion's Keren CompanyColonel Keser Singh ShekhawatDeputy Foreign MinisterGangaGangesIMAIndian Military AcademyLieutenant GeneralRebel Mujahideenreligiously inclinedrishikeshSher Mohammad Abbas StanikzaiSherusoviet uniontalibani leadertimes of IndiaUttarakhand's Dehradunଆଫଗାନ ସେନାଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରି ଆକାଡଡେମିରେଋଶିକେଶକର୍ଣ୍ଣଲ କେସର ସିଂହ ଶେଖାୱତଗଙ୍ଗା ନଦୀଡେପୁଟି ବୈଦେଶିକ ମନ୍ତ୍ରୀତାଲିବାନ ଶାସନତାଲିବାନୀ ନେତାଧର୍ମାନ୍ଧବିଦ୍ରୋହୀ ମୁଜାହିଦ୍ଦିନଭାରତୀୟ ମିଲିଟାରି ଏକାଡେମିଲେଫ୍ଟେନାଣ୍ଟ ଜେନରାଲଶେର ମହମ୍ମଦସୋଭିଏତ ସଂଘ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami