ୟୁକ୍ରେନରେ ଟି-୭୨,ଟି-୯୦ ଟ୍ୟାଙ୍କର ସମାଧି,ଚିନ୍ତାରେ ଭାରତ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଲାଗୁଛି ୨୦୨୩ରେ ସରିବ ନାହିଁ । କିନ୍ତୁ ଲମ୍ବା ଚାଲିଥିବା ଏହି ଯୁଦ୍ଧ ଗୋଟିଏ ଯକ୍ଷ ପ୍ରଶ୍ନ ଭାରତ ଭଳି ଦେଶଙ୍କ ଆଗରେ ଛିଡା କରାଇଛି ଭାରତ ଭଳି ଦେଶ ଯେଉଁମାନେ ଋଷୀୟ ସାମରିକ ସାରଞ୍ଜମ ଉପରେ ନିର୍ଭରଶୀଳ ସେମାନଙ୍କ ପାଇଁ ୟୁକ୍ରେନ ଯୁଦ୍ଧ ଆଖି ଖୋଲିଲା ଭଳି ୟୁକ୍ରେନରେ ଟି-୭୨ ଓ ଟି-୯୨ ଭଳି ଟ୍ୟାଙ୍କ ସବୁ ବିଫଳ ହୋଇଛନ୍ତି ପାଶ୍ଚାତ୍ୟ ଦେଶର ଆଣ୍ଟି ଟ୍ୟାଙ୍କ ମିଶାଇଲ ଆଗରେ ଏହି ଋଷୀୟ ଟ୍ୟାଙ୍କ ସବୁ ଫେଲ ହୋଇଛନ୍ତିମଧ୍ୟଯୁଗରେ ହାତୀ ଯୁଦ୍ଧରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । କିନ୍ତୁ ବାରୁଦର ଆବିଷ୍କାର ପରେ ହାତୀ ଯୁଦ୍ଧକ୍ଷେତ୍ରରୁ ଗାଏବ ହୋଇଗଲା । ସେହିଭଳି ଆଗକୁ ଯୁଦ୍ଧରୁ ଟ୍ୟାଙ୍କ ମଧ୍ୟ ଗାଏବ ହୋଇଯିବ କି ? କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଟ୍ୟାଙ୍କ ସବୁ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି । କିନ୍ତୁ ଋଷ ଓ ୟୁକ୍ରେନ ଯୁଦ୍ଧ ପୁରା ଚିତ୍ରପଟ ବଦଳାଇ ଦେଇଛି ଆମେରିକାର ଜ୍ୟାଭଲିନ୍,ସ୍ୱିଡେନ ଓ ବ୍ରିଟେନର ଏନଏଲଡବ୍ଲୁ ଆଣ୍ଟି ଟ୍ୟାଙ୍କ ମିଶାଇଲ ତଥା ଡ୍ରୋନ୍ ଆକ୍ରମଣରେ ଋଷର ପ୍ରାୟ ୧୪ଶହ ଟ୍ୟାଙ୍କ ନଷ୍ଟ ହୋଇଛନ୍ତି ।

ୟୁକ୍ରେନ ଯୁଦ୍ଧର କାହିଁକି ଫେଲ୍ ହେଲେ ଋଷ୍ ଟ୍ୟାଙ୍କ ?

୧୯୬୭ ମସିହାର ଇସ୍ରାଏଲ-ଆରବ ଯୁଦ୍ଧ ପରେ ୟୁକ୍ରେନ ଯୁଦ୍ଧରେ ସର୍ବାଧିକ ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛନ୍ତି ଋଷ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ଥିବା ବେଳେ କେମିତି ଏମିତି ହେଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ବୈଶୟକି କିମ୍ବା ରଣନୈତିକ କାରଣରୁ ଟ୍ୟାଙ୍କ ନଷ୍ଟ ହେଲେ ତାକୁ ନେଇ ଆଲୋଚନା ଚାଲିଛି । ଏହା ଭିତରେ ଟ୍ୟାଙ୍କ ଦାମି ବୋଝ ବୋଲି କିଛି କହିବାକୁ ଆରମ୍ଭ କଲେଣି । ଏମିତିରେ ଭାରତ ଭଳି ଦେଶ ଯାହା ପାଖରେ ଋଷ ନିର୍ମିତ ଟ୍ୟାଙ୍କ ଅଛି ସେମାନେ ମଧ୍ୟ ଭାବିବାକୁ ଆରମ୍ଭ କଲେଣି ଯେ, ଭବିଷ୍ୟତ ଯୁଦ୍ଦ ପାଇଁ ନିଜକୁ କେମିତି ପ୍ରସ୍ତୁତ କରାଯିବ ।

ଋଷ ଟ୍ୟାଙ୍କ ଫେଲ୍ ହେବାକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞ ଭିନ୍ନ ମତ ରଖନ୍ତିସାମରିକ ବିଶେଷଜ୍ଞ ରମ୍ ଲିଙ୍କ ଅନୁସାରେ ଏହି ବିଫଳତା ପାଇଁ ଟ୍ୟାଙ୍କ ଦାୟୀ ନୁହନ୍ତି ଏହା ମାନବୀୟ ଭୁଲ । କେଉଁଠି କେମିତି ଟ୍ୟାଙ୍କ ମୁତୟନ କରାଯିବ ତା’ର ପ୍ଲାନିଂରେ ଭୁଲକୁ ସେ ଦାୟୀ କରିଛନ୍ତି । ଏହା ସହିତ ଇନଫାଣ୍ଟ୍ରିର ସହଯୋଗ ଅଭାବକୁ ମଧ୍ୟ ସେ ଦାୟୀ କରିଛନ୍ତି ।

ଡ୍ରୋନ୍ ହେଉଛି ଟ୍ୟାଙ୍କର ବଡ଼ ଶତ୍ରୁ

ରବ ଲି’ଙ୍କ ଅନୁସାରେ ଋଷ ଟ୍ୟାଙ୍କ ନଷ୍ଟ କରୁଥିବା ୟୁକ୍ରେନ୍ କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କଠାରୁ ଟ୍ୟାଙ୍କ ଦାବି କରୁଛି । କାରଣ ୟୁକ୍ରେନ ଜାଣିଛି ଯେ, ଏହି ଟ୍ୟାଙ୍କକୁ ହିମାରସ ଭଳି ରକେଟ୍ ଲଂଚର ସହାୟତା ମିଳିଥାଏ । ଅନ୍ୟ ବିଶେଷଜ୍ଞଙ୍କ କହିବା ହେଉଛି ୟୁକ୍ରେନ ଯୁଦ୍ଧ ପୁରା ପରିଦୃଷ୍ୟ ବଦଳାଇ ଦେଇଛି । ଏଥର ଯୁଦ୍ଧ ଭାରି ଅସ୍ତ୍ର ଅପେକ୍ଷା ସ୍ମାର୍ଟ୍ ଅସ୍ତ୍ର ଦ୍ୱାରା ଲଢାଯିବଟ୍ୟାଙ୍କ ସହିତ ଯୁଦ୍ଧ ପୋତ ଓ ଫାଇଟର ପ୍ଲେନ୍ ମଧ୍ୟ ପୁରୁଣାକାଳିଆ ହୋଇ ଗଲେଣି । ତେବେ ଏହାର କୌଣସି ସିଧା ଓ ସରଳ ଉତ୍ତର ନାହିଁ ।

ଋଷ ସେନା କିଛି ଭୁଲ ନିଶ୍ଚୟ କରିଛନ୍ତି । ଏହା ମଧ୍ୟ ସତ ଯେ, ଋଷୀୟ ଟ୍ୟାଙ୍କ କାଦୁଅରେ ଫସି ଯାଇଥିଲେ । ତେଣୁ ସେମାନେ ସହଜ ଶିକାର ହୋଇଥିଲେ । ୧୪ଶହ ଟ୍ୟାଙ୍କ ମଧ୍ୟରୁ ଅନେକକୁ ତ ତେଲ ସରିବା କାରଣରୁ ସୈନିକ ଛାଡି ଯାଇଥିଲେ । ଏହା ସହିତ ଋଷୀୟ ଟ୍ୟାଙ୍କର ଡିଜାଇନ୍ ଏମିତି ଯେ, ତାକୁ ସହଜରେ ଆମେରିକା ମିଶାଇଲ ଟାର୍ଗେଟ୍ କରିପାରିବେ । ବିଶେଷଜ୍ଞଙ୍କ କହିବା ହେଉଛି ଆଧୁନିକ ଯୁଦ୍ଧରେ ଟ୍ୟାଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି ଡ୍ରୋନ୍ ଡ୍ରୋନ୍ ଆକ୍ରମଣରୁ ଟ୍ୟାଙ୍କକୁ ବଂଚାଇବାକୁ ହେଲେ ତାକୁ ଇଲେକଟ୍ରୋନିକ୍ ଆଖି ଓ କାନ ଦେବାକୁ ପଡିବ ।

ଭାରତ ପାଇଁ ଯକ୍ଷ ପ୍ରଶ୍ନ

ଭାରତର ଟ୍ୟାଙ୍କ ଟ୍ରୁପ୍ ମଧ୍ୟରୁ ଅଧିକାଂଶ ଋଷ ନିର୍ମିତୟୁକ୍ରେନ୍ ଯୁଦ୍ଧରେ ଯଦି ଏହି ଟ୍ୟାଙ୍କ ସବୁ ଆମେରିକୀୟ ମିଶାଇଲର ସହଜ ଶିକାର ହୋଇଛନ୍ତି ତେବେ ଭବିଷ୍ୟତ ଯୁଦ୍ଧରେ ଭାରତକୁ ମଧ୍ୟ ସମାନ ସମସ୍ୟା ଓ ସଂକଟର ସମ୍ମୁଖୀନ ହେବାକୁ ପଡ଼ିବ । ଏବେ ଭାରତ ପାଇଁ ବଡ଼ ପ୍ରଶ୍ନ ହେଉଛି ସବୁ ଋଷ ଟ୍ୟାଙ୍କକୁ ବଦଳାଇବ ନା ଏହାର ଆଧୁନିକିକରଣ କରିବ

russia vs ukraine war updaterussian tank destroyedt90 destroyed in ukraineukraine drone attack russiaukraine drone vs russiaukraine drone vs tankukraine t 72 destroyedukraine t 72 tankukraine vs russia latest newsukraine vs russia news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami