ଭାରତୀୟ ଯବାନଙ୍କ ହତ୍ୟାକାରୀ PLA ଚୀନ୍ ପାଳିତ ଆତଙ୍କବାଦୀ ସଂଗଠନ, ମିଆଁମାରୁ କରୁଛି ଅପରେଟ୍

ମଣିପୁରରେ ଶନିବାର ଦିନ ଆସାମ ରାଇଫଲର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣରେ କମାଣ୍ଡିଂ ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ୬ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ନିଜକୁ ଉତ୍ତରଦାୟୀ କରିଛି ପିପୁଲ’ସ ଲିବରେସନ୍ ଆର୍ମି-ମଣିପୁରଠିକ୍ ଶୁଣିଛନ୍ତି ଖାଲି ଚୀନରେ ନୁହେଁ ଭାରତର ମଣିପୁରରେ ମଧ୍ୟ ଗୋଟିଏ ପିପୁଲ’ସ ଲିବରେସନ୍ ଆର୍ମି ରହିଛି । ଯାହାର ସଂପର୍କ ଚୀନ ସହିତ ରହିଛି ।

କର୍ଣ୍ଣସ ବିପ୍ଲବଙ୍କ ଦଳ ଉପରେ ହୋଇଥିବା ଆକ୍ରମଣ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ୧୫ରୁ ଅଧିକ ଆତଙ୍କବାଦୀ ସାମିଲ ଥିଲେ । ପ୍ରଥମେ ସେମାନେ ତିନୋଟି ଆଇଡି ବିସ୍ଫୋରଣ କରିଥିଲେ । ଏହା ପରେ ଚାରିପଟୁ ଗୁଳିମାଡ କରିଥିଲେ । ଗୁଇନ୍ଦା ସୂଚନା ଅନୁସାରେ ପିଏଲଏର ଆତଙ୍କବାଦୀ ଚୀନରେ ବସିଥିବା ନିଜ ବସଙ୍କ ଆଦେଶରେ ଏହି ଆକ୍ରମଣ କରିଛନ୍ତି । ମଣିପୁରର ପିଏଲଏକୁ ଚୀନ୍ ସେନା ଟ୍ରେନିଂ ଦେଇଛି । ଏହି ସଂଗଠନର ଆତଙ୍କବାଦୀ ଆକ୍ରମଣ ପରେ ମିଆଁମାରକୁ ପଳାୟନ କରନ୍ତି ।

ଚୀନ୍ ଖବରକାଗଜର ଧମକ

ଚୀନର ସରକାରୀ ଖବରକାଗଜ ଦି ଗ୍ଲୋବାଲ ଟାଇମ୍ସର ସଂପାଦକ ନିକଟରେ ଏକ ଟ୍ୱିଟ୍ କରି ଭାରତୀୟଙ୍କୁ ଧମକ ଦେଇଥିଲେ ଯେ, ଚୀନ୍ ଚାହିଁଲେ ଉତ୍ତର-ପୂର୍ବରେ ସକ୍ରୀୟ ଥିବା ଆତଙ୍କବାଦୀଙ୍କୁ ସାହାଯ୍ୟ କରି ଭାରତରେ ଗୃହଯୁଦ୍ଧ ଆରମ୍ଭ କରିପାରିବ । ସୂଚନାଯୋଗ୍ୟ ଯେ, ଟ୍ୱିଟ କରି ଏହି ସମ୍ପାଦକ ଜଣକ ଭାରତରେ ଚୀନ୍ ବିରୋଧୀ ମନୋଭାବକୁ ନାପସନ୍ଦ କରି ଭାରତୀୟ ଜାତିୟତାବାଦୀଙ୍କୁ ଧମକ ଦେଇଥିଲେ । ଧମକ ଦେବାର ମାତ୍ର କେଇଦିନ ମଧ୍ୟରେ ଏହି ଆକ୍ରମଣ ହୋଇଛି ।

ଚୀନ୍ ସାହାଯ୍ୟରେ ସ୍ୱାଧୀନ ମଣିପୁରର ସ୍ୱପ୍ନ

ଆତଙ୍କବାଦୀ ନେତା ଏନ୍ ବିଶେଶ୍ୱର ଚୀନ୍ ସହାୟତାରେ ପିଏଲଏ ଗଠନ କରିଛି । ସେ ଭାରତରୁ ମଣିପୁରକୁ ଅଲଗା କରି ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବାକୁ ଚାହେଁ । ଏହି ସଂଗଠନ କମ୍ୟୁନିଜମରେ ବିଶ୍ୱାସ କରେ । ସେମାନେ ମଧ୍ୟ ଚୀନ୍ ଭଳି ସରକାର ଚାହୁଁଛନ୍ତି । ଅର୍ଥାତ ସେମାନେ ମଧ୍ୟ ବୈଚାରିକ ଭାବେ ମାଓବାଦୀଙ୍କ ନିକଟତର ।

ପିଏଲଏ ସମେତ ଉତ୍ତର-ପୂର୍ବରେ ସକ୍ରୀୟ ଥିବା ଅନେକ ଆତଙ୍କବାଦୀ ସଂଗଠନକୁ ଚୀନ୍ ସମର୍ଥନ ବହୁ ବର୍ଷ ଧରି ରହି ଆସିଛି । ଗ୍ଲୋବାଲ ଟାଇମ୍ସ ଏଭଳି କୌଣସି ସମ୍ପର୍କକୁ ଖଣ୍ଡନ କରିଥାଏ କିନ୍ତୁ ଜଣେ ପୂର୍ବତନ ଆତଙ୍କବାଦୀ ନେତାଙ୍କ ଅନୁସାରେ ସେମାନେ ଚୀନରେ ପ୍ରଶିକ୍ଷଣ ପାଇଛନ୍ତି । ଏହି ଆତଙ୍କବାଦୀର ନାମ ହେଉଛି ସର୍ଜେଣ୍ଟ୍ ରୋନି । ୨୦୦୯ରେ ଧରା ପଡିଥିବା ସର୍ଜେଣ୍ଟ୍ ରୋନି ଜେରା ବେଳେ ଚୀନ୍ ସେନା ସେମାନଙ୍କୁ ଟ୍ରେନିଂ ଦେଇଥିବା ସ୍ୱୀକାର କରିଥିଲା ।

ଭାରତରେ ଆକ୍ରମଣ, ମିଆଁମାରରେ ଶରଣ

ସେତେବେଳେ ରୋନି କହିଥିଲା ଯେ, ଚୀନରେ ଟ୍ରେନିଂ ପରେ ୧୬ ପ୍ଲାଟୁନ ଆତଙ୍କବାଦୀ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି । ଏହି ଆତଙ୍କବାଦୀଙ୍କ ମୋଡସ ଅପରେନ୍ଦି ହେଉଛି ଭାରତରେ ଆକ୍ରମଣ, ମିଆଁମାରରେ ଶରଣଭାରତରେ ବଡ଼ ଧରଣର ଆକ୍ରମଣ ପରେ ଏମାନେ ମିଆଁମାରରେ ଥିବା ନିଜ ଗୁପ୍ତ ଆଡ୍ଡାରେ ଶରଣ ନିଅନ୍ତିମିଆଁମାରରେ ଗୃହଯୁଦ୍ଧ ଚାଲୁଥିବା ବେଳେ ଆତଙ୍କବାଦୀଙ୍କ ଗୋଳିଆପାଣି ବେସ ସୁହାଉଛି

assam riflesCivil war in IndiacommunismEditor in Chief of the Chinese state run newspaper The Global Timesindependent manipurmanipur ambushManipur PLAmyanmarmyanmar civil warPeople's Liberation Army of Manipurpeoples liberation armyPLAPLA terroristsSergeant Ronnieterrorist attackterrorist leader n bisheshwar singhଆତଙ୍କବାଦୀ ଆକ୍ରମଣଆତଙ୍କବାଦୀ ନେତା ଏନ୍ ବିଶେଶ୍ୱରଆସାମ ରାଇଫଲକମ୍ୟୁନିଜମରେଚୀନର ସରକାରୀ ଖବରକାଗଜ ଦି ଗ୍ଲୋବାଲ ଟାଇମ୍ସର ସଂପାଦକପିଏଲଏର ଆତଙ୍କବାଦୀପିପୁଲ’ସ ଲିବରେସନ୍ ଆର୍ମିଭାରତରେ ଗୃହଯୁଦ୍ଧମିଆଁମାରକୁ ପଳାୟନମିଆଁମାରରେ ଗୃହଯୁଦ୍ଧସର୍ଜେଣ୍ଟ୍ ରୋନିସ୍ୱତନ୍ତ୍ର ରାଷ୍ଟ୍ର ଗଠନସ୍ୱାଧୀନ ମଣିପୁର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami