ସୂର୍ଯ୍ୟବଂଶୀ ଦେଖି ପାକିସ୍ତାନୀ ରାଷ୍ଟ୍ରପତି ଦୁଃଖୀ, କହିଲେ ଭାରତ ବରବାଦ ହୋଇଯିବ

ପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭାରତ ଚିନ୍ତା ଦୁଃଖୀ କରାଇ ଦେଇଛିବଲିଉଡ୍ ଯେଉଁଭଳି ସିନେମା ତିଆରି କରୁଛି ତାହା ଭାରତକୁ ବରବାଦ କରିଦେବ ବୋଲି ପାକିସ୍ତାନୀ ରାଷ୍ଟ୍ରପତି କହିଛନ୍ତି । ଲଙ୍କାରେ ହରି ଶବ୍ଦ ଭଳି ପାକିସ୍ତାନୀ ରାଷ୍ଟ୍ରପତିଙ୍କ ମନରେ ଭାରତ ପାଇଁ ଏହି ଦରଦ କଥା ଶୁଣି ଆପଣ ବେସି ଚକିତ ହେବା ପୂର୍ବରୁ ଆମେ ଏହାର କାରଣ କହିଦେଉଛୁ । ପାକିସ୍ତାନୀ ରାଷ୍ଟ୍ରପତିଙ୍କ ଏହି ଚିନ୍ତା ପଛରେ ଅଛନ୍ତି ଅକ୍ଷୟ କୁମାର ଓ ରୋହିତ ସେଟ୍ଟି । ବଲିଉଡର ଖିଲାଡି ଅକ୍ଷୟଙ୍କ ସୂର୍ଯ୍ୟବଂସୀ ଫିଲ୍ମ ପାଇଁ ପାକ୍ ରାଷ୍ଟ୍ରପତିଙ୍କ ରକ୍ତଚାପ ବଢି ଯାଇଛି । ପାକିସ୍ତାନୀ ରାଷ୍ଟ୍ରପତିଙ୍କ କହିବା ହେଉଛି ସୂର୍ଯ୍ୟବଂଶୀରେ ଯେଉଁଭଳି ଭାବେ ଜଣେ ମୁସଲମାନକୁ ଖଳନାୟକ କରି ଦେଖା ଯାଇଛି ତାହା ଦୁନିଆରେ ଇସଲାମ ବିରୋଧୀ ମନୋଭାବକୁ ଅଧିକ ବଳ ଦେବ । ଏମିତି ଯଦି ଜାରି ରୁହେ ତେବେ ଭାରତ ବରବାଦ ହୋଇଯିବ ବୋଲି ରାଷ୍ଟ୍ରପତି ମହାଶୟ ଟ୍ୱିଟ୍ କରି କହିଛନ୍ତି ।

ମାମଲା କ’ଣ ?

ସୂର୍ଯ୍ୟବଂଶୀ କରୋନା କାରଣରୁ ଦୁଇ ବର୍ଷ ଯାଏ ସିନେମାକୁ ଆସି ପାରିନଥିଲା । ସିନେମାକୁ ଆସିବା ପରେ ଏହା ଶହେ କୋଟି କ୍ଲବରେ ସାମିଲ ହୋଇ ସାରିଛି । କିନ୍ତୁ ଭାରତର କିଛି ଲିବେରାଲ ଅର୍ଥାତ ଅତି ଧର୍ମନିରପେକ୍ଷବାଦୀ ଫିଲ୍ମରେ ଗୋଟିଏ ମୁସଲିମ୍ ଚରିତ୍ରକୁ ଭିଲେନ୍ ଭାବେ ଦେଖାଯିବାକୁ ନାପସନ୍ଦ କରିଥିଲେ । ସେମାନେ ଏହାକୁ ନେଇ ରୋହିତ ଓ ଅକ୍ଷୟଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ । ଭାରତୀୟ ଲିବେରାଲଙ୍କଠାରୁ କିୟୁ ନେବା ପରେ ଏବେ ପାକିସ୍ତାନର ସେହି ଲିବେରାଲ ମାନେ ସକ୍ରୀୟ ହୋଇଛନ୍ତି ଯେଉଁମାନେ ନିଜ ଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ ରୁହନ୍ତି । ରାଷ୍ଟ୍ରପତି ଅଲଭି କହିଛନ୍ତି ଏଭଳି ଫିଲ୍ମ ଭାରତ ପାଇଁ ବିପଦଇସଲାମ ବିରୋଧୀ ମନୋଭାବ ଭାରତକୁ ଦିନେ ଧ୍ୱଂସ କରିଦେବ । ଖାଲି ପାକିସ୍ତାନୀ ରାଷ୍ଟ୍ରପତି ନୁହନ୍ତି ପାକ୍ ହିରୋଇନ୍ ମେହବିସ ହୟାତ ମଧ୍ୟ ସୂର୍ଯ୍ୟବଂଶୀକୁ ଇସଲାମ ଫୋବିକ୍ ବୋଲି କହିଛନ୍ତି । ଏହି ବିବାଦୀୟ ହିରୋଇନ୍ କହିଛନ୍ତି ଯେ, ଏହି ଫିଲ୍ମର ମୁସଲିମ୍ କ୍ୟାରେକ୍ଟର ଓ ବିଶୟବସ୍ତୁ ମତେ ବିବ୍ରତ କରୁଛି । ଇସଲାମ ବିରୋଧୀ ମନୋଭାବର ପ୍ରଭାବ କେବେଳ ସିନେମା ନୁହେଁ ପୁରା ଦୁନିଆ ଉପରେ ପଡୁଛି । ବଲିଉଡର ନୂଆ ରିଲିଜ୍ ସୂର୍ଯ୍ୟବଂଶୀ ଇସଲାମୋଫୋବିଆକୁ ବଳ ଦେଉଛି । ଏହି ଟ୍ରେଣ୍ଡ୍ ହଲିଉଡରୁ ଆରମ୍ଭ ହୋଇଥିଲା । ଆମେ ଯଦି ମୁସଲିମ୍ ଚରିତ୍ରକୁ ସକରାତ୍ମକ ଭାବେ ଦେଖାଇ ପାରିବୁ ନାହିଁ ତେବେ ଅତିକମରେ ସେମାନଙ୍କ ସହିତ ନ୍ୟାୟ ତ’ କରିପାରିବୁ ବୋଲି କହିଛନ୍ତି ହୟାତ ।

ରୋହିତ ସେଟ୍ଟି କ’ଣ କହିଛନ୍ତି ?

ଭାରତୀୟ ମିଡିଆରେ ସମାଲୋଚନା ହେବା ପରେ ଗୋଟିଏ ୱେବସାଇଟକୁ ସାକ୍ଷାତକାର ଦେଇ ରୋହିତ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ସେ ପ୍ରଶ୍ନକର୍ତ୍ତାକୁ ପାଲଟା ପ୍ରଶ୍ନ କରିଥିଲେ ଯେ, ମୋ ଫିଲ୍ମର ଭିଲେନ୍ ଯଦି ଜଣେ ହିନ୍ଦୁ ହୋଇଥାନ୍ତା ତେବେ କ’ଣ ଏଭଳି ପ୍ରଶ୍ନ ପଚରା ଯାଇଥାନ୍ତା କି ? ଏହା ପରେ ସେ ନିଜର ପୁରୁଣା ହିଟ୍ ଫିଲ୍ମର ମୁଖ୍ୟ ଖଳନାୟକ ଚରିତ୍ରଙ୍କ ଧର୍ମ କଥା ମଧ୍ୟ ଉଠାଇଥିଲେ । ତାଙ୍କ ଫିଲ୍ମ ସିଂହମର ଭିଲେନ୍ ଓ ସିମ୍ବାର ଭିଲେନ୍ ହିନ୍ଦୁ ଥିଲା । ସେତେବେଳେ କାହିଁକି ଏହି ପ୍ରଶ୍ନ କେହି ଉଠାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

କହିଦେଉଥାଏ ପରକୁ ବୁଦ୍ଧି ନ’ଦିଶଇ ନିଜକୁ..

ପାକିସ୍ତାନ ରାଷ୍ଟ୍ରପତି ବଲିଉଡକୁ ଇସଲାମୋଫୋବିଆ ବାବଦରେ ଜ୍ଞାନ ଦେଇଛନ୍ତି । କିନ୍ତୁ ନିଜ ଦେଶର ଫିଲ୍ମ ଓ ସ୍କୁଲରେ କେଉଁଭଳି ଶିକ୍ଷା ଦିଆଯାଉଛି ତାହା ଭୁଲିଯାଇଛନ୍ତି । ପାକିସ୍ତାନର ସିନେମା ଇଣ୍ଡଷ୍ଟ୍ରି ଯାହା ଲାହୋରରୁ ଅପରେଟ୍ କରିଥାଏ ଓ ଲଲିଉଡ୍ ନାଁରେ ପରିଚିତ ତା’ର ଅଧିଂକାଶ ଫିଲ୍ମରେ ଭିଲିୟାନ ହିନ୍ଦୁ ହୋଇଥାନ୍ତି । ପାକ୍ ଜନସଂଖ୍ୟାରେ ନଗଣ୍ୟ ସଂଖ୍ୟାରେ ଥିବା ହିନ୍ଦୁଙ୍କୁ ଚୋର, ଠକ ଓ ଦେଶଦ୍ରୋହୀ ଭାବେ ଦେଖାଇବାରେ ସେଠାକାର ଫିଲ୍ମ ଇଣ୍ଡଷ୍ଟ୍ରୀ କୌଣସି ମୌକା ଛାଡି ନଥାଏ । ସେହିଭଳି ପାକିସ୍ତାନୀ ସ୍କୁଲ ପାଠ୍ୟପୁସ୍ତକରେ ହିନ୍ଦୁଙ୍କୁ ନକରାତ୍ମକ ଭାବେ ବର୍ଣ୍ଣିତ କରାଯାଇଛି । ହିନ୍ଦୁଙ୍କ ଅତ୍ୟାଚାର ପାଇଁ ପାକିସ୍ତାନ ସୃଷ୍ଟି ହୋଇଛି ବୋଲି ସେଠାକାର ସ୍କୁଲ ପାଠ୍ୟକ୍ରମ କୁହେ । ଔରଙ୍ଗଜେବ ଓ ମହମ୍ମଦ ବିନ୍ କାସିମ ଭଳି ଧର୍ମାନ୍ଧଙ୍କୁ ପାକିସ୍ତାନରେ ହିରୋ ଭାବେ ବର୍ଣ୍ଣନା କରାଯାଇଛି ।

akshay kumar and rohit shettyarif alviArif-ur-Rehman Alviblood pressure high of pakistan presidentbollywood movie sooryavanshihindu villain in simbahindu villian in singhamislam phobic filmislamophobialiberals in indiamuslim as villainpak actress mehwish hayatpakistan presidentpakistani president arif alvisooryavanshi movieଅକ୍ଷୟ କୁମାର ଓ ରୋହିତ ସେଟ୍ଟିଇସଲାମ ଫୋବିକ୍ଇସଲାମ ବିରୋଧୀଇସଲାମୋଫୋବିଆପାକିସ୍ତାନୀ ରାଷ୍ଟ୍ରପତିପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭିପାକ୍ ରାଷ୍ଟ୍ରପତିଙ୍କ ରକ୍ତଚାପ ବଢି ଯାଇଛିପାକ୍ ହିରୋଇନ୍ ମେହବିସ ହୟାତଫିଲ୍ମ ସିଂହମର ଭିଲେନ୍ ଓ ସିମ୍ବାର ଭିଲେନ୍ଭାରତର କିଛି ଲିବେରାଲମୁସଲମାନକୁ ଖଳନାୟକସୂର୍ଯ୍ୟବଂସୀ ଫିଲ୍ମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami