ବୁମେରାଂ ହେଲା ଇମ୍ରାନଙ୍କ ଷଡ଼ଯନ୍ତ୍ର : ବାଜବାଙ୍କୁ ଦେଉଥିଲେ ଧୋକା, ଏବେ ଶାହବାଜ ହେବେ ପ୍ରଧାନମନ୍ତ୍ରୀ !

ପାକିସ୍ତାନୀ ସେନା ମୁଖ୍ୟ ଜେନରାଲ କମର ଜାଭେଦ ବାଜବାଙ୍କ ସହାୟତାରେ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଚାଲବାଜି ମହଙ୍ଗା ପଡିଛି ବୋଲି କୁହାଯାଉଛି । ଇମ୍ରାନ୍ ଖାନ୍ ଦେଶ ଉପରେ ଲମ୍ବା ଅବଧି ଶାସନ କରିବା ପାଇଁ ଜେନରାଲ ବାଜବାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ । ତେବେ ଏହି ଷଡ଼ଯନ୍ତ୍ର ତାଙ୍କୁ ମହଙ୍ଗା ପଡିଛି । ସେନା ମୁଖ୍ୟ ବାଜବା ଇମ୍ରାନଙ୍କ ଚାଲବାଜି ବୁଝିପାରି ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳଙ୍କୁ ନିଜ ସମର୍ଥନ ଦେଇଥିବା କୁହାଯାଉଛି

ଆଇଏସଆଇ ମୁଖ୍ୟଙ୍କୁ ନେଇ ଲଢେଇ

ଇମ୍ରାନ ଜେନରାଲ ବାଜବାଙ୍କ ସ୍ଥାନରେ ନିଜର ପ୍ରିୟ ପୂର୍ବତନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ୍ ଜେନରାଲ ଫୈଜ୍ ହମିଦଙ୍କୁ ଆଗାମୀ ସେନା ମୁଖ୍ୟ କରିବାକୁ ଚାହୁଁଥିଲେ । ଅନ୍ୟପକ୍ଷରେ ବାଜବା ନିଜ ପଦ ଛାଡିବାକୁ ଚାହୁଁନଥିଲେ । ତେଣୁ ସେ ଇମ୍ରାନଙ୍କ ଉପରେ କ୍ଷୁବ୍ଧ ଥିଲେ । କେବଳ ଏଇଥିପାଇଁ ବାଜବାଙ୍କ ଇଶାରାରେ ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ।ତେବେ ଲେପ୍ଟେନାଣ୍ଟ୍ ଜେନରାଲ ଫୈଜ୍ ଇମ୍ରାନଙ୍କ ପାଇଁ ସାଂସଦଙ୍କୁ କିଣିବା ଲାଗି ଯୋଗାଡ କରିଥିଲେ । ତେବେ ଫୈଜଙ୍କ ଯିବା ପରେ ସେନା ଏଥିରୁ ଓହରି ଆସିଥିଲା । ଫଳରେ ଇମ୍ରାନ ସରକାର ସଂଖ୍ୟାଲଘୁ ହୋଇଯାଇଛି । ଏବେ ଇମ୍ରାନ ସରକାରର ପତନ ଅବଶ୍ୟମ୍ଭାବୀ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ କହୁଛନ୍ତି ।

ପାକିସ୍ତାନରେ ଏବେ ଇସଲାମିକ ଦେଶଙ୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ସମାପ୍ତ ହେବା ପରେ ଏବେ ସେଠାରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି । ଇମ୍ରାନଙ୍କୁ ହଟାଇବା ପାଇଁ ବିରୋଧି ଅଣ୍ଟା ଭିଡିଥିବା ବେଳେ ଇମ୍ରାନ କହିସାରିଲେଣି ମୁଁ ଇସ୍ତଫା ଦେବି ନାହିଁ । ନିଜ ସରକାର ବଂଚାଇବା ପାଇଁ ସେ ସହଯୋଗୀଙ୍କୁ ମନାଇବା ଉଦ୍ୟମ ମଧ୍ୟ ଆରମ୍ଭ କଲେଣି । ଅନ୍ୟପକ୍ଷରେ ବିରୋଧୀଙ୍କ ଦାବି ଯେ, ଇମ୍ରାନଙ୍କ ସହଯୋଗୀ ମଧ୍ୟ ତାଙ୍କୁ ଛାଡି ସାରିଲେଣି । ସହଯୋଗୀଙ୍କ ସମର୍ଥନ ସେମାନଙ୍କ ପଟେ ଅଛି । ତେଣୁ ଇମ୍ରାନ ଯିବା ପକ୍କା । ବିରୋଧି ଏଭଳି କହିବା ପଛରେ ରହିଛି ସେନା ମୁଖ୍ୟଙ୍କ ପ୍ରତିଶ୍ରୁତି. ସେନା ମୁଖ୍ୟ ବାଜବା ଇମ୍ରାନଙ୍କୁ ହଟାଇବାକୁ ମନସ୍ଥିର କରି ସାରିଛନ୍ତି । ତେଣୁ ଇମ୍ରାନ୍ ଯିବେ ହିଁ ଯିବେ । କେବଳ କିଛି ସମୟର କଥା । କାରଣ ପାକିସ୍ତାନରେ ସେନା ହିଁ ସରକାର ଓ ଦେଶ ଚଳାଏ

ପା୍କିସ୍ତାନ ଇତିହାସରେ ଏଭଳି ଉଦାହରଣର ଅଭାବ ନାହିଁ ଯେତେବେଳେ ସେନା କହିବାରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେଣୁ ଯଦି ଇମ୍ରାନ୍ କ୍ଷମତାରୁ ଯାନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଉ ଏହା ପ୍ରମାଣିତ ହେବ ଯେ, ଇମ୍ରାନଙ୍କ ନୟା ପାକିସ୍ତାନ ସେହି ପୁରୁଣା ପାକିସ୍ତାନ ଯେଉଁଠି ସେନା ହିଁ ସବୁକିଛିସେନା ହିଁ ସରକାର । ସେନା ହିଁ ଦେଶ ।

general bajwa imran khanimran khan government end dateimran khan pakistan newsimran khan ptipakistan army chief general qamar bajwapakistan pm news today live
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami