Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?

କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରବାଲଙ୍କ ଅନୁସାରେ ଦେଶରେ ବୁଧବାର ଠାବ କରାଯାଇଥିବା ଦୁଇ ମାମଲା କର୍ଣ୍ଣାଟକରୁ ଆସିଛି । ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୪୬ । ଉଭୟ ପୁରୁଷ ଅଟନ୍ତି । ବିଶ୍ୱର ୨୩ ଦେଶରେ ଦୃତଗତିରେ ନିଜ ଉପସ୍ଥିତି ଜାହିର କରିବା ପରେ ଓମିକ୍ରନକୁ ନେଇ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଆତଙ୍କିତ ହେବା ଅପେକ୍ଷା ସତର୍କ ରହିବା ଠିକ । ଆସନ୍ତୁ ଜାଣିବା ଓମିକ୍ରନ କ’ଣ ଓ ଏହାର ଲକ୍ଷଣ କ’ଣ ?

ଓମିକ୍ରନ୍ ରୋଗୀଙ୍କ ଠାରେ ଦେଖାଯାଉଛି ଏମିତି ଲକ୍ଷଣ

ବିବିସି ରିପୋର୍ଟ୍ ଅନୁସାରେ ଡକ୍ଟର ଏଞ୍ଜେଲିକ୍ କୋଏଟିଜ୍ ପ୍ରଥମ କରି ଦକ୍ଷୀଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ୍ ଆବିଷ୍କାର କରିଥିଲେ । ଜଣେ ୩୦ ବର୍ଷୀୟ ଯୁବକଠାରେ ସେ ଓମିକ୍ରନ ଷ୍ଟ୍ରେନକୁ ଆବିଷ୍କାର କରିଥିଲେ । ତାଙ୍କ ଅନୁସାରେ ଏହାର ଲକ୍ଷଣ ସବୁ ହେଲା.,.

  • ଅଧିକ ହାଲିଆ ଲାଗିବା
  • ହାଲୁକା ମୁଣ୍ଡବିନ୍ଧା
  • ଦେହ ବିନ୍ଧା
  • ଗଳା ଦରଜ
  • ଶୁଖିଲା କାଶ

ଦ.ଆଫ୍ରିକା ଡାକ୍ତରଙ୍କ ଅନୁସାରେ ଓମିକ୍ରନ୍ ସଂକ୍ରମିତ ଅଧିକ କ୍ଲାନ୍ତ ଅନୁଭବ କରନ୍ତି । ସେମାନଙ୍କ ମାଂସପେଶିରେ ଯନ୍ତ୍ରଣା,ଗଳା ଦରଜ ହେବା ସହିତ ସୁଖିଲା କାଶ ହୋଇଥାଏ । ଅନ୍ୟପକ୍ଷରେ କିଛି ରୋଗୀଙ୍କ ଶରିର ତାପମାତ୍ରା ଅଧିକ ଥାଏ । ତେବେ ଏହି ଲକ୍ଷଣ ସବୁ ଆଗକୁ ସଂକ୍ରମଣ ବଢିବା ସହ ସମାନ ରହୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଓମିକ୍ରନ୍ ଭାରିଆଣ୍ଟର ବହୁତ ଅସମାନ୍ୟ ଲକ୍ଷଣ ନାହିଁ !

ନୂଆ ଭାରିଆଣ୍ଟକୁ ନେଇ ଏବେ ଅଧିକ ଅଧ୍ୟୟନ ହୋଇନାହିଁ । ଅନେକ ଦେଶରେ ଏକ୍ସପର୍ଟ ଏହାର ଅଧ୍ୟୟନ କରୁଛନ୍ତି । ତେବେ ଦକ୍ଷୀଣ ଆଫ୍ରିକା ସଂକ୍ରମଣ ରୋଗ ସଂସ୍ଥାନ- NICD ଅନୁସାରେ ଏପର୍ଯ୍ୟନ୍ତ B.1.1.1.529 ଭାରିଆଣ୍ଟ ସଂକ୍ରମଣ ପରେ କୌଣସି ଅସମାନ୍ୟ. ଲକ୍ଷଣ ଦେଖିବାକୁ ମିଳୁନାହିଁ । NICD ଅନୁସାରେ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ କିଛି ମଧ୍ୟ ଲକ୍ଷଣ ବିହିନ ଅଟନ୍ତି

ଓମିକ୍ରନ୍ କରୋନାର ତୃତୀୟ ପ୍ରବାହ ଆଣିବ କି ?

କିଛି ବୈଜ୍ଞାନିକଙ୍କ ଆଶଙ୍କା ଯେ, କରୋନାର ଏହି ଭାରିଆଣ୍ଟ କାରଣରୁ ତୃତୀୟ ପ୍ରବାହ ଆସିପାରେ । ତେବେ ଏହାକୁ ନେଇ ଆହୁରି ଅଧ୍ୟୟନ ହେବାର ଅଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ଭାରିଆଣ୍ଟ୍ ଡେଲ୍ଟା ଠାରୁ ୭ ଗୁଣ ଅଧିକ ଗତିରେ ବ୍ୟାପୁଛି । ଜଣେ ବ୍ୟକ୍ତିଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣ ଡେଇଁବାରେ ଏହା ଡେଲ୍ଟାଠାରୁ ଅଧିକ ଘାତକ । ଚିହ୍ନଟ ହେବା ଆଗରୁ ଏହି ଭାରିଆଣ୍ଟର ୩୨ ଥର ମ୍ୟୁଟେଟ୍ ହୋଇ ସାରିଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ସତର୍କତା ଅବଲମ୍ବନ କରାଯାଏ ତେବେ ତୃତୀୟ ପ୍ରବାହ ଆସିବ ନାହିଁ ।

BBC reportcentral health ministrycovid third wave in indiaomnicron coronavirusomnicron variantomnicron variant casesomnicron variant enters indiaomnicron virusunion health secretary lav agarwalଓମିକ୍ରନ୍କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟକରୋନା ଭାଇରସର ନୂଆ ପ୍ରକାରକେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରବାଲବିବିସି ରିପୋର୍ଟ୍ ଅନୁସାରେ ଡକ୍ଟର ଏଞ୍ଜେଲିକ୍ କୋଏଟିଜ୍ଭାରତରେ ପ୍ରବେଶ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami