ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ମିଥିଲେଶ

ତାଙ୍କୁ ଦେଖିଲେ କେହି ଜାଣିପାରିବେ ନାହିଁ ସେ ଦିବ୍ୟାଙ୍ଗ ବୋଲି । ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଅନ୍ୟମାନଙ୍କ ପାଇଁ ପାଲିଟିଯାଇଛନ୍ତି ଉଦାହରଣ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମିଥିଲେଶ ପଟ୍ଟନାୟକବୟସ ୩୪ ବର୍ଷ । ମିଥିଲେଶ୍‌ଙ୍କ ବ୍ୟବହାର ଅପରିପକ୍ୱ ମନେହୁଏ କିନ୍ତୁ ନୃତ୍ୟ ଦକ୍ଷତାରେ ବେଶ ପରିପକ୍ୱ । ଜନ୍ମରୁ ପୁଅର ଦିବ୍ୟାଙ୍ଗତା ବିଷୟରେ ବେଶ ପରିପକ୍ୱ । ଜନ୍ମରୁ ପୁଅର ଦିବ୍ୟାଙ୍ଗତା ବିଷୟରେ ଜାଣିବା ପରେ ଭିନ୍ନଧରଣର ସକ୍ଷମ କରିବାର ପ୍ରଚେଷ୍ଟା ଜାରି ରଖିଥିଲେ । ଘରେ ମାଆବାପା ତାଙ୍କୁ ବିଭିନ୍ନ ଶିକ୍ଷା ଦେଇ ଭଲ କରିବାର ପ୍ରଚେଷ୍ଟା କରିଚାଲିଥିଲେ । ଛୋଟ ବୟସରୁ ମିଥିଲେଶ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଆଉ ସେହି ଦିନଠାରୁ ସେ ନୃତ୍ୟ ମନସ୍କଓଡ଼ିଶୀ ନୃତ୍ୟରେ ଜଣେ ସାଧାରଣ ପିଲାଙ୍କ ଭଳି ମିଥିଲେଶ ବେଶ ଆଗୁଆ । କେବଳ ଆଗୁଆ ନୁହଁନ୍ତି, କିଛି ପିଲାମାନଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଉଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ମିଥିଲେଶ୍‌ର ଓଡ଼ିଶୀ ମନସ୍କ ତାଙ୍କୁ ଅନେକ ଗର୍ବ ଏବଂ ଗୌରବ ଆଣିଦେଇଛି । କେବଳ ଯେ ନୃତ୍ୟ ପରିବେଷଣ କରିଛନ୍ତି ତାହା ନୁହେଁ, ସେ ଏବେ ସାଇ ଇଂଟରନ୍ୟାସନାଲ ସ୍କୁଲରେ ନୃତ୍ୟ ଶିକ୍ଷକଭାବେ କାର୍ଯ୍ୟରତ । ପିଲାମାନଙ୍କୁ ଓଡ଼ିଶୀର ତାଳ, ଲୟ ସହିତ ବିଭିନ୍ନ ଦିଗ ପ୍ରତି ଶିକ୍ଷା ଦେଉଛନ୍ତି ।

ନୂଆଦିଲ୍ଲୀସ୍ଥିତ ସେଂଟର ଫର୍ କଲଚୁରାଲ ରିସୋର୍ସ ଏବଂ ଟ୍ରେନିଂ ପକ୍ଷରୁ ଜାତୀୟସ୍ତରୀୟ ମେଧା ସମ୍ମାନ, କେନ୍ଦ୍ର ସରକାରଙ୍କ ସାଂସ୍କୃତିକ ମନ୍ତ୍ରଣାଳୟ ପକ୍ଷରୁ ସିନିୟର ମେଧା ସମ୍ମାନ ଆଦି ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ଏ ସମ୍ପର୍କରେ ମିଥିଲେଶଙ୍କ ବାପା ଶୁଭ୍ରାଂଶୁ ପଟ୍ଟନାୟକ କୁହନ୍ତି, ପୁଅ ଜନ୍ମ ହେବା ପରେ ତା’ର ଏଭଳି ଅବସ୍ଥା ଆମକୁ ବିଚଳିତ କରିଥିଲା । କିନ୍ତୁ ତାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଯୋଗୁ ସେ ସାଧାରଣ ପିଲାଙ୍କ ପରି ଜୀବନ ଜୀଇଁପାରୁଛି ।

awards and recognitionsclassical dancerdance masterdance teacherdifferently-ableddisableddivyanghandicappedMinistry of Culture of the Central Governmentmithilesh patnaiknew delhi centre for cultural resource and trainingOdishaodissi danceodissi dancersai international school bhubaneswarଓଡ଼ିଶୀ ନୃତ୍ୟଓଡ଼ିଶୀ ନୃତ୍ୟ ଶିକ୍ଷାକେନ୍ଦ୍ର ସରକାରଙ୍କ ସାଂସ୍କୃତିକ ମନ୍ତ୍ରଣାଳୟଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତଜାତୀୟସ୍ତରୀୟ ମେଧା ସମ୍ମାନଦିବ୍ୟାଙ୍ଗ ନୃତ୍ୟଶିଳ୍ପୀନୂଆଦିଲ୍ଲୀସ୍ଥିତ ସେଂଟର ଫର୍ କଲଚୁରାଲ ରିସୋର୍ସ ଏବଂ ଟ୍ରେନିଂନୃତ୍ୟ ଶିକ୍ଷକବିଭିନ୍ନ ପ୍ରତିଯୋଗିତାମିଥିଲେଶ ପଟ୍ଟନାୟକସାଇ ଇଂଟରନ୍ୟାସନାଲ ସ୍କୁଲସାଂସ୍କୃତିକ କାର୍ଯ୍ୟକ୍ରମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami