ରାଜୀବ ଗାନ୍ଧୀଙ୍କ ଯୋଗୁଁ ତାଙ୍କୁ ମିଳିଲାନି ପିଏମ୍ ପଦ

ନୂଆଦିଲ୍ଲୀ: ପ୍ରଣବ ମୁଖାର୍ଜୀ । ଭାରତୀୟ ରାଜନୀତିରେ ତାଙ୍କ ନାଁକୁ ବିରୋଧୀମାନେ ମଧ୍ୟ ସମ୍ମାନର ସହ ନେଇଥାନ୍ତି । ଜଣେ କିରାଣୀ ଠୁ ଶିକ୍ଷକ ହେବା ଠାରୁ ରାଜନେତା ତଥା ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା ତାଙ୍କ ଯାତ୍ରା । ପ୍ରଣବଙ୍କ ରାଜନୈତିକ କ୍ୟାରିୟରରେ ଏପରି ତିନୋଟି ଘଟଣା ଘଟିଥିଲା ଯେତେବେଳେ ଲାଗୁଥିଲା ଯେ ସେ ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ତିନିଥର ପ୍ରଣବ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏକ ବିବୃତ୍ତିରୁ ସେ କେତେ ଦକ୍ଷ ତାହା ଷ୍ପଷ୍ଟ ଜଣାପଡେ । ମନମୋହନ କହିଥିଲେ – ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲି, ସେତେବେଳେ ପ୍ରଣବ ମୁଖାର୍ଜୀ ଏହି ପଦବୀ ପାଇଁ ଅଧିକ ଦକ୍ଷ ଥିଲେ, କିନ୍ତୁ ମୁଁ କ’ଣ କରିପାରିବି? କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୋତେ ବାଛିଥିଲେ । ପ୍ରଣବଙ୍କ ରାଜନୈତିକ ଯାତ୍ରା ଏବଂ ଏମିତି ତିନୋଟି ଘଟଣା ହୋଇଥିଲା ଯେଉଁଥି ପାଇଁ ପ୍ରଣବ ଦା କ୍ଷମତାର ଶୀର୍ଷରେ ପହଞ୍ଚି ପାରିଥାନ୍ତେ । କିନ୍ତୁ ଏହା ହୋଇପାରିଲା ନାହିଁ ।
ଏହା ପ୍ରାୟ ୧୯୬୯ ଘଟଣା । ଇନ୍ଦିରାଙ୍କ ଅନୁରୋଧ କ୍ରମେ ପ୍ରଣବ ଦା ପ୍ରଥମ ଥର ପାଇଁ ରାଜ୍ୟସଭା ମାଧ୍ୟମରେ ସଂସଦରେ ପହଞ୍ଚିଥିଲେ । ରାଜନୀତି ପ୍ରସଙ୍ଗରେ ପ୍ରଣବଙ୍କ ବୁଝାମଣାକୁ ଦେଖି ଇନ୍ଦିରା ଗାନ୍ଧୀ ପ୍ରଭାବିତ ହୋଇଥିଲେ । ଏହି କାରଣରୁ ସେ କ୍ୟାବିନେଟରେ ପ୍ରଣବ ଦାଙ୍କୁ ଦୁଇ ନମ୍ବର ମାନ୍ୟତା ଦେଇଥିଲେ । ଏହା ସ୍ୱତନ୍ତ୍ର ଥିଲା କାରଣ ଏହି କ୍ୟାବିନେଟରେ ଆର ଭେଙ୍କଟରମନ୍‌, ପିଭି ନରସିଂହ ରାଓ, ଜୈଲ୍ ସିଂ, ପ୍ରକାଶ ଚନ୍ଦ୍ର ସେଠୀ ଏବଂ ନାରାୟଣ ଦତ୍ତ ତିୱାରୀଙ୍କ ପରି ଶକ୍ତିଶାଳୀ ନେତା ଥିଲେ ।

ନିଜକୁ ନିୟନ୍ତ୍ରଣ କରି ପତ୍ନୀଙ୍କ ସହ ଟିଭିରେ ଦେଖିଲେ ଶପଥ ଗ୍ରହଣ ସମାରୋହ

ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ପ୍ରଣବଙ୍କ ନାମ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଆଲୋଚନା ହୋଇଥିଲା, କିନ୍ତୁ ଦଳ ରାଜୀବ ଗାନ୍ଧୀଙ୍କୁ ବାଛିଥିଲା । ଡିସେମ୍ବର ୧୯୮୪ ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ୪୧୪ ଟି ଆସନ ଜିତିଥିଲା । ପ୍ରଣବ କ୍ୟାବିନେଟରେ ସ୍ଥାନ ପାଇଲେ ନାହିଁ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ କ୍ୟାବିନେଟର ଅଂଶ ନୁହେଁ ସେ ଖୁବ୍ ଦୁଃଖ ପ୍ରକାଶ କଲେ, ତଥାପି ସେ ନିଜକୁ ନିୟନ୍ତ୍ରଣ କରି ପତ୍ନୀଙ୍କ ସହ ଟିଭିରେ ଶପଥ ଗ୍ରହଣ ସମାରୋହ ଦେଖିଲେ ।ଦୁଇ ବର୍ଷ ପରେ, ଅର୍ଥାତ୍ ୧୯୮୬ ରେ, ପ୍ରଣବ ପଶ୍ଚିମବଙ୍ଗରେ ରାଷ୍ଟ୍ରିୟ ସମାଜବାଦୀ କଂଗ୍ରେସ ତଥା ଆରଏସସି ଗଠନ କରିଥିଲେ । ତିନି ବର୍ଷ ପରେ ସେ ରାଜୀବଙ୍କ ସହ ଏକ ଚୁକ୍ତି କରିଥିଲେ ଏବଂ ଆରଏସସି କଂଗ୍ରେସ ସହିତ ମିଶିଯାଇଥିଲେ ।

ପ୍ରତିଦ୍ୱନ୍ଦ୍ୱୀ ନ ଥାଇ ବି ସୁଯୋଗ ହାତଛଡ଼ା ହୋଇଥିଲା

୧୯୯୧ ମସିହା ।ଜେତେବେଳେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଫେରିଲା । ବିଶ୍ୱାସ କରାଯାଉଥିଲା ଯେ ପ୍ରଣବଙ୍କ ତୁଳନାରେ ଏଥର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନ୍ୟ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିଲେ, କିନ୍ତୁ ଏଥର ମଧ୍ୟ ସୁଯୋଗ ହାତଛଡ଼ା ହୋଇଥିଲା । ନରସିଂହ ରାଓଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ପ୍ରଣବ ଦା ପ୍ରଥମେ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍ ଏବଂ ପରେ ୧୯୯୫ ରେ ବୈଦେଶିକ ମନ୍ତ୍ରୀ ହୋଇଥିଲେ । ତା’ପରେ ୨୦୦୪ ବର୍ଷ ଆସିଲା । କଂଗ୍ରେସକୁ ୧୪୫ ଟି ଆସନ ଏବଂ ବିଜେପି ୧୩୮ ଟି ଆସନ ମିଳିଥିଲା, କିନ୍ତୁ ଏହାକୁ ବିଜେପିର ହିଁ ପରାଜୟ ବୋଲି ବିବେଚନା କରାଯାଇଥିଲା । ସରକାର ଗଠନ ପାଇଁ ଆଞ୍ଚଳିକ ଦଳ ଉପରେ କଂଗ୍ରେସ ନିର୍ଭରଶୀଳ ଥିଲା । ସୋନିଆ ଗାନ୍ଧୀ ନିଜେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ, କିନ୍ତୁ ସେ ତାହା କରିନଥିଲେ । ପ୍ରଣବ ମୁଖାର୍ଜୀଙ୍କ ନାମ ପୁଣିଥରେ ଆଲୋଚନା ହୋଇଥିଲା, କିନ୍ତୁ ସୋନିଆ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କୁ ବାଛିଲେ ।

ଏହି ପଦ ପାଇଁ ମନମୋହନ ସବୁଠାରୁ ଯୋଗ୍ୟ ବ୍ୟକ୍ତି

୨୦୧୨ ପର୍ଯ୍ୟନ୍ତ ପ୍ରମବ ମୁଖାର୍ଜୀ ମନମୋହନ ସିଂଙ୍କ କ୍ୟାବିନେଟରେ ୨ ନମ୍ବରରେ ରହିଥିଲେ । ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ପୋର୍ଟଫୋଲିଓ, ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ଏବଂ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଅର୍ଥ ପରିଚାଳନା କରିଥିଲେ । ଏହି ସମୟ ମଧ୍ୟରେ ସେ ଲୋକସଭାରେ ଗୃହର ନେତା ମଧ୍ୟ ଥିଲେ । ୟୁପିଏ ସରକାରରେ ତାଙ୍କର ଭୂମିକା ଏକ ଟ୍ରବଲସୁଟର୍ ଥିଲା । ସେ ୨୦୧୨ ରେ ପିଏ ସାଙ୍ଗମାଙ୍କୁ ପରାସ୍ତ କରି ରାଷ୍ଟ୍ରପତି ହୋଇଥିଲେ । ସେ ମୋଟ ଭୋଟର ୭୦ ପ୍ରତିଶତ ପାଇଇଥିଲେ । ପରେ ପ୍ରଣବ ଦା ଥରେ କହିଥିଲେ – ପ୍ରଧାନମନ୍ତ୍ରୀ ହୋଇପାରି ନ ଥିବାରୁ ମୋର କୌଣସି ଦୁଃଖ ନାହିଁ । ଏହି ପଦ ପାଇଁ ମନମୋହନ ସବୁଠାରୁ ଯୋଗ୍ୟ ବ୍ୟକ୍ତି ଥିଲେ । ମନମୋହନ ୨୦୧୭ ରେ କହିଥିଲେ, “ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲି, ସେତେବେଳେ ପ୍ରଣବ ମୁଖାର୍ଜୀ ଏହି ପଦ ପାଇଁ ଅଧିକ ଦକ୍ଷ ଥିଲେ, କିନ୍ତୁ ମୁଁ କ’ଣ କରିପାରିବି? କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୋତେ ବାଛିଥିଲେ । ମୋର କୌଣସି ବିକଳ୍ପ ନଥିଲା । ପ୍ରଧାନମନ୍ତ୍ରୀ ହୋଇ ନ ଥିବାରୁ ଅଭିଯୋଗ କରିବାର ପ୍ରଣବଙ୍କର ସମସ୍ତ ଅଧିକାର ରହିଛି । ’ପ୍ରଣବଙ୍କ ଆତ୍ମଜୀବନୀ ରିଲିଜ୍ ଅବସରରେ ମନମୋହନ ସିଂ ଏହା କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ମନମୋହନଙ୍କ ଏହି କଥା ଶୁଣିବା ପରେ ମା ଏବଂ ପୁଅ ଉଭୟ ହସିଦେଇଲେ ।

ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ପ୍ରଣବ ଦା

ଭାରତୀୟ ରାଜନୀତିରେ ପ୍ରଣବ ଦାଙ୍କୁ ଜଣେ ବିଦ୍ୱାନ ଚରିତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଇତିହାସ, ରାଜନୀତି ବିଜ୍ଞାନ ଏବଂ ଆଇନରେ ତାଙ୍କର ଡିଗ୍ରୀ ଥିଲା । କିରାଣୀ, ସାମ୍ବାଦିକ ଏବଂ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ତା’ପରେ ୧୯୬୯ ମସିହାରେ ତାଙ୍କ ପିତାଙ୍କ ପଦ ଅନୁସରଣ କରି ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କୁ ୨୦୦୮ ରେ ପଦ୍ମଭୂଷଣ ଏବଂ ୨୦୧୯ ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀବି ଥରେ ସଂସଦରେ ପ୍ରଣବ ଦାଙ୍କ ପାଇଁ କହିଥିଲେ, “କଂଗ୍ରେସ ସରକାରରେ ନରସିଂହ ରାଓ, ମନମୋହନ ସିଂ ଭାରତ ରତ୍ନ ପାଇ ନାହାଁନ୍ତି । ପରିବାର ବାହାରେ କେହି ଏହାକୁ ପାଇ ନାହାଁନ୍ତି । ପ୍ରଣବ ଦା ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । 

poltical storypranav mukharjee newspranv mukharjee and rajiv gandhi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami