ମହାମାରୀ ଭିତରେ କାନାଡାରେ ରହସ୍ୟମୟ ରୋଗ, ସ୍ୱପ୍ନରେ ଆସୁଛନ୍ତି ମୃତବ୍ୟକ୍ତି

କାନାଡାରେ ରହସ୍ୟମୟ ରୋଗ

କ୍ୟୁବେକ୍: କରୋନା ଭାଇରସ ବିରୋଧରେ ଲଢୁଥିବା ପାଇଁ ଦୁନିଆ ପାଇଁ ଆସିଛି ଆଉ ଗୋଟିଏ ଖରାପ ଖବର । କାନାଡାରେ ପାଦ ଥାପିଛି ଏମିତି ଏକ ଭୟଙ୍କର ରୋଗ ଯାହା ବିଶେଷଜ୍ଞଙ୍କ ନିଦ ଉଡାଇ ଦେଇଛି । କାନାଡାର ଗୋଟିଏ ପ୍ରଦେଶର ଅତିକମରେ ୪୮ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ନିଦ୍ରାହିନତା, ଅଙ୍ଗରେ ଶିଥିଳତା ଓ ମତିଭ୍ରମର ଶିକାର ହେଉଛନ୍ତି । ଏହି ଲୋକଙ୍କ ସ୍ୱପ୍ନରେ ମୃତବ୍ୟକ୍ତି ଆସୁଛନ୍ତି । ଏହି ସୂଚନା ଆଧାରରେ ରୋଗର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ନ୍ୟୁରୋଲଜିଷ୍ଟ୍ ଦିନରାତି ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ କାନାଡାରେ କାଓ ଡିଜିଜ୍ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ରୋଗ କ’ଣ ଜାଣିବାକୁ ଚେଷ୍ଟା କରୁଛନ୍ତି ବୈଜ୍ଞାନିକ

ଦାବି କରାଯାଉଛି ଯେ, ଏହି ରୋଗ ମୋବାଇଲ ଟାୱାରରୁ ହେଉଥିବା ରେଡିଏସନ୍ କାରଣରୁ ହେଉଛି ।  ଆହୁରି ମଧ୍ୟ ଅନେକ ଏହି ରୋଗ ପାଇଁ କରୋନା ଭ୍ୟାକ୍ସିନକୁ ଦାୟୀ କରୁଛନ୍ତି । ତେବେ ଏଭଳି ଦାବିର କୌଣସି ବୈଜ୍ଞାନିକ କାରଣ ଏପର୍ଯ୍ୟନ୍ତ କେହି ରଖି ପାରିନାହାନ୍ତି । ତେବେ ରୋଗର ଲକ୍ଷଣ କାନାଡର ଚିକିତ୍ସା ପ୍ରତିଷ୍ଠାନଗୁଡିକୁ ଚକିତ କରିଦେଇଛି । ଏବେ ଦୁନିଆର ପ୍ରତିଷ୍ଠିତ ନ୍ୟୁରୋଲୋଜିଷ୍ଟ୍ ଏହି ରୋଗର ରହସ୍ୟ ଉଦଘାଟନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

କନାଡାରେ ଏପର୍ଯ୍ୟନ୍ତ ରୋଗରେ ମଲେଣି ୬

ଆଟଲାଣ୍ଟିକ୍ ଉପକୂଳରେ ଥିବା ନ୍ୟୁ ବ୍ରଂସବିକ୍ ପ୍ରଦେଶରେ ଏହି ରୋଗର ସବୁ ମାମଲା ଆସିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଗତ ୬ ବର୍ଷ ମଧ୍ୟରେ ଏହି ରୋଗରେ ୪୮ ଜଣ ପଡିଲେଣି । ଯେଉଁମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । 

ବୈଜ୍ଞାନିକଙ୍କ ପାଖରେ ମଧ୍ୟ ନାହିଁ ଉତ୍ତର

ଲୋକ ରୋଗକୁ ନେଇ ଆତଙ୍କିତ ଥିବା ବେଳେ ବୈଜ୍ଞାନିକ ମଧ୍ୟ ଏହାର କାରଣ କ’ଣ ଏପର୍ଯ୍ୟନ୍ତ ଜାଣି ପାରିନାହାନ୍ତି । ରୋଗ ପରିବେଶରୁ ବ୍ୟାପୁଛି କି ଏହା ଆନୁବଂଶିକ କିମ୍ବା ଜଙ୍ଗଲି ମାଂସ ଖାଇବା ଦ୍ୱାରା ଏହା ହେଉଛି ,ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ବୈଜ୍ଞାନିକ ପାଇ ନାହାନ୍ତି ।

କରୋନା କାରଣରୁ ନଜରରୁ ହଟିଥିଲା ରୋଗ

କାନାଡାରେ ୧୫ ମାସ ପୂର୍ବେ କରୋନା ପ୍ରବେଶ କରିଥିଲା । କରୋନା ଆତଙ୍କ ଭିତରେ ସରକାର ଓ ଲୋକଙ୍କ ଧ୍ୟାନ ଏହି ରୋଗ ଉପରୁ ହଟି ଯାଇଥିଲା । କରୋନା ମହାମାରୀ କାରଣରୁ ରୋଗର ଭୟାବହତା ଗମ୍ଭୀରତାକୁ ବୁଝିବାରେ ବିଶେଷଜ୍ଞ ଭୂଲ କରିଥିଲେ । ଏହି ରୋଗ ସମ୍ପର୍କରେ ସାର୍ବଜନିକ ସୂଚନା ମାର୍ଚ୍ଚ ମାସରେ ଦିଆଯାଇଥିଲା ।

ମାନସିକ ରୋଗର ତଦନ୍ତକୁ ନେଇ ପର୍ଯ୍ୟାପ୍ତ ଅଧ୍ୟୟନର ଅଭାବ

ଏହି ରୋଗର କାରଣ ଖୋଜୁଥିବା ଡାକ୍ତରଙ୍କ କହିବା ହେଉଛି ଏହି ରୋଗକୁ ନେଇ ଧିମା ପ୍ରତିକ୍ରିୟା ମହାମାରୀ କାଳରେ ଅନ୍ୟ ଚିକିତ୍ସା ସ୍ଥିତିର ଆହ୍ୱାନକୁ ରେଖାଙ୍କିତ କରୁଛି । ସେମାନେ କହୁଛନ୍ତି ଯେ, କରୋନା କାରଣରୁ ଲୋକ ଏହି ରୋଗକୁ ବିଶେଷ ଗୁରୁତ୍ୱ ଦେଉ ନାହାନ୍ତି । ଚିକିତ୍ସା ବିଜ୍ଞାନରେ ଅସାଧାରଣ ପ୍ରଗତି ସତ୍ୱେ ମାନସିକ ରୋଗ ବା ନ୍ୟୁରୋ ସମ୍ବନ୍ଧିତ ରୋଗକୁ ନେଇ ଆମ ପାଖରେ ସୂଚନାର କେତେ ଅଭାବ ରହିଛି ତାହା ଏହି ରୋଗ କହୁଛି ବୋଲି ବିଶେଷଜ୍ଞଙ୍କ ମତ

୪୮ ଜଣ ଲୋକ ରୋଗରେ ଆକ୍ରାନ୍ତbrain diseaseCanada new brunswickcoronavirus pandemiccow diseasemysterious brain syndromeseeing dead ones in dreamକରୋନା ଭ୍ୟାକ୍ସିନକାନାଡାନ୍ୟୁ ବ୍ରଂସବିକ୍ନ୍ୟୁରୋ ସମ୍ବନ୍ଧିତ ରୋଗନ୍ୟୁରୋଲଜିଷ୍ଟ୍ମାନସିକ ରୋଗମୋବାଇଲ ଟାୱାରରହସ୍ୟମୟ ରୋଗସ୍ୱପ୍ନରେ ମୃତବ୍ୟକ୍ତି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami