ବିଶ୍ୱର ବିଭିନ୍ନ ଦେଶରେ ଦୁଷ୍କରମକାରୀଙ୍କୁ ମିଳେ ଭୟଙ୍କର ସଜ୍ଜା, ଶୁଣିଲେ ଉଡ଼ିଯିବ ହୋସ

ଗୁରୁବାର ଦିନ ପାକିସ୍ତାନୀ ସଂସଦ ଏଭଳି ଗୋଟିଏ ବିଧେୟକକୁ ସ୍ୱିକୃତି ଦେଇଛି ଯାହା ଦ୍ୱାରା ଅଭ୍ୟାସଗତ ବଳାତ୍କାରୀଙ୍କୁ ନଂପୁସକ କରାଯିବ । ପାକିସ୍ତାନରେ ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇବା ପରେ ସେଠାକାର ସରକାର ଗୋଟିଏ ଅଧ୍ୟାଦେଶ ଆଣିଥିଲେ । ଏହି ଅଧ୍ୟାଦେଶ ଅନୁସାରେ ବଳାତ୍କାରୀଙ୍କୁ ନଂପୁସକ କରିବାର ପ୍ରାବଧାନ ଥିଲା । ଏହା ସହିତ ବଳାତ୍କାର ମାମଲାର ଫାଷ୍ଟ୍ ଟ୍ରାକ୍ ଶୁଣାଣିର ମଧ୍ୟ ଏଥିରେ ବ୍ୟବସ୍ଥା ଥିଲା । ତେବେ ଏହି ଅଧ୍ୟାଦେଶକୁ ଗୁରୁବାର ଦିନ ସଂସଦର ମଂଜୁରୀ ମିଳିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ମଧ୍ୟ ଭାରତ ଭଳି ଅଧ୍ୟାଦେଶ ବଳରେ ସରକାର ନୂଆ ଆଇନ ଆଣି ପାରନ୍ତି କିନ୍ତୁ ପରେ ତାକୁ ସଂସଦର ସ୍ୱିକୃତୀ ଆବଶ୍ୟକତା ପଡିଥାଏତେବେ ଆସନ୍ତୁ ଜାଣିବା ବିଭିନ୍ନ ଦେଶରେ ଦୁଷ୍କର୍ମକାରୀଙ୍କୁ କେଉଁଭଳି ଚରମ ଶାସ୍ତି ମିଳିଥାଏ…

ନଂପୂସକ ହେବେ ଦୁଷ୍କର୍ମକାରୀ

ପାକିସ୍ତାନର ନୂଆ ଆଇନ ଅନୁସାରେ ଯଦି ଜଣେ ଦୁଷ୍କର୍ମକାରୀ ବିରୋଧରେ ପୂର୍ବରୁ ମଧ୍ୟ ସେହିଭଳି ଅଭିଯୋଗ ଥିବ ତେବେ ତାକୁ ଅଭ୍ୟାସଗତ ଦୁଷ୍କର୍ମକାରୀ ଭାବେ ଗ୍ରହଣ କରାଯିବ । ଏଭଳି ଅଭ୍ୟାସଗତ ବଳାତ୍କାରୀଙ୍କୁ କେମିକାଲ ପ୍ରୟୋଗ କରି ନଂପୁସକ କରାଯିବ । ସୂଚନାଯୋଗ୍ୟ ଯେ, ଏଭଳି କେମିକାଲ ଦ୍ୱାରା ଜଣେ ଦୁଷ୍କର୍ମକାରୀର ଯୌନ ସଂପର୍କ ରଖିବା କ୍ଷମତା ଲୋପା ପାଇଥାଏ ।

ଚୀନରେ ଦୁଷ୍କର୍ମକାରୀଙ୍କୁ ଫାସୀ

ଚୀନରେ ଦୁଷ୍କର୍ମକାରୀଙ୍କୁ ସିଧା ସଳଖ ଫାସୀ ଦିଆଯାଇଥାଏ । ଏହା ସହିତ କିଛି ମାମଲାରେ ଦୁଷ୍କର୍ମକାରୀଙ୍କୁ ବିଦ୍ୟୁତ୍ ଆଘାତ ଦେଇ ମଧ୍ୟ ହତ୍ୟା କରାଯାଇଥାଏ । ଏହା ସହିତ ଚୀନରେ ଦୁଷ୍କର୍ମକାରୀଙ୍କ ପ୍ରାଇଭେଟ୍ ପାର୍ଟ ବିକୃତ କରିବାର ମଧ୍ୟ ଆଇନ ରହିଛି । ଚୀନରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଲୋକଙ୍କୁ ଫାସୀ ଦିଆଯାଇଥାଏ । ଏହା ମଧ୍ୟରେ ଦୁଷ୍କର୍ମକାରୀ ମଧ୍ୟ ରହିଛନ୍ତି । ତେବେ କେତେ ସଂଖ୍ୟକ ବଳାତ୍କାରୀଙ୍କୁ ଫାସୀ ଦିଆଯାଏ ସେ ବାବଦରେ କୌଣସି ସୂଚନା ନାହିଁ ।

ସାଉଦି ଆରବରେ ମୁଣ୍ଡକାଟ

ସାଉଦି ଆରବ ନିଜର କଠୋର ଆଇନ ପାଇଁ ଦୁନିଆରେ କୁଖ୍ୟାତ । ଏଠାରେ ଛୋଟମୋଟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ମିଳିଥାଏ । ଏମିତିରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବା କିଛି ବଡ଼ କଥା ନୁହେଁ । ଏହି ଦେଶର ଦୁଷ୍କର୍ମକାରୀଙ୍କୁ ସର୍ବସାଧରଣରେ ମୃତ୍ୟୁଦଣ୍ଡ ଦିଆଯାଇଥାଏ । ବଳାତ୍କାରୀର ମୁଣ୍ଡକାଟ ପବ୍ଲିକରେ ହୋଇଥାଏ । ସୂଚନାଯୋଗ୍ୟ ଯେ, ସାଉଦି ଆରବରେ ଚୋରି କରି ଧରାପଡିଲେ ହାତ କାଟି ଦିଆଯାଇଥାଏ ।

ଉତ୍ତର କୋରିଆରେ ମୁଣ୍ଡକୁ ଗୁଳି

କିମ୍ ଜୋଙ୍ଗ୍ ଉନ୍ ନିଜେ ମୌଜ ମଜଲିସ ପାଇଁ ୨ ହଜାର ଝିଅଙ୍କୁ ନେଇ ଗଠିତ ପ୍ଲିଜର ସ୍କ୍ୱାର୍ଡ୍ ରଖିଛନ୍ତି । ଏହି ସ୍କ୍ୱାର୍ଡରେ ୧୪ବର୍ଷରୁ ୨୬ ବର୍ଷ ମଧ୍ୟରେ ଝିଅଙ୍କୁ ସାମିଲ କରାଯାଇଥାଏ । ଦେଶର ବିଭିନ୍ନ ଅଂଚଳରୁ ଏହି ଝିଅମାନଙ୍କୁ ସଂଗ୍ରହ କରାଯାଇଥାଏ । ସେମାନେ ଏକରକମ କିମଙ୍କ ଯୌନଦାସୀ ଭାବେ କାର୍ଯ୍ୟ କରିଥାନ୍ତି । ସେମାନଙ୍କ କାମ କିମ୍ ଓ ତାଙ୍କ ଖାସ ଅନୁଚରଙ୍କୁ ଯୌନ ସୁଖ ପ୍ରଦାନ କରିବା । କିନ୍ତୁ ଲୋକ ଦେଖାଣିଆ ଭାବେ କିମ୍ ଓ ତାଙ୍କ ପରିବାର ଦୁଷ୍କର୍ମ ଘଟଣା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଉତ୍ତର କୋରିଆରେ ଯଦି କୌଣସି ବ୍ୟକ୍ତି ଦୁଷ୍କର୍ମ କରି ଧରା ପଡେ ତେବେ ତା’ ମୁଣ୍ଡକୁ ଗୁଳି ମରାଯାଇଥାଏ । କେବଳ ଏତିକି ନୁହେଁ ନିଜ ଇମେଜ ଗଢିବା ପାଇଁ ବେଳେ ବେଳେ କିମ୍ ସରକାର ବଳାତ୍କାରୀକୁ ଆଣ୍ଟି ଏୟାରକ୍ରାଫ୍ଟ ଗନ ସାମ୍ନାରେ ଛିଡା କରିଥାନ୍ତି । ବିମାନ ଭେଦି ଗୁଳି ଦ୍ୱାରା ଜଣେ ମଣିଷର ଅବସ୍ଥା କ’ଣ ହେଉଥିବ ସହଜରେ ଅନୁମେୟ ।

ଆମେରିକାରେ ମଧ୍ୟ ମୃତ୍ୟୁଦଣ୍ଡ

ଆମେରିକାରେ ମଧ୍ୟ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ମିଳିଥାଏ । ଏହି ଦେଶରେ ଦୁଇ ପ୍ରକାରର ଆଇନ ରହିଛି । ଗୋଟିଏ ରାଜ୍ୟଙ୍କ ଆଇନ ଓ ଅନ୍ୟଟି ସଂଘୀୟ ସରକାର ଆଇନ । ରାଜ୍ୟ ଆଇନ ପ୍ରତି ରାଜ୍ୟରେ ଅଲଗା ହୋଇଥାଏ କିଛି ରାଜ୍ୟରେ ଦୁଷ୍କର୍ମକାରୀକୁ ଫାସୀ ମିଳିଥାଏ । କିନ୍ତୁ ସଂଘୀୟ ଆଇନରେ ଦୁଷ୍କର୍ମ ପାଇଁ ୩୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।

america capital punishmentcapital punishmentevildoersevildoers in chinahang till deathimpotence punishment for rapistsKim Jong-unnorth korea capital punishmentnorth korea pleasure squadpakistan parliamentrape crimes in pakistanrapists in america sentence to deathsaudi arabia capital punishmentଆମେରିକାରେ ମଧ୍ୟ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡଉତ୍ତର କୋରିଆରେ ମୁଣ୍ଡକୁ ଗୁଳିକିମ୍ ଜୋଙ୍ଗ୍ ଉନ୍ଚୀନରେ ଦୁଷ୍କର୍ମକାରୀଦୁଷ୍କର୍ମକାରୀପାକିସ୍ତାନୀ ସଂସଦପ୍ଲିଜର ସ୍କ୍ୱାର୍ଡ୍ଫାସୀବଳାତ୍କାରୀଙ୍କୁ ନଂପୁସକସାଉଦି ଆରବ କଠୋର ଆଇନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami