ଆର୍ୟଲାଣ୍ଡର ଶତାଧିକ ବର୍ଷ ପୁରୁଣା ଶିବଲିଙ୍ଗ, କ’ଣ ଏହାର ରହସ୍ୟ

ପୃଥିବୀର ସବୁଠାରୁ ବଡ଼ ଶିବଲିଙ୍ଗ କେଉଁଠାରେ ଅଛି ଜାଣିଛନ୍ତି କି ? ପୃଥିବୀର ସବୁଠୁ ବଡ ଶିବଲିଙ୍ଗ ଭାରତ ନୁହେଁ ଆର୍ୟଲାଣ୍ଡରେ ରହିଛି । ଶହ ଶହ ବର୍ଷ ତଳେ ଆର୍ୟଲାଣ୍ଡରେ ଏହି ଶିବଲିଙ୍ଗର ଉପାସନା କରାଯାଉଥିଲା । ଖ୍ରୀଷ୍ଟଧର୍ମକୁ ଧର୍ମାନ୍ତରିତ ହୋଇନଥିବା ଆର୍ୟଲାଣ୍ଡର ମୁର୍ତ୍ତିପୂଜକ ବା ପାଗନ ମାନେ ଏହାର ଉପାସନା କରୁଥିଲେ । ଏକ ସମତଳ ଭୂମି ଉପରେ ଥିବା ଏହି ଶିବଲିଙ୍ଗ ଚାରିପଟେ ପଥରର ଗୋଲାକାର ଚଉତାର ତିଆରି ହୋଇଛି ।

ଆର୍ୟଲାଣ୍ଡର କାଉଣ୍ଟି ମିଥରେ ଏକ ପର୍ବତ ରହିଛି । ଏହି ପର୍ବତର ଉପରରିଭାଗରେ ଥିବା ସମତଳ ଅଂଚଳରେ ପଥରର ଗୋଲାକାର ଚଉତରା ମଧ୍ୟରେ ଏହି ଲିଙ୍ଗକୁ ସ୍ଥାପିତ କରାଯାଇଥିଲା । ତେବେ କେବେ ଓ କିଏ ଏହାକୁ ଏଠାରେ ପ୍ରତିଷ୍ଠା କରିଥିଲା ସେନେଇ କାହା ପାଖରେ କୌଣସି ପ୍ରାମାଣିକ ସୂଚନା ନାହିଁ । ତେବେ ଏଠାକାର ଲୋକ ଏହାକୁ ଏକ ରହସ୍ୟମୟ ପଥର ଭାବେ ଗ୍ରହଣ କରିଥାନ୍ତି, ଯାହାର ଯାଦୁକରୀ ଶକ୍ତି ରହିଛି ।

ଖ୍ରୀଷ୍ଟପୂର୍ବ ୧୬୩୨ରୁ ୧୬୩୬ ମଧ୍ୟର ଏକ ଫରାସୀ ଭିକ୍ଷୁଙ୍କ ପ୍ରାଚୀନ ଦସ୍ତାବିଜ୍- ଦ ମାଇନର୍ସ ଅଫ୍ ଦ କୋର୍ ମାଷ୍ଟର୍ସ ଅନୁସାରେ କିଛି ବିଶେଷ ଜାଦୁକରୀ ଶକ୍ତି ରଖୁଥିବା ଏକ ଗ୍ରୁପର ନେତା ତୁଥା ଡି ଦେନନ୍ ଏହାକୁ ପ୍ରତିଷ୍ଠା କରିଥିଲେ । ଏହି ଦସ୍ତାବିଜକୁ ୧୬୩୨ରୁ ୧୬୩୬ ମଧ୍ୟରେ ଲେଖାଯାଇଥିଲ । କିଛି ବୈଜ୍ଞାନିକଙ୍କ ଅନୁସାରେ ଆର୍ୟଲାଣ୍ଡରେ ବ୍ରୋଂଜ୍ ତିଆରି କରିବା ଏହି ଗ୍ରୁପର ଲୋକ ଆରମ୍ଭ କରିଥିଲେ ।

ତୁଥା ଡି ଦେନନର ଅର୍ଥ ହେଉଛି ଦେବି ଦାନୁଙ୍କ ସନ୍ତାନ । ସେମାନେ ଖ୍ରୀଷ୍ଟପୂର୍ବ ୧୮୯୭ରୁ ଖ୍ରୀଷ୍ଟପୂର୍ବ ୧୭୦୦ ମଧ୍ୟରେ ଆର୍ୟଲାଣ୍ଡ୍ ଉପରେ ଶାସନ କରୁଥିଲେ । ଖ୍ରୀଷ୍ଟଧର୍ମର ଭିକ୍ଷୁ ମାନେ ଏହି ପଥରରେ ପ୍ରଜନନ କ୍ଷମତାର ପ୍ରତୀକକୁ ଦେଖିଥିଲେ । ଏହା ଏତେ ମହତ୍ୱପୂର୍ଣ୍ଣ ଥିଲା ଯେ, ୫ଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସବୁ ରାଜାଙ୍କ ରାଜ୍ୟାଭିଷେକରେ ଏହି ପଥରର ଉପଯୋଗ ହୋଇଥିଲା ।

ୟୁରୋପୀୟ ପରମ୍ପରାରେ ଦେବୀ ଦାନୁ ଏକ ନଦୀର ଦେବୀ ଥିଲେ । ଦେନ୍ୟୁବ, ଦୋନ୍, ଡନିପର ଓ ଡିନିଏଷ୍ଟର ନଦୀ ମଧ୍ୟ ଏହି ଦେବୀଙ୍କ ସହିତ ସମ୍ପର୍କିତ । କିଛି ଆଇରିସ ଗ୍ରନ୍ଥରେ ଏହି ଦେବୀଙ୍କ ପିତାଙ୍କୁ ଦାଗଦା ବୋଲି କୁହାଯାଇଛି । ଦାଗଦା ଶବ୍ଦର ଅର୍ଥ ହେଉଛି ସବୁଠାରୁ ଭଲ ଭଗବାନ । ହିନ୍ଦୁ ଧର୍ମ ଗ୍ରନ୍ଥ ବେଦରେ ମଧ୍ୟ ଦେବୀ ଦାନୁଙ୍କ ଉଲ୍ଲେଖ ମିଳିଥାଏ । ବେଦର ଦେବୀ ଦାନୁ ଦକ୍ଷଙ୍କ ଝିଅ ଓ ମହର୍ଷୀ କଶ୍ୟପଙ୍କ ପତ୍ନୀ ଥିଲେ । ସିଏ ମଧ୍ୟ ନଦୀଙ୍କ ଦେବୀ ଥିଲେ । ସଂସ୍କୃତରେ ଦାନୁ ଶବ୍ଦର ଅର୍ଥ ହେଉଛି ‘ପ୍ରବାହିତ ପାଣି’ଦକ୍ଷଙ୍କର ଦୁଇ ଝିଅ ଥିଲେ । ଜଣେ ଝିଅ ସତୀ ଭଗବାନ ଶିବଙ୍କୁ ବିବାହ କରିଥିଲେ ।

ନିକଟ ଅତିତରେ ଆର୍ୟଲାଣ୍ଡର ଏହି ଶିବଲିଙ୍ଗକୁ ନଷ୍ଟ କରିବାକୁ ଉଦ୍ୟମ ହୋଇଛି । ଜୁନ୍ ୨୦୧୨ରେ ଜଣେ ବ୍ୟକ୍ତି ଶିବଲିଙ୍ଗ ଉପରେ ୧୨ ଥର ଆକ୍ରମଣ କରିଥିଲା । ଏହାପରେ ୨୦୧୪ରେ କେହି ଅଜ୍ଞାତ ବ୍ୟକ୍ତି ଶିବଲିଙ୍ଗ ତଳେ ଲାଲ ଓ ହଳଦିଆ ରଙ୍ଗ ପକାଇ ଏହାକୁ ଖରାପ କରିବାକୁ ଉଦ୍ୟମ କରିଥିଲା । ଏଠାକୁ ମଧ୍ୟ ଲୋକ କଳାଯାଦୁ କରିବାକୁ ଆସନ୍ତି ।

କେବଳ ଆର୍ୟଲାଣ୍ଡ ନୁହେଁ ବିଶ୍ୱର ଅନେକ ଦେଶରେ ଶିବଲିଙ୍ଗ ଆବିଷ୍କାର କରାଯାଉଛି । ଇସଲାମିକ ରାଷ୍ଟ୍ରଗୁଡିକରେ ମଧ୍ୟ ଶିବଲିଙ୍ଗ ଆବିଷ୍କାର ହେଉଛି । ଇସଲାମିକ ଷ୍ଟେଟ୍ ବା ଦଏସ ନିୟନ୍ତ୍ରଣରେ ଥିବା କିଛି ଅଂଚଳରୁ ନିକଟେର ଶିବଲିଙ୍ଗର ଅବଶେଷ ଆବିଷ୍କାର କରାଯାଇଥିଲା । ଯାହାକୁ ଇସଲାମିକ୍ ଷ୍ଟେଟ୍ ଧ୍ୱଂସ କରି ଦେଇଥିଲା ।

ancient shiva linga in irelandchristianity conversiondagda goddanu is daughter of the god Dakshadanubedevi sati married to Lord Shivadnieper riverdniester riverdonaueuropean cultureflowing waterfrench monkgoddess danu childgoddess danu riverhill of taraHindu mythologyIrelandireland county meath shivlingIrish mythologyislamic countries shivlingLord Shivamagical powersmaharshi kashyapa wifeMysterious stonepagan and idol worshippers of irelandparsisShiva Lingastone of destinytara hills irelandThe Miners of the Core Masterstuatha de danannworlds biggest shiva lingaଆର୍ୟଲାଣ୍ଡର କାଉଣ୍ଟି ମିଥରେଆର୍ୟଲାଣ୍ଡର ମୁର୍ତ୍ତିପୂଜକ ବା ପାଗନଇସଲାମିକ ରାଷ୍ଟ୍ରଖ୍ରୀଷ୍ଟଧର୍ମକୁ ଧର୍ମାନ୍ତରିତଡନିପର ଓ ଡିନିଏଷ୍ଟର ନଦୀତୁଥା ଡି ଦେନନ୍ଦ ମାଇନର୍ସ ଅଫ୍ ଦ କୋର୍ ମାଷ୍ଟର୍ସଦାଗଦାଦେନ୍ୟୁବଦେବି ଦାନୁଙ୍କ ସନ୍ତାନଦୋନ୍ପ୍ରବାହିତ ପାଣିଫରାସୀ ଭିକ୍ଷୁଙ୍କ ପ୍ରାଚୀନ ଦସ୍ତାବିଜ୍ବଡ଼ ଶିବଲିଙ୍ଗମହର୍ଷୀ କଶ୍ୟପଙ୍କ ପତ୍ନୀଯାଦୁକରୀ ଶକ୍ତିୟୁରୋପୀୟ ପରମ୍ପରାରେ ଦେବୀ ଦାନୁ ଏକ ନଦୀୟୁରୋପୀୟ ପରମ୍ପରାରେ ଦେବୀ ଦାନୁ ଏକ ନଦୀର ଦେବୀ ଥିଲେ । ଦେନ୍ୟୁବରହସ୍ୟମୟ ପଥରଶିବଲିଙ୍ଗଶିବଲିଙ୍ଗ ଚାରିପଟେ ପଥରର ଗୋଲାକାର ଚଉତାରହିନ୍ଦୁ ଧର୍ମ ଗ୍ରନ୍ଥ ବେଦରେ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami