UPI ପେମେଣ୍ଚକୁ ନେଇ ଆପଣ ବି ସନ୍ଦେହରେ ଅଛନ୍ତି କି ,8 ବିନ୍ଦୁରେ ଜାଣନ୍ତୁ ପୁରା ତଥ୍ୟ

ୟୁପିଆଇ ମାଧ୍ୟମରେ ଟଙ୍କା ଦେବା ମହଙ୍ଗା ହେବ2000 ଟଙ୍କାରୁ ଅଧିକ ପେମେଣ୍ଟ୍ ଉପରେ 1.1 ପ୍ରତିଶତ ଇଣ୍ଟରଚେଂଜ୍ ଫି ଦେବାକୁ ପଡ଼ିବ ବୋଲି ଗତକାଲି ଖବର ଆସିବା ପରେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ବିଶେଷଜ୍ଞ ମାନେ ମନଇଛା ତଥ୍ୟ ରଖିବା ପରେ ଏବେ ଏନସିପିଆଇ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛି। ଏନସିପିଆଇ ଅନୁସାରେ ୟୁପିଆଇ ଜରିଆରେ ପେମେଣ୍ଟ ଆଗଭଳି ଗ୍ରାହକଙ୍କ ପାଇଁ ମାଗଣା ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ଆସନ୍ତୁ ଆପଣଙ୍କ ଦୈନନ୍ଦିନ ବୁଝିବା ଭାଷାରେ ଜାଣିବା ପ୍ରକୃତ ଘଟଣା କଣ

• ୟୁପିଆଇ ଆକାଉଣ୍ଟ ସହିତ ଯୋଡ଼ା ହୋଇଥିବା ବ୍ୟାଙ୍କ ଆକାଉଣ୍ଟ୍ ଦ୍ୱାରା ଟଙ୍କା ଦେବା ଉପରେ ମଧ୍ୟ ଚାର୍ଜେସ୍ ଦେବାକୁ ପଡିବ କି

ଏହାର ଉତ୍ତର ହେଉଛି ନା। ଯଦି ଆପଣ ୟୁପିଆଇ ଜରିଆରେ କୌଣସି ଦୋକାନୀଙ୍କୁ ଟଙ୍କା ଦେଉଛନ୍ତି ଓ ଦେବା ବେଳେ ବ୍ୟାଙ୍କ ଆକାଉଣ୍ଟକୁ ବାଛୁଛନ୍ତି ତେବେ ଆପଣଙ୍କୁ କୌଣସି ଚାର୍ଜେସ ଦେବାକୁ ପଡ଼ିବ ନାହିଁଆକାଉଣ୍ଟରୁ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର ଉପରେ ଚାର୍ଜେସ ନାହିଁ।

• ପରିବା ଦୋକାନୀଙ୍କଠାରୁ 2001 ଟଙ୍କାର ପରିବା କିଣିବା ପରେ ତାଙ୍କୁ ୟୁପିଆଇ ପେମେଣ୍ଟ୍ କଲେ ଚାର୍ଜ୍ ଦେବାକୁ ପଡିବ କି

ଯଦି ପରିବା ଦୋକାନୀଙ୍କ ବ୍ୟାଙ୍କ ଖାତା ଜରିଆରେ ୟୁପିଆଇ ପେମେଣ୍ଟ କରିବେ(ଆପଣ ୟୁପିଆଇ ପେମେଣ୍ଟ୍ ନିଜ ବ୍ୟାଙ୍କ ଆକାଉଣ୍ଟ୍ ଜରିଆରେ କରିଥିବେ) ତେବେ ନା ଆପଣଙ୍କୁ ନା ଦୋକାନୀଙ୍କୁ କାହାରିକି ମଧ୍ୟ ଚାର୍ଜେସ୍ ଦେବାକୁ ପଡିବ ନାହିଁ।

• ଯଦି ଦୋକାନୀଙ୍କୁ 2 ହଜାର ଟଙ୍କା ୱାଲେଟ୍ ଜରିଆରେ ପେମେଣ୍ଟ୍ କରନ୍ତି ତେବେ କଣ ଆପଣଙ୍କୁ ଚାର୍ଜେସ୍ ଦେବାକୁ ପଡିବ କି

ନା,2 ହଜାର ଟଙ୍କାର ୟୁପିଆଇ ପେମେଣ୍ଟ୍ ଯଦି ଆପଣ ୱାଲେଟ୍ ଜରିଆରେ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଚାର୍ଜେସ ଦେବାକୁ ପଡ଼ିବ ନାହିଁ।

• ଆପଣ ୟୁପିଆଇ ୱାଲେଟ୍ ଜରିଆରେ 2 ହଜାରରୁ ଅଧିକ ଟଙ୍କା ପେମେଣ୍ଟ୍ କଲେ ଚାର୍ଜେସ୍ ଦେବାକୁ ପଡିବ କି

ନା, ଗ୍ରାହକ ଭାବେ ଯଦି ଆପଣ 2 ହଜାରରୁ ଅଧିକ ଟଙ୍କା ୱାଲେଟ୍ ଜରିଆରେ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଚାର୍ଜେସ୍ ଦେବାକୁ ପଡ଼ିବ ନାହିଁ।

• ମୁଁ ଜଣେ ଦୋକାନୀ ଯଦି କୌଣସି ଗ୍ରାହକ ମୋତେ 2 ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ କରନ୍ତି ତେବେ ମୋତେ ଚାର୍ଜେସ୍ ଦେବାକୁ ପଡି଼ବ କି

ଯଦି ଗ୍ରାହକ ଆପଣଙ୍କୁ ୟୁପିଆଇ ବ୍ୟାଙ୍କ୍ ଆକାଉଣ୍ଟ୍ ଜରିଆରେ ପେମେଣ୍ଟ୍ କରନ୍ତି ତେବେ କୌଣସି ଚାର୍ଜେସ ଦେବାକୁ ପଡିବ ନାହିଁ। କିନ୍ତୁ ଯଦି ଗ୍ରାହକ ଆପଣଙ୍କୁ ୱାଲେଟ୍ ଜରିଆରେ 2 ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ କରନ୍ତି ତେବେଆପଣଙ୍କୁ ଚାର୍ଜେସ୍ ଦେବାକୁ ପଡ଼ିବ। ଏହା ଏଥିପାଇଁ ହେବ ଯେ, ଆପଣଙ୍କୁ ଇଣ୍ଟରଚେଂଜ୍ ଫିସ୍ ଦେବାକୁ ପଡ଼ିବ।

• ୱାଲେଟରେ ଟଙ୍କା ରଖିବା ପାଇଁ କୌଣସି ଚାର୍ଜେସ୍ ଦେବାକୁ ପଡି଼ବ କିନା, ୱାଲେଟରେ ଟଙ୍କା ରଖିବା ପାଇଁ ଆପଣଙ୍କୁ କୌଣସି ଚାର୍ଜେସ୍ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୱାଲେଟ୍ ଜରିଆରେ 2 ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ କରିଲେ ସରଚାର୍ଜ୍ ଦେବାକୁ ପଡ଼ିବ।

• ମୁଁ କ୍ରେଡ଼ିଟ୍ କାର୍ଡ୍ ବିଲ୍ ୱାଲେଟ୍ ଜରିଆରେ ଦେଇଥାଏ,ମୋତେ ଚାର୍ଜେସ୍ ପଡ଼ିବ କି

ହଁ,ୱାଲେଟ୍ ଜରିଆରେ କ୍ରେଡିଟ୍ କାର୍ଡ୍ ବିଲ୍ ପେମେଣ୍ଟ୍ କଲେ ସରଚାର୍ଜ୍ ଦେବାକୁ ପଡିବ।

• ଗ୍ରାହକ ଭାବେ ସିଧାସିଧା କୁହନ୍ତୁ ମୋତେ ଚାର୍ଜେସ୍ କେଉଁଠି କେଉଁଠି ଦେବାକୁ ପଡ଼ିବ

ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ୍ ଜରିଆରେ ୟୁପିଆଇ ପେମେଣ୍ଟ୍ କରୁଛନ୍ତି ତେବେ ନା ଗ୍ରାହକ ନା ବ୍ୟବସାୟୀ କାହାରିକି ମଧ୍ୟ ଚାର୍ଜେସ୍ ଦେବାକୁ ପଡ଼ିବ ନାହିଁ। ଏମିତିକି ଗ୍ରାହକ ଯଦି ୱାଲେଟ୍ ଜରିଆରେ 2 ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ କରନ୍ତି ତେବେ ମଧ୍ୟ ତାଙ୍କ ଉପରେ କୌଣସି ଚାର୍ଜେସ୍ ଲାଗିବ ନାହିଁ।

• ମୁଁ ଜଣେ ଦୋକାନୀ ମୋତେ ସିଧାସିଧା କୁହନ୍ତୁ ମୋତେ କେଉଁଠି କେଉଁଠି ଚାର୍ଜେସ୍ ଦେବାକୁ ପଡ଼ିବ

ଯଦି କୌଣସି ଗ୍ରାହକ ଆପଣଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କଡ୍ ୟୁପିଆଇ ଦ୍ୱାରା ପେମେଣ୍ଟ୍ କରନ୍ତି ତେବେ ନା ଗ୍ରାହକ ନା ଆପଣଙ୍କୁ କାହାରିକି ମଧ୍ୟ ଚାର୍ଜେସ୍ ଦେବାକୁ ପଡି଼ବ ନାହିଁ। କିନ୍ତୁ ଯଦି ଗ୍ରାହକ ୱାଲେଟ୍ ଜରିଆରେ 2 ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ କରନ୍ତି ତେବେ ଆପଣଙ୍କୁ ସରଚାର୍ଜ୍ ଦେବାକୁ ପଡିବ। ଯାହା ଇଣ୍ଟରଚେଂଜ୍ ଫିସ୍ ହୋଇଥାଏ।

npci charges for upinpci charges for upi transactionupi transaction charges from april 2023upi transaction charges latest newsupi transaction charges newsupi transaction latest newsupi transaction new chargesupi transaction new rulesupi transaction new rules 2023upi transaction newsupi transaction update
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami