ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ

୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁଉତ୍ତର ପ୍ରଦେଶ ନିର୍ବାଚନରୁ ଆରମ୍ଭ ହେବାକୁ ଥିବା ଏହି ରାଜନୈତିକ କୁମ୍ଭ ୨୦୨୪ ସାଧାରଣ ନିର୍ବାଚନର ମହାକୁମ୍ଭରେ ସରିବ । ଏହାରି ଭିତରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ, ବିଦ୍ରୋହୀ ଅନ୍ୟ ଦଳକୁ ଡେଇଁବେ । ପୁଣି କିଛି ନିଜ ବ୍ରାଣ୍ଡ୍ ପଲିଟିକାଲ ପାର୍ଟି ଗଢି ରାଜନୈତିକ ମୈଦାନକୁ ଓହ୍ଲାଇବେ । କଂଗ୍ରେସର ପ୍ରଥମ ପରିବାର ଉପରେ ଖପ୍ପା ହୋଇ ଦଳକୁ ଅଲବିଦା କହିଥିବା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନୂଆ ଦଳ ଗଠନ କରି ସେମିତି ସଂକେତ ଦେଇଛନ୍ତି । କେବଳ ଅମରିନ୍ଦର ନୁହନ୍ତି କୃଷକ ନେତା ମଧ୍ୟ ମୋଦି ସରକାରକୁ ନତମସ୍ତକ କରିବା ପରେ ରାଜନୈତିକ ମୈଦାନରେ ନିଜ ପାଇଁ ଭୋଟର ଭଲ ଫସଲ ଦେଖୁଛନ୍ତି । ତେଣୁ ଭାରତୀୟ କିସାନ ୟୁନିୟନ ନେତା ଗୁରନାମ ସିଂହ ଚଢନୀ ଦଳ ଗଠନ କଥା ଘୋଷଣା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପଂଜାବର ୧୧୭ ଆସନରେ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି । ତେବେ ଗୋଟିଏ ରାଜନୈତିକ ଦଳ ଗଠନ କରିବାକୁ କ’ଣ ସବୁ କରିବାକୁ ପଡିଥାଏ ? କେଉଁ ନିୟମ ଅନୁସାରେ ଏହା ପଂଜିକୃତ ହୋଇଥାଏ ? ଆସନ୍ତୁ ଜାଣିବା କେମିତି ଗୋଟିଏ ରାଜନୈତିକ ଦଳ ଗଠନ ହୋଇଥାଏ..

ପଂଜିକରଣ ଏମିତି ହୁଏ ..

୧. ନିର୍ବାଚନ ଆୟୋଗଙ୍କ ଅନୁସାରେ ଗୋଟିଏ ନୂଆ ରାଜନୈତିକ ଦଳ ଘୋଷଣାର ୩୦ ଦିନ ମଧ୍ୟରେ ପଂଜିକରଣ କରିବା ଜରୁରୀ । ରାଜନୈତିକ ଦଳର ପଂଜିକରଣ ପାଇଁ ଗୋଟିଏ ନୂଆ ଫର୍ମାଟରେ ଆବେଦନ କରିବାକୁ ପଡିଥାଏ । ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ ଆୟୋଗଙ୍କ ଅଫିସରୁ ଆବେଦନ ପତ୍ର ମିଳିଥାଏ । ଏହା ସହିତ ନିର୍ବାଚନ ଆୟୋଗଙ୍କ ଆଧିକାରିକ ୱେବସାଇଟରୁ ମଧ୍ୟ ଏହାକୁ ଡାଉନଲୋଡ୍ କରାଯାଇ ପାରିବ ।

୨. ଫର୍ମ ସହିତ ଦଳକୁ ୧୦ ହଜାର ଟଙ୍କାର ଡିମାଣ୍ଡ୍ ଡ୍ରାଫ୍ଟ ମଧ୍ୟ ଡିପୋଜିଟ୍ କରିବାକୁ ପଡିଥାଏ । ଏହା ସହିତ ଦଳର ସମ୍ବିଧାନ ମଧ୍ୟ ଜମା କରିବାକୁ ପଡିଥାଏ । ଏଥିରେ ଦଳର ନିୟମ ଓ ମାର୍ଗଦର୍ଶିକର ବିବରଣୀ ଦେବାକୁ ପଡିଥାଏ । ଦଳ ସହିତ ୧୦୦ ଜଣ ଭୋଟର ଜଡିତ ଥିବାର ପ୍ରମାଣ ମଧ୍ୟ ଦାଖଲ କରିବାକୁ ପଡେ ।

୩. ଦଳ ନାମରେ ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟ୍ ଥାଏ ତେବେ ତାହାର ବିବରଣୀ ମଧ୍ୟ ଦେବାକୁ ପଡିଥାଏ । ଏହା ସହିତ ଦୁଇଟି ଆଂଚଳିକ ଖବରକାଗଜ ଓ ଦୁଇଟି ଜାତୀୟ ଖବର କାଗଜରେ ଦଳର ନାମ ଘୋଷଣା ପ୍ରକାଶିତ କରିବାକୁ ମଧ୍ୟ କମିଶନ କହିପାରନ୍ତି ।

୪. ଆବେଦନ ପତ୍ର ସହିତ ଦଳ ସଭାପତି କିମ୍ବା ମହାସଚିବଙ୍କ ହସ୍ତାକ୍ଷର ଥିବା ଏକ ଶପଥ ପତ୍ର ମଧ୍ୟ କମିଶନଙ୍କୁ ଦେବାକୁ ପଡିଥାଏ । ଶପଥ ପତ୍ରରେ ଏହା ଉଲ୍ଲେଖ ଥାଏ ଯେ, ଦଳର କୌଣସି ସଦସ୍ୟ ଅନ୍ୟକୌଣସି ପଂଜିକୃତ ଦଳର ସଦସ୍ୟ ନୁହନ୍ତି । ଏହା ସହିତ ଦଳର ଅନ୍ୟ ୧୦୦ ଜଣଙ୍କୁ ମଧ୍ୟ ଅଲଗା ଭାବେ ଶପଥ ପତ୍ର ଦାଖଲ କରିବାକ ପଡିଥାଏ ଯେ, ସେମାନେ ଅନ୍ୟ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନାହାନ୍ତି ।

ନିର୍ବାଚନ କମିଶନରେ ପଂଜିକରଣ କାହିଁକି ଜରୁରୀ ?

ନିର୍ବାଚନ କମିଶନଙ୍କ ଅନୁସାରେ ଦଳର ପଂଜିକରଣ କରିବା ଅନିବାର୍ଯ୍ୟ ନୁହେଁ । ତେବେ ପଂଜିକୃତ ଦଳଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ । ଯେମିତି ନିର୍ବାଚନୀ ଚିହ୍ନ ଆବଣ୍ଟନରେ ପ୍ରାଥମିକତାନିର୍ବାଚନ କମିଶନଙ୍କ ନିୟମକୁ ଲାଗୁ କରିବା ପାଇଁ ଏମାନଙ୍କୁ ଭବିଷ୍ୟତରେ ଜାତୀୟ କିମ୍ବା ଆଂଚଳିକ ଦଳର ମାନ୍ୟତା ମିଳିଥାଏ । ଆଂଚଳିକ ଦଳର ମାନ୍ୟତା ପାଇବା ପରେ ଗୋଟିଏ ଦଳ ନିଜ ରାଜ୍ୟରେ ନିଜ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ବାଣ୍ଟିବା ପାଇଁ ସ୍ୱତନ୍ତ୍ର ହୋଇଯାଏ । ଅନ୍ୟପକ୍ଷରେ ଜାତୀୟ ଦଳର ମାନ୍ୟତା ପାଇଥିବା ଦଳ ଦେଶ ବ୍ୟାପି ନିଜ ପ୍ରାର୍ଥୀଙ୍କୁ ନିଜ ଚିହ୍ନ ପ୍ରଦାନ କରିଥାଏ ।

2022 voting season begins୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁ2024 elections୨୦୨୪ ସାଧାରଣ ନିର୍ବାଚନbrand political partiescaptain amarinder singh new political partyelection commissionhow to form a new political partyindian farmer union leader gurnam singh charunimodi govtpolitical party registrationstate election commission websiteuttar pradesh elections 2022vidhan sabha electionsଉତ୍ତର ପ୍ରଦେଶ ନିର୍ବାଚନନିର୍ବାଚନ ଆୟୋଗନିର୍ବାଚନ ଆୟୋଗଙ୍କ ଆଧିକାରିକ ୱେବସାଇଟବିଧାନସଭା ନିର୍ବାଚନବ୍ରାଣ୍ଡ୍ ପଲିଟିକାଲ ପାର୍ଟିଭାରତୀୟ କିସାନ ୟୁନିୟନ ନେତା ଗୁରନାମ ସିଂହ ଚଢନୀମୋଦି ସରକାରରାଜନୈତିକ ଦଳ ଗଠନରାଜନୈତିକ ଦଳର ପଂଜିକରଣ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami