କେମିତି ହୁଏ କଲେଜ ରାଙ୍କିଂ ? କେମିତି କଲେଜ ପାଆନ୍ତି ଟପ୍ ପୋଜିସନ ?

ଦ୍ୱାଦସ ବା ପ୍ଲସ ଟୁ ପରେ ପ୍ରାୟ ସମସ୍ତେ ଦେଶର ଟପ୍ କଲେଜରେ ନାମ ଲେଖାଇବାକୁ ଚାହାନ୍ତି । ଏଥିପାଇଁ ଇଛୁକ ପ୍ରାର୍ଥୀ ରାଙ୍କିଂ ଦେଖନ୍ତି ଯେ, କେଉଁ କଲେଜ ଟପ୍ ୧୦୦ ତାଲିକାରେ କେଉଁଠି ଅଛି । ତେବେ ଆପଣ ଜାଣିଛନ୍ତି କି ଦେଶର କଲେଜ ଓ ବିଶ୍ୱବିଦ୍ୟାଲୟ ରାଙ୍କିଂର ମାନଦଣ୍ଡ କ’ଣ । ଏଥିପାଇଁ ପ୍ରତି ବର୍ଷ ନ୍ୟାସନାଲ ଇନଷ୍ଟ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (NIRF) କଲେଜର ରାଙ୍କିଂ ଜାରି କରିଥାଏ ।

ଚଳିତ ବର୍ଷ ଆଇଆଇଟି ମାଡ୍ରାସ ଓଭରାଲ କ୍ୟାଟେଗୋରିରି ପ୍ରଥମ ସ୍ଥାନ ଅଧିକାର କରିଛି । ଦେଶର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟକୁ ରାଙ୍କିଂ ଦେବା ବେଳେ NIRF ପାଠପଢାର ଗୁଣବତ୍ତା ସହିତ ଅନ୍ୟ କିଛି ପାରାମିଟରର ଯାଂଚ କରିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସେସବୁ ପାରାମିଟର ।

କେଉଁ ଆଧାର ଓ କେଉଁ ଶ୍ରେଣୀରେ ହୋଇଥାଏ ରାଙ୍କିଂ ?

ଶିକ୍ଷାନୁଷ୍ଠାନ ଗୁଡିକୁ ରାଙ୍କିଂ ଦେବାର ଆରମ୍ଭ ୨୯ ଡିସେମ୍ବର ୨୦୧୫ରୁ ହୋଇଥିଲା । ଏପ୍ରିଲ ୪ ତାରିଖ ୨୦୧୬ରେ ପ୍ରଥମ କଲେଜ ରାଙ୍କିଂ ଲିଷ୍ଟ ଜାରି କରାଯାଇଥିଲା । NIRFକୌଣସି ଶିକ୍ଷାନୁଷ୍ଠାନର ରାଙ୍କିଂ ଜାରି କରିବା ପୂର୍ବରୁ ୫ ପାରାମିଟରରେ ଏହାକୁ ମାପିଥାଏ । ଏଥିରେ ଟିଚିଂ ଆଣ୍ଡ୍ ଲର୍ଣ୍ଣିଂ, ପର୍ସେପସନ୍, ରିସର୍ଚ୍ଚ ଆଣ୍ଡ ପ୍ରଫେସନାଲ ପ୍ରାକ୍ଟିସ, ଆଉଟ ରିଚ୍ ଆଣ୍ଡ୍ ଇନକ୍ଲିୟୁସିଭିଟି ଓ ଗ୍ରାଜୁଏସନ ଆଉଟକମ ସାମିଲ ରହିଥାଏ । ଏହି ୫ ପାରାମିଟରରେ ସବୁଥିଲେ ୨ରୁ ୫ ସବ୍ ପାରାମିଟର ଥାଏ । ଏହି ୫ ପାରାମିଟରରେ ମିଳିଥିବା ନମ୍ବରକୁ ମିଶାଇ ଯାଇ ମୋଟ ନମ୍ବର ଆଧାରରେ ରାଙ୍କିଂ ଦିଆଯାଏ ।

ଏତିକି କ୍ୟାଟେଗୋରିରେ ଦିଆଯାଇଥାଏ ରାଙ୍କ୍

ଏହି ପାରାମିଟର୍ସ ବ୍ୟତିତ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପାଇଁ ଦୁଇଟି ଅନ୍ୟ ସବ୍ ପାରାମିଟର୍ସ ଆଧାରରେ ରାଙ୍କିଂ ଦିଆଯାଇଥାଏ । ଏଥିରେ ଜର୍ଣ୍ଣାଲ ସାଇଟେଶନ ରିପୋର୍ଟରେ ପ୍ରଥମ କ୍ୱାର୍ଟାଇଲରେ ଜର୍ଣ୍ଣାଲର ପବ୍ଲିସ ରିସର୍ଚ୍ଚ ପେପର ଓ ଇଣ୍ଡକେସ୍ ସାମିଲ ହୋଇଥାଏ । ଅନ୍ୟପକ୍ଷରେ କ୍ୟାଟେଗୋରି କଥା ଯଦି କୁହାଯିବ ତେବେ, ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ ଏନଆଇଆରଏଫ ଦ୍ୱାରା ଯେଉଁ ରାଙ୍କିଂ ଜାରି କରାଯାଇଥାଏ, ସେଥିରେ ଶିକ୍ଷାନୁଷ୍ଠାନକୁ ୧୧ କ୍ୟାଟେଗୋରିରି ରାଙ୍କ୍ ଦିଆଯାଇଥାଏ । ଏଥିରେ ବିଶ୍ୱବିଦ୍ୟାଳୟ., ଇଂଜିନିୟରିଂ, ମ୍ୟାନେଜମେଣ୍ଟ୍, ଫାର୍ମାସୀ କଲେଜ୍, ମେଡିକାଲ , ଲ’ ଆର୍କିଟେକ୍ଚର, ରିସର୍ଚ୍ଚ ଓ ARIIAକୁ ସାମିଲ କରାଯାଇଛି ।

ଚଳିତ ବର୍ଷ ଏତିକି ଆସିଥିଲା ଆବେଦନ

ଶିକ୍ଷା ମନ୍ତ୍ରଣାଳୟ ଅନୁସାରେ ଚଳିତ ବର୍ଷ ମୋଟ ୪ ହଜାର ୩୦ ଅନୁଷ୍ଠଆନ ରାଙ୍କିଂ ୨୦୨୧ ପାଇଁ ଓଭରାଲ କ୍ୟାଟେଗୋରି, ଡୋମେନ୍ ସ୍ପେଶିଫିକ୍ ଓ ଡୋମେନ ସ୍ପେଶିଫିକ୍ ରାଙ୍କିଂ କ୍ରମରେ ନିଜ ଦାବି ରଖିଥିଲେ । ଏଥର ମୋଟ ୬ ହଜାର ୨୭୨ ଆବେଦନ ଏହି ୪ ହଜାର ୩୦ ବିଶିଷ୍ଟ ଆବେଦକ ସଂସ୍ଥାନ ଦ୍ୱାରା ଅଲଗା ଅଲଗା ଶ୍ରେଣିରେ ଆବେଦନ ଆସିଥିଲା ।

୨୦୧୬ରେ ଏହି ସଂଖ୍ୟା ୨୪୨୬ ଥିଲା । ଯାହା ୨୦୨୧ରେ ବଢିକରି ୪ ହଜାର ୩୦ ହୋଇଛି । ଅନ୍ୟପକ୍ଷରେ ବିଭିନ୍ନ ଶ୍ରେଣିରେ ରାକିଂ ପାଇଁ ମୋଟ ଆବେଦନ ସଂଖ୍ୟା ୨୦୧୬ରେ ୩,୫୬୫ ଥିଲା ଓ ୨୦୨୧ରେ ଏହା ୬ ହଜାର ୨୭୨ ହୋଇଛି ।

+2 admissionARIIAariia ranking 2020Atal Ranking of Institutions on Innovation Achievementsclass 12college rankingcollege ranking factorscollege ranking parametersIIT madras first placeNational Institutional Ranking FrameworkNIRFnirf rankingOut Rich and Inclusiveness and Graduation Outcomeperceptionresearch and professional practiceteacher and learninguniversity rankingଆଇଆଇଟି ମାଡ୍ରାସ ଓଭରାଲ କ୍ୟାଟେଗୋରିଆଉଟ ରିଚ୍ ଆଣ୍ଡ୍ ଇନକ୍ଲିୟୁସିଭିଟି ଓ ଗ୍ରାଜୁଏସନ ଆଉଟକମଇଂଜିନିୟରିଂକଲେଜ ଓ ବିଶ୍ୱବିଦ୍ୟାଲୟ ରାଙ୍କିଂର ମାନଦଣ୍ଡ କ’ଣକଲେଜ ରାଙ୍କିଂଟିଚିଂ ଆଣ୍ଡ୍ ଲର୍ଣ୍ଣିଂଦ୍ୱାଦସ ବା ପ୍ଲସ ଟୁନ୍ୟାସନାଲ ଇନଷ୍ଟ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କପର୍ସେପସନ୍ଫାର୍ମାସୀ କଲେଜ୍ବିଶ୍ୱବିଦ୍ୟାଳୟ.ମେଡିକାଲମ୍ୟାନେଜମେଣ୍ଟ୍ରିସର୍ଚ୍ଚରିସର୍ଚ୍ଚ ଆଣ୍ଡ ପ୍ରଫେସନାଲ ପ୍ରାକ୍ଟିସଲ’ ଆର୍କିଟେକ୍ଚର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami