ଆତଙ୍କବାଦୀଙ୍କୁ ମାରି କୁକୁର ସହିଦ୍

ଶତ୍ରୁକୁ ମାରିଲା ଦେଶ ପାଇଁ ପ୍ରାଣ ବି ଦେଲା

https://www.youtube.com/watch?v=IsvZOhbZK4I

() ଇତିହାସ ରଚିଛି ଭାରତୀୟ ସେନାର ଦକ୍ଷ କମାଣ୍ଡୋ କୁକୁର ଜୁମ୍। ସର୍ଚ୍ଚ ଅପରେସନ୍ ସମୟରେ ଦୁଇ ଆତଙ୍କୀଙ୍କୁ ଖଲାସ୍ କରିବା ପରେ ଏହି ଦୁଃସାହସୀ କୁକୁର ଶତ୍ରୁପକ୍ଷ ଗୁଳିର ଶିକାର ହୋଇଥିଲା ଅକ୍ଟୋବର ୧୦ରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଆତଙ୍କବାଦୀ ଛପି ଥିବା ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏହି ଅପରେସନରେ ସାମିଲ୍ ହୋଇଥିଲା ସେନାର ତାଲିମପ୍ରାପ୍ତ ସାହସୀ ସୈନ୍ୟ କୁକୁର ଜୁମ୍କାଉଣ୍ଟର୍ ଓ ଏନକାଉଣ୍ଟର ବି ଚାଲିଥିଲା। ପ୍ରଥମେ ଖାନତଲାସୀ ବେଳେ ଜୁମ୍ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସେନାକୁ ସଫଳତାର ସହ ସାହାଯ୍ୟ କରିଥିଲା । ପରେ ଆତଙ୍କୀମାନେ ଏକ ଘରେ ଲୁଚି ଥିବା ଖବର ସେନାବାହିନୀ ପାଇବା ପରେ, ପ୍ରଥମେ କମାଣ୍ଡୋ କୁକୁର ଜୁମକୁ ଦିଆ ଯାଇଥିଲା ସେହି ଘର ଖାଲି କରିବାର ଦାୟିତ୍ବଜୁମ୍ ସେହି ଘର ଭିତରକୁ ଗଲାବେଳେ ହିଁ ଆତଙ୍କୀମାନେ ତା ଉପରକୁ ଗୁଳି ଚଳାଇଥିଲେ । ଏଥିରେ ତାର ଦେହରେ ଦୁଇଟି ଗୁଳି ବାଜିଥିଲା। ଯାହାଫଳରେ ସେହି ସ୍ଥାନରେ ହିଁ ଗୁରୁତର ହୋଇପଡ଼ିଥିଲା କମାଣ୍ଡୋ ଜୁମ l ତାକୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା l ହେଲେ ଗୁରୁବାର ସେହି ଚିକିତ୍ସାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛି ସାହସୀ ସୈନ୍ୟ କୁକୁର ଜୁମ l ଏବେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଜୁମ୍ ର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ସେନା ଅଧିକାରୀଙ୍କ ସୂଚନା ଅନୁସାରେ, ଜୁମ୍‌ର ମୁହଁ ଏବଂ ପଛ ଡାହାଣ ଗୋଡରେ ଗୁଳି ବାଜିଥିଲା । ଡାକ୍ତରମାନେ ଜୁମକୁ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ କମାଣ୍ଡୋ କୁକୁର ଜୁମକୁ ମୃତ ଘୋଷଣା କରାଯାଇଥିଲା। ଦେଶ ପାଇଁ ସହିଦ୍ ହୋଇଥିବା ଜୁମ୍ ଏବେ ଦେଶବାସୀଙ୍କ ପାଇଁ ଅମର ହୋଇଯାଇଛି।

anantnag encounter update todayindian army dog deathindian army dog zoom diesindian army dog zoom passes awayindian army dog zoom photoindian army dog zoom videozoom dog indian army status
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami