ଦେଶ ବାହାରେ ଥିବା ଭାରତର ସେଇ ବିମାନ ଘାଟି ଯାହା ତାଲିବାନକୁ ଡରାଉଛି..

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ନିଜ ଦେଶ ସୀମା ବାଦ ମଧ୍ୟ ଅନ୍ୟଦେଶରେ ସାମରିକ ଘାଟି ତିଆରି କରିଥାନ୍ତି । ଯାହାର ଏକମାତ୍ର ରଣନୈତିକ ଉଦ୍ଦେଷ୍ୟ ହେଉଛି ଯୁଦ୍ଧ ଭଳି ପରିସ୍ଥିତିରେ ସେହି ସାମରିକ ଘାଟିକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରିବା । ଆମେରିକାର ସାନ ଡିଆଗୋଠାରୁ କତାର ପର୍ଯ୍ୟନ୍ତ ସାମରିକ ଘାଟି ରହିଛି । ସେହିଭଳି ଜାପାନରେ ମଧ୍ୟ ଆମେରିକାର ସାମରିକ ଘାଟି ରହିଛି । ଏହି ସବୁ ଘାଟି ଦ୍ୱାରା ଆମେରିକା ଚୀନ ଭଳି ଦେଶ ଉପରେ ନଜର ରଖିଥାଏ । ଆଗରୁ ଆମେରିକା ଏହି ସବୁ ଘାଟିରୁ ଭାରତ ଉପରେ ନଜର ରଖୁଥିଲା । ଏବେ ଆଫଗାନିସ୍ତାନ ସଂକଟ ଭିତରେ ଭାରତର ସେହିଭଳି ଗୋଟିଏ ସାମରିକ ଘାଟିକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ଘାଟି ତାଜିକସ୍ତାନରେ ଅଛି । ତାଜିକସ୍ତାନ ପାକିସ୍ତାନ ସହ ତାଲିବାନର ଘୋର ବିରୋଧୀ । ତାଜିକସ୍ତାନରେ ଥିବା ଭାରତର ବିମାନଘାଟି କାରଣରୁ କାବୁଲରୁ ସହଜରେ ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରୁଛି । ଏହା ସହିତ ଏହି ଘାଟିକୁ ନେଇ ତାଲିବାନ ମଧ୍ୟ ଚିନ୍ତାରେ ଅଛି । ଆସନ୍ତୁ କେମିତି ଏହି ବାୟୁସେନା ଘାଟି କାବୁଲ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହିତ ତାଲିବାନ ପାଇଁ ଚିନ୍ତାର କାରଣ ତାହା ଜାଣିବା ।

ଗିସାର ମିଲିଟାରି ଏରୋଡ୍ରମ୍

ତାଜିକିସ୍ତାନରେ ଥିବା ଏହି ବିମାନଘାଟି ଆଫଗାନିସ୍ତାନ-ତାଜିକସ୍ତାନ ସୀମା ନିକଟରେ ରହିଛି । ଏହା ହେଉଛି ଭାରତର ନିଜ ସୀମା ବାହାରେ ଥିବା ପ୍ରଥମ ସାମରିକ ଘାଟି । ଜିଓ ପଲିଟିକାଲ ଦୃଷ୍ଟିକୋଣରୁ ଏହି ଘାଟି ବେସ ଗୁରୁତ୍ୱ ରଖେ । ତାଜିକ୍ ରାଜଧାନୀ ଦୁଶାମ୍ବେର ପଶ୍ଚିମର ଅବସ୍ଥିତ ଏହି ବିମାନଘାଟିକୁ ତାଜିକ ସରକାର ଓ ଭାରତ ସରକାର ମିଳିତ ଭାବେ ଚଲାଉଛନ୍ତି । ଆଫଗାନିସ୍ତାନରୁ ଶହ ଶହ ସଂଖ୍ୟାରେ ଭାରତୀୟଙ୍କୁ ବାହାର କରିବାରେ ଏହି ବିମାନଘାଟିର ବଡ ଭୂମିକା ରହିଛି । ରାଜଧାନୀ ଦୁଶମ୍ବେଠାରୁ ୧୦ କିଲୋମିଟର ଦୂରରେ ଅୟାନୀ ନାମକ ଗାଁରେ ଏହି ଘାଟି ରହିଛି । ଏହି ଘାଟିକୁ ତିଆରି କରିବାର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିଛନ୍ତି ।

ଏହି ବିମାନଘାଟିରୁ ସି-୧୩୦ ପ୍ଲେନ୍ ଉଡାଣ ଭରିଥାଏ । କାବୁଲ ସଂକଟ ଆରମ୍ଭରୁ ଏହି ବିମାନ ଘାଟିରେ ୧୭ ପ୍ଲେନ୍ ପ୍ରସ୍ତୁତ ଅଛନ୍ତି । ୨୦୦୧ରେ ପ୍ରଥମେ ତାଜିକସ୍ତାନରେ ଏଭଳି ଏକ ଘାଟି ତିଆରି କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ । ତତ୍କାଳୀନ ପ୍ରତିରକ୍ଷମନ୍ତ୍ରୀ ଜର୍ଜ୍ ଫର୍ଣ୍ଣାଣ୍ଡିସ୍ ଘାଟି ପ୍ରତିଷ୍ଠା ଉଦ୍ୟମକୁ ସମର୍ଥନ କରିଥିଲେ । ଆଫଗାନିସ୍ତାନରେ ପାକିସ୍ତାନ ହସ୍ତକ୍ଷେପ ଦୃଷ୍ଟିରୁ ଏହି ଭବିଷ୍ୟତରେ କାମରେ ଆସିବ ବୋଲି ସେତେବେଳେ ବିଚାର ଥିଲା ।

ରଣନୈତିକ ମହତ୍ୱ

ଏହି ବିମାନଘାଟିର ରଣନୈତିକ ମହତ୍ୱ ଢେର ଅଧିକ । ଆଫଗାନିସ୍ତାନର ସୀମା ଗୋଟିଏ ସମୟରେ ଭାରତ ସହିତ ଲାଗୁଥିଲା । କିନ୍ତୁ ୧୯୪୮ ଯୁଦ୍ଧ ପରଠାରୁ ପାକିସ୍ତାନ କାଶ୍ମୀରର କିଛି ଅଂଶ ଓ ଗିଲଗିଟ୍-ବାଲଟିସ୍ତାନ ଉପରେ ବେଆଇନ କବଜା କରି ରଖିଛି । ଫଳରେ ଆଫଗାନିସ୍ତାନର ସୀମା ଭାରତକୁ ଲାଗୁ ନାହିଁ । ଆଫଗାନିସ୍ତାନରେ ତାଲିବାନ ଓ ପାକିସ୍ତାନ ବିରୋଧୀ ଗୋଷ୍ଟୀ ହେଉଛନ୍ତି ନର୍ଦ୍ଦର୍ଣ୍ଣ ଆଲଏାନ୍ସ । ପଞ୍ଜଶୀର ଘାଟିରେ ଏବେ ଯେଉଁ ତାଲିବାନ ବିରୋଧୀ ଏକାଠି ହୋଇଛନ୍ତି ସେମାନେ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ସହିତ ସମ୍ପର୍କ ରଖନ୍ତି । ୨୦୦୧ ଆଫଗାନ ଯୁଦ୍ଧ ବେଳେ ଭାରତ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ସାହାଯ୍ୟ କରିଥିଲା । ଏବେ ତାଲିବାନ ପଞ୍ଜଶୀରକୁ ଚାରିପଟୁ ଘେରି ରଖିଛି । କିନ୍ତୁ ଭାରତ ଚାହିଁଲେ ଏହି ଘାଟିରୁ ପଞ୍ଜଶୀରକୁ ସାମରିକ ସାହାଯ୍ୟ ଯୋଗାଇ ପାରିବ ।

ତାଲିବାନର ଡ଼ର କ’ଣ ?

ଏହି ଘାଟି ଆଫଗାନିସ୍ତାନ ସୀମାର ରହିଛି । ତାଜିକସ୍ତାନ ତାଲିବାନକୁ ନେଇ ସନ୍ତୁଷ୍ଟ ନାହିଁ ବୁଧବାର ଦିନ ତାଜିକ୍ ରାଷ୍ଟ୍ରପତି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କୁ ସିଧାସଳଖ ଆଫଗାନିସ୍ତାନ ଘଟଣାକ୍ରମ ପାଇଁ ଦାୟୀ କରିଛନ୍ତି । ପଞ୍ଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ବିଦ୍ରୋହୀ ତାଜିକ ଅଟନ୍ତି । ଏମିତିରେ ତାଜିକସ୍ତାନ ସେମାନଙ୍କୁ ସାହାଯ୍ୟ କରିପାରେ । ତାଜିକସ୍ତାନରେ ଥିବା ଏହି ବିମାନଘାଟିରୁ ଭାରତ ୨୦୦୧ରେ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ସାହାଯ୍ୟ କରିବା ଭଳି ପୁଣିଥରେ ସାହାଯ୍ୟ କରିବ ବୋଲି ତାଲିବାନର ଆଶଙ୍କା ।

2001 afghan war୨୦୦୧ ଆଫଗାନ ଯୁଦ୍ଧamericas san diegoAyni AirbaseDushanbe Capital of TajikistanGissar Military AerodromeIAF C130JIndian aircraftIndian aircraft in tajikistanindian airforce rescue operation from kabulindian military base in tajikistanindians in kabulmilitary basenorthern alliancepanjshir valleyrescuing indians from kabulSecretary of Defense George Fernandeztajikistan and indian governmenttaliban warଅୟାନୀଆମେରିକାର ସାନ ଡିଆଗୋଗିସାର ମିଲିଟାରି ଏରୋଡ୍ରମ୍ତତ୍କାଳୀନ ପ୍ରତିରକ୍ଷମନ୍ତ୍ରୀ ଜର୍ଜ୍ ଫର୍ଣ୍ଣାଣ୍ଡିସ୍ତାଜିକ ସରକାର ଓ ଭାରତ ସରକାରତାଜିକସ୍ତାନରେ ଥିବା ଭାରତର ବିମାନଘାଟିତାଜିକ୍ ରାଜଧାନୀ ଦୁଶାମ୍ବେରନର୍ଦ୍ଦର୍ଣ୍ଣ ଆଲଏାନ୍ସପଞ୍ଜଶୀର ଘାଟିବାୟୁସେନା ଘାଟି କାବୁଲ ଉଦ୍ଧାରଭାରତର ସେଇ ବିମାନ ଘାଟିଭାରତୀୟଙ୍କୁ ଉଦ୍ଧାରରଣନୈତିକ ମହତ୍ୱସାମରିକ ଘାଟିସି-୧୩୦ ପ୍ଲେନ୍ ଉଡାଣ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami