କେମିତି ମୁକ୍ତ ହେଲେ ପେରାରିଭିଲନ ? ରାଜୀବ ହତ୍ୟାକାରୀଙ୍କ ମୁକ୍ତି ପଛର କାହାଣୀ…

ହତ୍ୟା ଅଭିଯୋଗରେ ମୃତ୍ୟୁଦଣ୍ଡ,୧୧ ବର୍ଷ ବିଳମ୍ବ କାରଣରୁ କ୍ଷମା ଆବେଦନ । ଫାଶୀ ଆଜିବନ କାରାବାସରେ ବଦଳେ ଓ ଏବେ ମୁକ୍ତିର ଆଦେଶ । ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏ.ଜି ପେରାରିଭିଲନଙ୍କ ଏହା ହେଉଛି ପୁରା କାହାଣୀ । ତାଙ୍କ ମୁକ୍ତିପଥ ସେହିଦିନ ସଫା ହୋଇଯାଇଥିଲା ଯେଉଁଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଜେଲରେ ଅଳ୍ପ ଅବଧୀ ପାଇଁ ସଜା ପାଇଥିବା କଏଦୀଙ୍କୁ ମୁକ୍ତ କରାଯାଇପାରେ ତେବେ ପେରାରିଭିଲନଙ୍କୁ କାହିଁକି ମୁକ୍ତ କରାଯିବ ନାହିଁ । ଶେଷରେ ବୁଧବାର ଦିନ ସୁପ୍ରିମକୋର୍ଟ୍ ସୁପ୍ରିମ ରାୟରେ ତାଙ୍କୁ ମୁକ୍ତ କରିଚନ୍ତି । ଆଜିବନ କାରାଦଣ୍ଡରେ ଦଣ୍ଡିତ ପେରାରିଭିଲନ ୩୧ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି । ବିଚାରପତି ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ ଧାରା ୧୪୨ ଅନ୍ତର୍ଗତରେ ବିଶେଷାଧିକାରର ପ୍ରୟୋଗ କରି ପେରାରିଭିଲନଙ୍କ ମୁକ୍ତି ଆଦେଶ ଦେଇଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, ରାଜ୍ୟପାଳ ରାଜ୍ୟ ସରକାରଙ୍କ ପରାମର୍ଶକୁ ମାନିବା ପାଇଁ ବାଧ୍ୟ । ଆସନ୍ତୁ ଜାଣିବା ଏହି ବହୁଚର୍ଚ୍ଚିତ ମାମଲାର ପୁରା କାହାଣୀ କ’ଣ ?

ସୁପ୍ରିମକୋର୍ଟଙ୍କ ଆଦେଶ

ପେରାରିଭିଲନଙ୍କୁ ମୁକ୍ତ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ, ‘ରାଜ୍ୟ ମନ୍ତ୍ରିମଣ୍ଡଳ ପ୍ରାସଙ୍ଗିକ ବିଚାର ବିମର୍ଶ ଆଧାରରେ ଏହି ନିଷ୍ପତ୍ତି ନେଇଥିଲେ । ଅନୁଛେଦ ୧୪୨ର ବ୍ୟବହାର କରି ଦୋଷୀଙ୍କୁ ମୁକ୍ତ କରିବା ଉଚିତ ହେବ’’ । ସମ୍ବିଧାନର ଧାର ୧୪୨ ସୁପ୍ରିମକୋର୍ଟଙ୍କୁ ଏହି ବିଶେଷାଧିକାର ଦେଇଥାଏ ଯାହା ଅନ୍ତର୍ଗତରେ ସମ୍ବନ୍ଧିତ ମାମଲାରେ କୌଣସି ଅନ୍ୟ ଆଇନ ଲାଗୁ ନହେବା ପର୍ଯ୍ୟନ୍ତ ଅଦାଲତଙ୍କ ଆଦେଶ ସର୍ବୋପରି ରହିବ । ସଜା କାଳରେ ଦୋଷୀଙ୍କ ବ୍ୟବହାର ଠିକ ଥିଲା ଓ ତାଙ୍କ ଆଚରଣକୁ ନେଇ କୌଣସି ଅଭିଯୋଗ ନଥିବାରୁ ତାଙ୍କୁ ମୁକ୍ତ କରାଯାଉଛି ବୋଲି ଅଦାଲତ କହିଥିଲେ ।

ସୂଚନାଯୋଗ୍ୟ ଯେ, ଶ୍ରୀପେରମ୍ବଦୁରରେ ମେ ୨୧ ତାରିଖ ୧୯୯୧ ମସିହାରେ ନିର୍ବାଚନୀ ରାଲି କାଳରେ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ଦ୍ୱାରା ରାଜିବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ଆତ୍ମଘାତି ଆକ୍ରମଣକାରୀର ନାମ ଧନୁ ଥିଲା । ୧୯୯୯ ମେ’ରେ ଅଦାଲତ ପେରାରିଭିଲନ, ମୁରୁଗନ, ସନ୍ଥନ ଓ ନଲିନିଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ୧୮ ଫେବ୍ରୁଆରି ୨୦୧୪ରେ ସୁପ୍ରିମ କୋର୍ଟ୍ ପେରାରିଭିଲନସ,ସନ୍ଥନ ଓ ମୁରୁଗନଙ୍କ ମୃତ୍ୟୁଦଣ୍ଡକୁ ଆଜିବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ । କେନ୍ଦ୍ର ସରକାରଙ୍କ ସେମାନଙ୍କ ରାଜକ୍ଷମା ୧୧ ବର୍ଷ ଧରି ପଡି ରହିଥିବାରୁ ମୃତ୍ୟୁଦଣ୍ଡକୁ ଆଜିବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ

ମାମଲାରେ ପେଞ୍ଚ

ଆଜିବନ କାରାଦଣ୍ଡ କାରଣରୁ ଦୋଷୀଙ୍କ ମୁକ୍ତି ଦାବି ଉଠିଥିଲାତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ସବୁ ହତ୍ୟାକାରୀଙ୍କୁ ୩୦ ବର୍ଷର ଦଣ୍ଡ ପରେ ମୁକ୍ତ କରିବାକୁ ଦାବି କରିଥିଲେ । ରାଷ୍ଟ୍ରପତିଙ୍କୁ ଚିଠି ଲେଖା ଯାଇଥିଲା । ରାଜ୍ୟ ମନ୍ତ୍ରିମଣ୍ଡଳ ନିଷ୍ପତିକ୍ରମରେ ଏନେଇ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଥିଲା । କିନ୍ତୁ ରାଜ୍ୟପାଳ ଫାଇଲକୁ ଦିଲ୍ଲୀ ପଠାଇ ଦେଇଥଇଲେ । ଆଉ ମାମଲା ଲଟକି ରହିଥିଲା ।

କଏଦି, ରାଜ୍ୟ ଓ ମୁକ୍ତି ଗଣିତ

ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉଛି ଏହା ସୁନିଶ୍ଚିତ କରିବା ଯେ, ଆଜିବନ କାରାଦଣ୍ଡରେ ଦଣ୍ଡିତ ଦୋଷୀ ୧୪ ବର୍ଷ ପୂର୍ବରୁ ଯେମିତି ମୁକ୍ତ ନହେବେ । ଆଜିବନ କାରାଦଣ୍ଡ ୧୬ ବର୍ଷ କିମ୍ବା ୩୦ ବର୍ଷ ହୋଇପାରେ କିମ୍ବା ସବୁଦିନ ପାଇଁ ହୋଇପାରେ । ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉଛି ଏହା ସୁନିଶ୍ଚିତ କରିବା ଯେ, ଯେପରି କୌଣସି ଦୋଷୀ ୧୪ ବର୍ଷ ପୂର୍ବରୁ ମୁକ୍ତ ନହୁଅନ୍ତି । ୩୦ ବର୍ଷ ଲମ୍ବା ଅବଧି ହୋଇଥାଏ । ମାମଲା ସୁପ୍ରିମକୋର୍ଟରେ ପହଂଚିବା ପରେ ଏହି କାଳଖଣ୍ଡକୁ ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟଙ୍କୁ କହିବାକୁ ପଡିଥିଲା ଯେ, ଯେତେବେଳେ କମ ସଜା କାଟିଥିବା କଏଦୀଙ୍କୁ ମୁକ୍ତ କରାଯାଉଛି ସେତେବେଳେ ପେରାରିଭିଲନଙ୍କୁ ମୁକ୍ତ କରିବା ପାଇଁ କାହିଁକି କେନ୍ଦ୍ର ସରକାର ସହମତ ହେଉ ନାହାନ୍ତି ? ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଉତ୍ତରକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ ଯେ, ରାଜ୍ୟପାଳ କ୍ଷମା ଆବେଦନ ଫାଇଲକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି । ଯିଏ ଏହି ମାମଲାରେ ନିଷ୍ପତି ନେବାରେ ଅଧିକ ସକ୍ଷମ ଅଟନ୍ତି ।

ଏହା ଉପରେ ସୁପ୍ରିମକୋର୍ଟଙ୍କ କହିବା ଥିଲା ଯେ, ରାଜ୍ୟପାଳ ଭୁଲ ଓ ସେ ସମ୍ବିଧାନ ବିରୋଧି ନିଷ୍ପତି ନେଇଛନ୍ତି କାରଣ ସେ ରାଜ୍ୟ ସରକାରଙ୍କ ନିଷ୍ପତି ମାନିବାକୁ ବାଧ୍ୟ । ଅଦାଲତଙ୍କ ଏହି ଟିପ୍ପଣୀରୁ ସ୍ପଷ୍ଟ ହୋଇଥିଲା ଯେ, ପେରାରିଭିଲନ ଖୁବଶୀଘ୍ର ମୁକ୍ତ ହେବାକୁ ଯାଉଛନ୍ତି ।

AG PerarivalanAG Perarivalan releasedFormer prime minister Rajiv GandhiPerarivalanRajiv Gandhi assassination caseSupreme CourtTADATerrorism and Disruptive Activities
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami