ହାଇୱେଠାରୁ କେତେ ଦୂରତାରେ ଘର ତିଆରି କଲେ ଭବିଷ୍ଯତରେ ଭାଙ୍ଗିବାର ଭୟ ରହିବ ନାହିଁ ?

ବର୍ତ୍ତମାନ ଦେଶରେ ହାଇୱେ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ଜୋରଶୋରରେ ଚାଲିଛି। ଏଥିପାଇଁ ସରକାର ରାଜପଥ କଡ଼ରେ ଥିବା ଜମି ଅଧିଗ୍ରହଣ କରୁଛନ୍ତିଚାଷଜମି ସହିତ ଅନେକ ଲୋକଙ୍କ ଘରଡିହ ମଧ୍ଯ ଏଥିପାଇଁ ସରକାର ନିଜ କବଜାକୁ ନେଉଛନ୍ତି। ଏମିତିକି ଅନେକ ଲୋକଙ୍କ ଘର ଉପରେ ମଧ୍ଯ ବୁଲଡୋଜର ଚଢୁଛି। ଅବଶ୍ଯ ସରକାର ଏଥିପାଇଁ କ୍ଷତିପୁରଣ ଦେଉଛନ୍ତି ତେବେ ନିଜ ସ୍ୱପ୍ନର ଘର ଉପରେ ନିଜ ଆଖି ଆଗରେ ବୁଲଡୋଜର ଚଢ଼ିବା କେତେ ଯନ୍ତ୍ରଣାଦାୟକ ତାହା ଭୁକ୍ତଭୋଗୀ ହିଁ ଜାଣିଥିବେ। ତେବେ ଏଇଠି ପ୍ରଶ୍ନ ଉଠେ ଯେ, ଜଣେ ବ୍ଯକ୍ତିଙ୍କର ଜମି ଯଦି ଜାତୀୟ ରାଜପଥ ବା ରାଜ୍ଯ ରାଜପଥ କିମ୍ବା ସହର ମଧ୍ଯରେ ଯାଇଥିବା ମୁଖ୍ଯ ସଡକ କଡ଼ରେ ପଡ଼ୁଛି ତେବେ ତାଙ୍କୁ ସଡ଼କ ଠାରୁ କେତେ ଦୂରରେ ଘର ତିଆରି କରିବାକୁ ପଡ଼ିବ ,କେତେ ଦୂରତାରେ ଘର ତିଆରି କଲେ ଭବିଷ୍ଯତରେ ଘର ଭାଙ୍ଗିବା ଡର ସେତେ ଅଧିକ ରହିବ ନାହିଁ ?

କଣ କହୁଛି ନିୟମ

ରାସ୍ତାକଡରେ ଜମି ଥିଲେ ରାସ୍ତାଠାରୁ କେତେ ଦୂରତାରେ ଘର ତିଆରି କରିହେବ ତାକୁ ନେଇ ବିଭିନ୍ନ ରାଜ୍ଯରେ ଭିନ୍ନଭିନ୍ନ ନିୟମ ରହିଛି। ଏହି ନିୟମ ବାବଦରେ ଆପଣ ନିଜ ସହରର ନଗର ପାଳିକ ନିଗମକୁ ଯାଇ ସୂଚନା ନେଇ ପାରିବେ। ଓଡ଼ିଶାର ସବୁ ବଡ଼ ଓ ଛୋଟ ସହରରେ ନଗର ନିଗମ ଅଫିସରୁ ଆପଣ ଏହି ନିୟମ ବାବଦରେ ସୂଚନା ପାଇ ପାରିବେ। ସବୁ ଶ୍ରେଣୀର ରୋଡ୍ ପାଇଁ ରାଇଟ୍ ଅଫ୍ ୱେ ନିର୍ଧାରିତ ହୋଇଥାଏ। ତାହାର ସୀମା ବାହାରେ ନିର୍ଧାରିତ ଅଫସେଟ୍ ଛାଡ଼ି ଡାଇରେକ୍ଟ ପ୍ଲଟରେ ସବନ୍ଧିତ ବିଭାଗଠାରୁ ଏନଓସି ଆଣି ବ୍ୟବସାୟିକ କିମ୍ବା ଆବାସିକ ଘର ତିଆରି କରିପାରିବେ।

ହାଇୱେଠାରୁ କେତେ ଦୂରରେ ତିଆରି କରିପାରିବେ ଘର

ନିୟମ ଅନୁସାରେ ହାଇୱେର ମଧ୍ଯଭାଗରୁ ଦୁଇ ପାର୍ଶ୍ୱର 75-75 ମିଟର ମଧ୍ଯରେ କୌଣସି ନିର୍ମାଣ କାର୍ଯ୍ଯ ହୋଇପାରିବ ନାହିଁ। ଯଦି ନିର୍ମାଣ କାର୍ଯ୍ଯ ଅତ୍ଯନ୍ତ ଜରୁରୀ ହୋଇଥିାଏ ତେବେ ଏନଏଚଆଇଠାରୁ ଅନୁମତି ନେଇ ନିର୍ମାଣ କାର୍ଯ୍ୟ କରିହେବ ଜାତୀୟ ରାଜପଥ ନିୟନ୍ତ୍ରଣ ଅଧିନିୟମ ଅନୁସାରେ ଧାରା 42 ଅନ୍ତର୍ଗତରେ ହାଇୱେର ମଧ୍ଯ ଭାଗରୁ 40 ମିଟର ଭିତରେ କୌଣସି ନିର୍ମାଣ ହୋଇ ପାରିବ ନାହିଁ। ଅନ୍ୟପକ୍ଷରେ 40ରୁ 75 ମିଟର ମଧ୍ଯରେ ଏନଏଚଆଇ ଅନୁମତିରେ ନିର୍ମାଣ କାର୍ଯ୍ଯ ହୋଇପାରିବଜମି ମାଲିକ ଏନଏଚଆଇଠାରୁ ଏନଓସି ପାଇଁ ଅନୁମତି ମାଗିବେଏନଓସି ମିଳିବା ପରେ ହିଁ କୌଣସି ପ୍ରକାରର ନିର୍ମାଣ କାର୍ଯ୍ଯ ହୋଇ ପାରିବ।

national highway roadnational highway road updanational highway updatenhai bonds detailsnhai detailsnhai land acquisitionnhai land acquisition compensation calculationnhai land acquisition processnhai land acquisition rulesnhai project detailsnhai road project detailswhat is setting out in buildingwhat is setting out in construction
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami