ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ

ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ପ୍ରାୟ ସବୁ ବ୍ୟାଙ୍କର କାର୍ଡରେ ଏହି ଦୁଇ କମ୍ପାନୀଙ୍କ ଲୋଗୋ କାହିଁକି ଦେଖିବାକୁ ମିଳେ ଓ ଏହି ଦୁଇ କମ୍ପାନୀ କେମିତି ଆୟ କରିଥାନ୍ତି ?

ଏହା ଜାଣିବା ଜରୁରୀ ଯେ, ଦୁଇ କାର୍ଡ୍ କମ୍ପାନୀ ସିଧା ସଳଖ ଗ୍ରାହକଙ୍କୁ କାର୍ଡ୍ ଜାରି କରିନଥାନ୍ତି । ଦୁଇ କମ୍ପାନୀଙ୍କର ବ୍ୟାଙ୍କ ସହିତ ବୁଝାମଣା ହୋଇଥାଏ । ଏହି ଚୁକ୍ତି ଅନୁସାରେ ଉଭୟ କମ୍ପାନୀ ଗ୍ରାହକଙ୍କୁ କାର୍ଡ୍ ଜାରି କରିଥାନ୍ତି । ଏଇଥିରେ ଗ୍ରାହକଙ୍କୁ ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ୍ ଜାରି କରାଯାଇଥାଏ ।

ଏହି କାର୍ଡ୍ ସବୁ କେମିତି କାମ କରନ୍ତି ?

ମାଷ୍ଟରକାର୍ଡ୍ ଓ ଭିଜାର କାମ ଏକାଭଳି । ଉଭୟ ଏଟିଏମ୍ କାର୍ଡ୍ ଭଳି କାମ କରନ୍ତି । ଏଥିରେ କାର୍ଡ୍ ହୋଲ୍ଡର, କମ୍ପାନୀ କିମ୍ବା ବ୍ୟବସାୟିକ ସଂଗଠନ, ବ୍ୟାଙ୍କ ଓ କାର୍ଡ ଜାରି କରିଥିବା କମ୍ପାନୀ (ମାଷ୍ଟର କିମ୍ବା ଭିଜା)ଙ୍କର ଭାଗିଦାରୀ ଥାଏ । କାର୍ଡ୍ କମ୍ପାନୀ ବ୍ୟାଙ୍କଗୁଡିଙ୍କୁ ନିଜ ସେବା ଦେଇଥାନ୍ତି । ପରେ ବ୍ୟାଙ୍କ ଏହି କାର୍ଡକୁ ଗ୍ରାହକଙ୍କୁ ଜାରି କରିଥାନ୍ତି । ଗ୍ରାହକ ଯେତେବେଳେ କୌଣସି ଟ୍ରାଞ୍ଜାକ୍ସନ କରିଥାନ୍ତି ତେବେ ପେମେଣ୍ଟ୍ ପ୍ରଥମେ ସେହି କମ୍ପାନିକୁ ଯାଇଥାଏ ଯାହା ଆଧାରରେ ପେମେଣ୍ଟକୁ ଅଥଣ୍ଟିକେଟ୍ କରାଯାଏ । ମର୍ଚାଣ୍ଟ୍ ପଏଣ୍ଟ୍ ଅଫ୍ ସେଲ ସିଷ୍ଟମ କଷ୍ଟମର ଆକାଉଣ୍ଟର ସବୁ ତଥ୍ୟ ନେଇଥାଏ ଓ ପେମେଣ୍ଟକୁ ସେହି ବିଜନେସ୍ କିମ୍ବା ମର୍ଚାଣ୍ଟକୁ ଦେଇଥାଏ, ଯାହାକୁ ପେମେଣ୍ଟ କରିବା ପାଇଁ କାର୍ଡ୍ ସ୍ୱାପ୍ ହୋଇଥାଏ ।

କମ୍ପାନୀ ପାଖକୁ ଯାଏ ସମ୍ପୂର୍ଣ୍ଣ ତଥ୍ୟ

କାର୍ଡ ଜାରି କରିଥିବା ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ଅଥରାଇଜ୍ କରିଥାଏ ଓ ତାହାର ରେସପନ୍ସ ମର୍ଚାଣ୍ଟ୍ ପାଖକୁ ଯାଏ । ଏହାପରେ ସେହି ମର୍ଚ୍ଚାଣ୍ଟ ବା ବିଜନେସ ଖାତାକୁ ଅର୍ଥ ଟ୍ରାନ୍ସଫର ହୋଇଥାଏ । ଯେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଖାତା ଥାଏ କିମ୍ବା ଯେଉଁ ବ୍ୟାଙ୍କର ମାଷ୍ଟର କିମ୍ବା ଭିଜା କାର୍ଡ୍ ହୋଇଥାଏ, ସେହି ବ୍ୟାଙ୍କର ଖାତାରୁ ମର୍ଚ୍ଚାଣ୍ଟକୁ ଟଙ୍କା ଟ୍ରାନ୍ସଫର ହୁଏ । ଯେତେବେଳେ ବି ଜଣେ ଗ୍ରାହକ ଏହି କାର୍ଡ୍ ବ୍ୟବହାର କରନ୍ତି ସେତେବେଳେ କାର୍ଡର ପୁରା ତଥ୍ୟ କାର୍ଡ୍ ଜାରି କରିଥିବା କମ୍ପାନୀର ସର୍ଭରକୁ ଯାଇଥାଏ । ଏହି କମ୍ପାନୀଙ୍କ ସର୍ଭର ଭାରତ ବାହାରେ ଥାଏ । ଯେଉଁଠାରେ ସୂଚନାର ଭେରିଫିକେସନ୍ ଓ ପ୍ରୋସେସିଂ ହୋଇଥାଏ । ଯେଉଁ ବ୍ୟାଙ୍କ ଏହି ଦୁଇ ବ୍ରାଣ୍ଡ୍ ବ୍ୟବହାର କରନ୍ତି ସେମାନେ ପ୍ରତି ତିନି ମାସରେ ଫି’ ଦେଇଥାନ୍ତି ।

କାର୍ଡ୍ କମ୍ପାନୀ କେମିତି ଆୟ କରନ୍ତି ?

କାର୍ଡ ଦ୍ୱାରା କରାଯାଇଥିବା ପ୍ରତି ଟ୍ରାଞ୍ଜାକ୍ସନ ଉପରେ ଇଣ୍ଟରଚେଞ୍ଜ ଭାବେ ଫି’ ନିଆଯାଏ । ଏହି ଟଙ୍କା ଟ୍ରାଞ୍ଜାକ୍ସନ ଆମାଉଣ୍ଟର ବହୁତ କମ ଅଂଶ ହୋଇଥାଏ । ପ୍ରତି ଟ୍ରାଞ୍ଜାକ୍ସନ ଉପରେ ୦.୫ରୁ ୩.୫ ପ୍ରତିଶତ ଫି’କମ୍ପାନୀ ନେଇଥାଏ । କାର୍ଡ୍ ଜାରି ହେବା ବେଳେ ହିଁ ଏହି ଫି’ ନିଶ୍ଚିତ ହୋଇଥାଏ । ତେଣୁ ଯେତେବେଳେ ବି କୌଣସି ଟ୍ରାଞ୍ଜାକ୍ସନ ହୁଏ ସେଥିରୁ ବ୍ୟାଙ୍କ ଓ ମାଷ୍ଟରକାର୍ଡ୍ କିମ୍ବା ଭିଜାକୁ ଟଙ୍କା ମିଳେ । କାର୍ଡ୍ କମ୍ପାନୀ ଏହି ଭଳି ଭାବେ ଆୟ କରିଥାନ୍ତି ।

ଏହା ସହିତ କାର୍ଡ୍ କମ୍ପାନୀ ବ୍ୟାଙ୍କଠାରୁ ବାର୍ଷିକ ଲାଇସେନ୍ସ ଫି’ ମଧ୍ୟ ନେଇଥାନ୍ତି । ଯଦି ବ୍ୟାଙ୍କ କାର୍ଡ୍ ଉପରେ ନିଜ ନାମ ଓ ଲୋଗୋ ଛାପିବାକୁ ଚାହେଁ ତେବେ ସେଥିପାଇଁ ଅଲଗା ଟଙ୍କା ଦେବାକୁ ପଡେ ।

ATM cardauthorised transactionsbank cardsbank transactionscard holdercard swappingcompany servercredit cardcredit card transactionsdebit carddebit card transactionsdebit credit and prepaid cardshow mastercard and visa workhow mastercard generates revenueinterchangemaster card chargesmastercardmerchant point of sale systemname and logo on the cardspayment authenticateRBIreserve bank of Indiaverification and processingvisavisa cardvisa card chargesyearly license feeଇଣ୍ଟରଚେଞ୍ଜ ଭାବେ ଫି’ଏଟିଏମ୍ କାର୍ଡ୍କମ୍ପାନୀର ସର୍ଭରକାର୍ଡ୍ ସ୍ୱାପ୍କାର୍ଡ୍ ହୋଲ୍ଡରକ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ୍ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟଡେବିଟ୍ଦୁଇ କାର୍ଡ୍ କମ୍ପାନୀପେମେଣ୍ଟକୁ ଅଥଣ୍ଟିକେଟ୍ପ୍ରତି ତିନି ମାସରେ ଫି’ବାର୍ଷିକ ଲାଇସେନ୍ସ ଫିବ୍ୟବସାୟିକ ସଂଗଠନଭାରତରେ ଦେଣନେଣର ମୁଖ୍ୟ ସ୍ରୋତଭେରିଫିକେସନ୍ ଓ ପ୍ରୋସେସିଂମର୍ଚାଣ୍ଟ୍ ପଏଣ୍ଟ୍ ଅଫ୍ ସେଲ ସିଷ୍ଟମମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତିରିଜର୍ଭ ବ୍ୟାଙ୍କ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami