ଫ୍ଲଡିଂ କ’ଣ ? ଯାହା ଦ୍ୱାରା ଚୀନ ନିଜ ଲୋକଙ୍କ ସ୍ୱରକୁ ଚାପିଦିଏ ?

ଚୀନରେ ଯଦି କୌଣସି ସଂଗଠନ କିମ୍ବା ବ୍ୟକ୍ତି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରନ୍ତି, ତେବେ ତୁରନ୍ତ ଗୋଟିଏ ଗୋଷ୍ଠୀ ସକ୍ରୀୟ ହୋଇଯାଇଥାଏ । ଏହି ଗୋଷ୍ଠୀ ଏମିତି ଖବର ପ୍ରଚାରିତ କରିଥାଏ, ଯାହା ସରକାରଙ୍କୁ ସୁହାଏ ।ଏହି ଖବରର ସଂଖ୍ୟା ଓ ସ୍ୱର ଏତେ ଜୋରଦାର ହୋଇଥାଏ ଯେ, ମିଥ୍ୟା ପାଇଁ ସତ ଲୁଚିଯାଏ ସେନସରସିପ୍ ର ଏହି ପନ୍ଥାକୁ ଫ୍ଲଡିଂ ବୋଲି କୁହାଯାଇଥାଏ

ଇଣ୍ଟରନେଟ୍ ଫ୍ରିଡମ୍ ମାମଲାରେ ଚୀନର ସ୍ଥାନ ବିଶ୍ୱରେ ସମ୍ଭବତଃ ଉତ୍ତର କୋରିଆ ଉପରେ । କାରଣ ଉତ୍ତର କୋରିଆରେ ମାତ୍ର କେଇ ଜଣଙ୍କ ପାଖରେ ଇଣ୍ଟରନେଟ୍ ଆକ୍ସେସର ଅଧିକାର ରହିଛି । ଆମେରିକୀୟ ସଂଗଠନ ଫ୍ରିଡମ୍ ହାଉସ ପ୍ରତିବର୍ଷ ନାଗରିକତା ସ୍ୱାଧିନତା ଉପରେ ଅଧ୍ୟୟନ କରିଥାଏ । ଏଥିରେ ପ୍ରତିବର୍ଷ ଚୀନ୍ ମୋଟ ୧୦୦ ଅଙ୍କରୁ ୧୦ ଅଙ୍କ ପାଇଥାଏ । ସେଠାରେ କେବଳ ଇଣ୍ଟରନେଟ୍ ଉପରେ କଡା ପହରା ନାହିଁ, ଯେତେବେଳେ ଇଣ୍ଟରନେଟ୍ ନଥିଲା ସେତେବେଳେ ବି ଏଭଳି ପହରା ଥିଲା । ଚୀନର ମୂଳନୀତି ହେଉଛି, ଲୋକଙ୍କୁ ସତ କ’ଣ ଜାଣିବାକୁ ଦିଅ ନାହିଁ ।

୧୯୮୯ରେ ଚୀନର ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ହୋଇଥିଲା । ପ୍ରାୟ ୬ ସପ୍ତାହ ଧରି ଚାଲିଥିବା ଆନ୍ଦୋଳନରେ ଖପ୍ପା ଚୀନ ସରକାର ଦେଶରେ ସେତେବେଳେ ସାମରିକ ଆଇନ ଲାଗୁ କରିଥିଲେସେନା ଗୁଳିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଚୀନ ସରକାର କେବଳ ୨ଶହ ବିଦ୍ରୋହୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ବୋଲି କହିଥିଲେ । ୨୮ ବର୍ଷ ପରେ ଏବେ ସତ ପଦାକୁ ଆସୁଛି । ଏବେ ଜଣା ପଡୁଛି ଯେ, ସେହି ୬ ସପ୍ତାହରେ ୧୦ ହଜାର ଲୋକଙ୍କୁ ଚୀନ ସରକାର ହତ୍ୟା କରିଥିଲେ ।

ଇଣ୍ଟରନେଟ୍ ଆରମ୍ଭ କାଳରେ ଚୀନରେ ପହରା ଏତେ ଜୋରଦାର ନଥିଲା । କିନ୍ତୁ ଯେମିତି ସରକାର ଏହାର ଶକ୍ତିକୁ ଜାଣିପାରିଲେ ସେମିତି ତୁରନ୍ତ ଏହା ଉପରେ ନାନା ପ୍ରକାରର ପ୍ରତିବନ୍ଧକ ଲାଗୁ କରିବାରେ ଲାଗିଲେ । ଫେସବୁକ୍, ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆ ଆପର ଶକ୍ତିକୁ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଜାଣି ପାରିଥିଲା । ତେଣୁ ସେମାନେ ଏହି ସବୁ ଆପକୁ ନିଜ ଦେଶରେ ଅନୁମତି ଦେଇନଥିଲେ । ସେମାନଙ୍କ ସ୍ଥାନ ନେଇଥିଲା ଚୀନ୍ ସୋସିଆଲ ମିଡିଆ । ଫଳରେ ଚୀନ୍ ଲୋକ କ’ଣ ଭାବୁଛନ୍ତି, କଣ ଲେଖୁଛନ୍ତି ତା ଉପରେ ନଜର ରଖିବା କମ୍ୟୁନିଷ୍ଟ ସରକାର ପାଇଁ ସହଜ ହୋଇଥିଲା । ଏମିତିକି ଚୀନରେ ଆପଣ ଗୁଗଲ ଖୋଜିଲେ ପାଇବେ ନାହିଁ ।ସେଠାରେ ଗୁଗଲ ବଦଳରେ ମେଡ୍ ଇନ୍ ଚାଇନ୍ ସର୍ଚ୍ଚ ଇଂଜିନ ବ୍ୟବହାର ହୁଏ ।

ଚୀନ୍ ସେନସରସିପର ନମୂନା ହେଉଛି ଗ୍ରେଟ୍ ଫାୟାରୱାଲ ଅଫ୍ ଚାଇନା । ଏହାକୁ ଦୁନିଆର ସବୁଠାରୁ ଆଧୁନିକ ଇଣ୍ଟରନେଟ୍ ସେନସରସିପ୍ ପ୍ରୋଗ୍ରାମ ଭାବେ ଗ୍ରହଣ କରାଯାଇଥାଏ । ଏହା ଚୀନ ଇଣ୍ଟରନେଟ୍ କଣ୍ଟେଣ୍ଟକୁ ସେନସର କରିଥାଏ । କମ୍ୟୁନିଷ୍ଟ ପାର୍ଟିର ନୀତିକୁ ସମାଲୋଚନା କରୁଥିବା ୱେବସାଇଟ୍ ସବୁକୁ ଏହି ପ୍ରୋଗ୍ରାମ ବ୍ଲକ କରିଥାଏ । ଏମିତିକି କି ୱାର୍ଡ୍ସ ମଧ୍ୟ ବ୍ଲକ କରାଯାଇଥାଏ, ଯେମିତି କେହି କିଛି ସର୍ଚ୍ଚ କରି ପାରିବ ନାହିଁ ।

୧୯୯୮ରେ ଗ୍ରେଟ୍ ଫାୟାରୱାଲ୍ ଅଫ୍ ଚାଇନାର ଆରମ୍ଭ ହୋଇଥିଲା । ଏହାକୁ ଗୋଲ୍ଡେନ୍ ସିଲ୍ଡ ପ୍ରୋଜେକ୍ଟ ମଧ୍ୟ କୁହାଯାଇଥାଏ । ଏହାକୁ ଭେଦ କରିବା ଏକରକମ ଅସମ୍ଭବ । ଏବେ ଏହି ପ୍ରୋଗ୍ରାମରେ ନୂଆ ନୂଆ ଚିଜ ଜୋଡା ଯାଉଛି । ଏହି ଫାୟାରୱାଲ୍ ଦୁଇଟି ଦୀଗରେ କାମ କରିଥାଏ । ବାହାର ଦେଶର କୌଣସି ୱେବସାଇଟକୁ ଏହା ଚୀନ୍ ସାଇବର ଦୁନିଆ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥାଏ । ସେହିଭଳି ଚୀନର କେହି ଯଦି ବିଦେଶର କୌଣସି ୱେବସାଇଟ୍ ପଢିବାକୁ ଚାହେଁ ତେବେ ରାସ୍ତାକୁ ବ୍ଲକ କରିଥାଏ ଫାୟାର ୱାଲ ।

ହାଭାର୍ଡ୍ ବିଶ୍ୱବିଦ୍ୟାଳୟ ମଧ୍ୟ ଚୀନର ଏହି ସେନସରସିପ୍ ଉପରେ ଅନୁସଂଧାନ କରିଛି । ଏହି ଅଧ୍ୟୟନରେ ସାମିଲ ଥିବା ଜଣେ ଗବେଷକ ମାର୍ଗରେଟ୍ ଇ ରବର୍ଟସ ଗୋଟିଏ ପୁସ୍ତକ ଲେଖିଛନ୍ତି । ଯାହାର ନାମ ହେଉଛି ସେନସର୍ଡ : ଡିଷ୍ଟ୍ରାକ୍ସନ ଆଣ୍ଡ୍ ଡାଇଭର୍ସନ ଇନସାଇଡ୍ ଚାଇନା’ସ ଗ୍ରେଟ୍ ଫାୟାରୱାଲ । ଏଥିରେ ଚୀନ୍ କେମିତି ଇଣ୍ଟରନେଟ୍ ବ୍ୟାନ୍ କରିଥାଏ ସେ ବିଷୟରେ ତଥ୍ୟ ରହିଛି । ଏହାମଧ୍ୟରୁ ଗୋଟିଏ ଉପାୟ ହେଉଛି ୟୁଜର୍ସଙ୍କୁ ଡରାଇବା । ଅର୍ଥାତ ଯଦି କେହି ସେନ୍ସରକୁ ଭାଙ୍ଗିବାକୁ ଚେଷ୍ଟା କରେ ତେବେ ତାକୁ ସଜ୍ଜା ର ଭୟ ଦେଖାଇବା ।

ଆଉ ଗୋଟିଏ ପନ୍ଥା ହେଉଛି ଫ୍ଲଡିଂ । ଫ୍ଲଡିଂ ଏମିତି ଗୋଟିଏ ଉପାୟ ଯେଉଁଥିରେ ଯଦି କେହି ସରକାରଙ୍କ ବିଶୟରେ କିଛି କୁହେ, ତେବେ ପୁରା ସରକାରୀ କଳ ସକ୍ରିୟ ହୋଇଯାଏ । ସରକାରୀ ଏଜେନ୍ସୀ ଖବରକୁ ଦବାଇବା ପାଇଁ ଉତ୍ତରରେ ମିଛ ଖବର ପ୍ରଚାର କରନ୍ତି । ଏହି ମିଛ ଖବର ସଂଖ୍ୟାରେ ଏତେ ଅଧିକ ହୋଇଥାଏ ଯେ, ସତ ଖବର ଲୁଚି ଯାଏ । ଚୀନ୍ ସରକାର ମଧ୍ୟ ସେହି ୱେବସାଇଟକୁ ଧିମା କରିଦିଅନ୍ତି ଯାହା ତାଙ୍କ ବିରୋଧରେ ଖବର ଚଳାଏ । ଏଭଳି ୱେବସାଇଟ୍ ଏତେ ଧିମା ହୁଅନ୍ତି ଯେ, ଜଣେ ୟୁଜର ୱେବସାଇଟ୍ ଖୋଲିବା ପୂର୍ବରୁ ହିଁ ବିରକ୍ତ ହୋଇ ବନ୍ଦ କରିଦିଏ ।

baidu search enginecensorscensorshipcensorship floodingcensorship in chinaChinachina monitoring citizenschina monitoring systemchinese internetchinese social mediacommunist partydistraction and diversion inside chinas great firewallfacebook banned in chinafreedom house americagolden shield projectgoogle banned in chinagreat firewallgreat firewall of chinahow china censors the internetinternetinternet baninternet censorship programmade in china search enginewhatsapp bannedଆଧୁନିକ ଇଣ୍ଟରନେଟ୍ ସେନସରସିପ୍ ପ୍ରୋଗ୍ରାମଆମେରିକୀୟ ସଂଗଠନ ଫ୍ରିଡମ୍ ହାଉସଇଣ୍ଟରନେଟ୍ ଫ୍ରିଡମ୍ଇଣ୍ଟରନେଟ୍ ବ୍ୟାନ୍କମ୍ୟୁନିଷ୍ଟ ସରକାରଗୋଲ୍ଡେନ୍ ସିଲ୍ଡ ପ୍ରୋଜେକ୍ଟଗ୍ରେଟ୍ ଫାୟାରୱାଲ ଅଫ୍ ଚାଇନାଡିଷ୍ଟ୍ରାକ୍ସନ ଆଣ୍ଡ୍ ଡାଇଭର୍ସନ ଇନସାଇଡ୍ ଚାଇନା’ସ ଗ୍ରେଟ୍ ଫାୟାରୱାଲପ୍ରତିବନ୍ଧକ ଲାଗୁଫେସବୁକ୍ଫ୍ଲଡିଂମିଛ ଖବରମେଡ୍ ଇନ୍ ଚାଇନ୍ ସର୍ଚ୍ଚ ଇଂଜିନସରକାରୀ ଏଜେନ୍ସୀ ଖବରସାମରିକ ଆଇନସେନସରସିପ୍ସେନସର୍ଡହ୍ୱାଟସଆପ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami