କୋଭାକ୍ସିନକୁ କାହିଁକି ମିଳୁନି WHO ସ୍ୱିକୃତୀ ? ଜାଣନ୍ତୁ ପରଦା ପଛର କାରଣ କ’ଣ

ଭାରତରେ ନିର୍ମିତ ସ୍ୱଦେଶୀ କୋଭିଡ୍ ଟିକା କୋଭାକ୍ସିନକୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜରୁରୀ କାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଏମିତିର କୋଭାକ୍ସିନ୍ ନେଇଥିବା ଭାରତୀୟ ଯଦି ବିଦେଶ ଯିବାକୁ ଚାହିଁବେ ତେବେ ସେମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ କାରଣ ଏମର୍ଜେନସି ଅଥରାଇଜେସନ୍ (EUA) ପ୍ରଦାନ ପ୍ରକ୍ରିୟାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଅନେକ ଦେଶରେ କୋଭିଡ୍ ଟିକା ଆପ୍ରୋଭାଲକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଛି ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁସାରେ ଷ୍ଟ୍ରାଟେଜିକ୍ ଆଡଭାଇଜରି ଗ୍ରୁପ୍ ଅଫ୍ ଏକ୍ସପର୍ଟସ ଅନ୍ ଇମ୍ୟୁନାଇଜେସନ (SAGE)ର ବୈଠକ ଅକ୍ଟୋବର ୫ ତାରିଖରେ ହେବାର ଅଛି । କୋଭାକ୍ସିନକୁ ଇୟୁଏ ମାନ୍ୟତା ଦେବାକୁ ଏହି ବୈଠକ ଡକା ଯାଇଛି । ରିପୋର୍ଟ ଅନୁସାରେ ଜାତିସଂଘର ବିଶେଷ ଏଜେନ୍ସିର ସେଜ୍ ସେସନର ୧,୨, ଓ ତୃତୀୟ ଚରଣର କ୍ଲିନିକାଲ ଟ୍ରାଏଲ ଆଧାରରେ ଇୟୁଏ ସୁପାରିସ କରିବ ।

କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏମରଜେନ୍ସି ୟୁଜ୍ ଲିଷ୍ଟିଂରେ ସାମିଲ କରାଯାଇ ନାହିଁ । ୧୦ ଜୁନରେ ଆମେରିକାର ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେଶନ ମଧ୍ୟ କୋଭାକ୍ସିନର ଇୟୁଏ ପ୍ରସ୍ତାବକୁ ଖାରଜ କରିଦେଇଥିଲା । ଭାରତ ବାୟୋଟେକ୍ କୋଭାକ୍ସିନକୁ ନେଇ ପର୍ଯ୍ୟାପ୍ତ ସୂଚନା ଦେଇ ନଥିବା କଥା କହିଥିଲା ଆମେରିକୀୟ ଏଜେନ୍ସି । ଏପର୍ଯ୍ୟନ୍ତ କେବଳ ବ୍ରାଜିଲ, ଇରାନ, ଫିଲିପାଇନ୍ସ, ମରିସସ, ମେକ୍ସିକୋ, ନେପାଳ, ଗୁଆନା, ପାରାଗୁଏ ଓ ଜିମ୍ବାୱେ ହିଁ କୋଭାକ୍ସିନକୁ ମଂଜୁରି ଦେଇଛନ୍ତି ।

WHO ମାନ୍ୟତା ପାଇଁ କ’ଣ ପ୍ରକ୍ରିୟା ?

WHO ର ଏହି ପ୍ରକ୍ରିୟାରେ ୪ ପର୍ଯ୍ୟାୟ ରହିଥାଏ । ପ୍ରଥମ ପ୍ରକ୍ରିୟାରେ ଭ୍ୟାକ୍ସିନ ନିର୍ମାତାଙ୍କ ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ (EOI )କୁ ସ୍ୱୀକାର କରିବା, ଦ୍ୱିତୀୟରେ ଡବ୍ଲୁଏଚଓ ଏ ନିର୍ମାତ ମଧ୍ୟରେ ଏକ ପ୍ରି-ସବମିଶନ ବୈଠକ, ତୃତୀୟ ପର୍ଯ୍ୟାୟରେ ଡବ୍ଲୁଏଚଓ ତରଫରୁ ଡୋଜିୟର ସମୀକ୍ଷାକୁ ମଂଜୁରୀ ମିଳିବା । ଚତୁର୍ଥ ପର୍ଯ୍ୟାୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଲ୍ୟାଙ୍କନ ସ୍ଥିତି ଉପରେ ନିଷ୍ପତ୍ତି ନେଇଥାଏ । ଏହାପରେ ସଂଗଠନ ଟିକାକୁ ମଂଜୁରୀ ଦେବା ଉପରେ ଅନ୍ତିମ ନିର୍ଣ୍ଣୟ ନେଇଥାଏକୋଭାକ୍ସିନ ମାମଲାରେ ଏପର୍ଯ୍ୟନ୍ତ EOIକୁ ସ୍ୱିକାର କରାଯାଇନାହିଁ । ଏହି ସମ୍ବନ୍ଧରେ ଡବ୍ଲୁଏଚଓ ଅଧିକ ସୂଚନାର ଆବଶ୍ୟକତା ଥିବା କଥା କହିଛି । ଭାରତ ବାୟୋଟେକ୍ ଏପ୍ରିଲ ୧୯ ତାରିଖରେ EOI ଦାଖଲ କରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଅନୁମତି ନମିଳିବା କାରଣରୁ ୟୁରୋପିୟ ସଂଘ ଓ ଆମେରିକା ଯେଉଁ ଭାରତୀୟ କୋଭାକ୍ସିନ ଟିକା ନେଇଛନ୍ତି ସେମାନଙ୍କୁ ନିଜ ଦେଶକୁ ପ୍ରବେଶ ଅନୁମତି ଦେବାକୁ ଅନିଛୁକ ଅଛନ୍ତି ।

america food and drug administrationBharat Biotechbharat biotechs covaxincoronavirus vaccineCovaxincovaxin euacovaxin under clinical trialcovaxin vaccineemergency use authorisationEOIEUAEUA approval for covaxinexpression of interestSAGEStrategic advisory group of experts on immunisationswadeshi covid vaccineWHOworld health organisationଆମେରିକାର ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେଶନଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟଏମର୍ଜେନସି ଅଥରାଇଜେସନ୍କୋଭାକ୍ସିନକୁ ଇୟୁଏ ମାନ୍ୟତାକୋଭାକ୍ସିନ୍କ୍ଲିନିକାଲ ଟ୍ରାଏଲବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଭାରତ ବାୟୋଟେକ୍ଷ୍ଟ୍ରାଟେଜିକ୍ ଆଡଭାଇଜରି ଗ୍ରୁପ୍ ଅଫ୍ ଏକ୍ସପର୍ଟସ ଅନ୍ ଇମ୍ୟୁନାଇଜେସନସ୍ୱଦେଶୀ କୋଭିଡ୍ ଟିକା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami