୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା କମିବ ପେଟ୍ରୋଲ !

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କମିବ ପେଟ୍ରୋଲ ଏବଂ ଡିଜେଲ ଦର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ ପେଟ୍ରୋଲ ଏବଂ ଡିଜେଲ ଦର । ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟାଇପାରନ୍ତି । କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ । ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେଣୁ ମୂଲ୍ୟ ହ୍ରାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଲିଟର ପିଛା ପେଟ୍ରୋଲରେ ୧୨ ଟଙ୍କା ଲାଭ କରେ କମ୍ପାନୀ

ଗତ ତ୍ରୈୟମାସିକରେ ଦେଶର ତିନୋଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମିଳିତ ଭାବରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି । ଏଥିସହିତ ଗତ ତିନୋଟି ଯାକ ତ୍ରୈମାସିକରେ ସମସ୍ତ ୩ ସରକାରୀ ପେଟ୍ରୋଲିୟମ କମ୍ପାନୀ ମିଳିତ ଭାବରେ ମୋଟ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି । ପେଟ୍ରୋଲିୟମ କମ୍ପାନୀଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ୧୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଲାଭ ନେଉଛନ୍ତି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଗତ ଏକ ବର୍ଷ ହେବ ବ୍ୟାରେଲ ପିଛା ୭୫ ଡଲାରରୁ କମ୍ ରହିଛି । ଏଭଳି ସ୍ଥଳେ ଦୀର୍ଘ ଦିନ ହେବ ସରକାରୀ ତେଲ କମ୍ପାନୀଗୁଡିକ ନିଦା ବିଷ୍ଣୁ ସାଜି ତୈଳ ଦର ହ୍ରାସ ଘଟାଉନାହାଁନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ ୨୦୨୨ ମେ’ ୨୨ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଏହି ଅବଧିରେ ଭାରତର ଅଶୋଧିତ ତୈଳ କ୍ରୟ ସର୍ବାଧିକ ବ୍ୟାରେଲ ପିଛା ୧୧୬ ଡଲାର (ଜୁନ ୨୦୨୨ର ହାରାହାରି ମୂଲ୍ୟ) ପର୍ଯ୍ୟନ୍ତ ଓ ସର୍ବନିମ୍ନ ୭୪.୯୩ (ଜୁନ ୨୦୨୩ର ହାରାହାରି ମୂଲ୍ୟ) ଡଲାରରେ କ୍ରୟ କରୁଥିଲା । ଏହା ସତ୍ତ୍ୱେ ଖୁଚୁରା ପେଟ୍ରୋଲ, ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା ।

Govt considering reduction in prices of petrol diesel soonreduction in prices of petrol diesel
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami